Posted inଜାତୀୟ

ସ୍ବାଧୀନତା ପୂର୍ବରୁ ଜନ୍ମ, ପ୍ରଥମ ଥର ଭୋଟ ଦେବେ

ରାୟପୁର,୨ା୧୦: ଗଣତନ୍ତ୍ରକୁ ଭାରତୀୟ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ରୂପେ ସ୍ବୀକୃତି ମିଳିଥିଲେ ମଧ୍ୟ ମତଦାନ ଏକ ମୌଳିକ ଅଧିକାର ନୁହେଁ। ଛତିଶଗଡ଼ର ୩ ଜଣ ବରିଷ୍ଠ ନାଗରିକ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ହୋଇଥିଲେ ବି କେବେ ଭୋଟ ଦେଇନାହାନ୍ତି। ଛତିଶଗଡ଼ ବିଧାନସଭା ନିର୍ବାଚନରେ ସେମାନେ ପ୍ରଥମ ଥର ମତଦାନ କରିବାକୁ ଯାଉଛନ୍ତି। ସମ୍ଭବତଃ ଏହା ହେଉଛି ଗଣତନ୍ତ୍ରର ଇଚ୍ଛା।

ହିଡ୍‌କୋ(୯୩), ଶ୍ୟାମଲାଲ(୮୮) ଓ ରବିକା ମନୀଷ(୮୪) କାଙ୍କେର ଜିଲା ଭାନୁପ୍ରତାପପୁର ନିର୍ବାଚନମଣ୍ଡଳୀର ବାସିନ୍ଦା। ରାଜଧାନୀ ରାୟପୁରରୁ ସେମାନଙ୍କ ମଫସଲ ଗଁା ପ୍ରାୟ ୨୦୦ କି.ମି. ଦୂର। ଏହି ୩ ଜଣ ନିକଟରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ ବେଳେ ନିଜ ନାମ ପଞ୍ଜୀକରଣ କରାଇଛନ୍ତି। ଘର ଘର ବୁଲି ସର୍ଭେ ବେଳେ ବୁଥ୍‌ ଲେଭେଲ ଅଧିକାରୀ ରାଜେନ୍ଦ୍ର କୋସ୍‌ମା ଏହି ୩ ଜଣଙ୍କୁ ଠାବ କରିଥିଲେ। ପ୍ରଥମେ ସେମାନେ ଭୋଟର ହେବା ପାଇଁ ମଙ୍ଗୁ ନ ଥିଲେ। ବୁଝାଶୁଝା କରିବା ପରେ ରାଜି ହୋଇଥିଲେ। ୩ ଜଣ ନିଜ ଆଧାର କାର୍ଡ ନକଲ ଓ ଫଟୋ ସମେତ ଅନ୍ୟ ଦସ୍ତାବିଜ ଦାଖଲ କରିଛନ୍ତି।

ହିଡ୍‌କୋ କହିଛନ୍ତି, ପ୍ରଥମ ଥର ଭୋଟର ହେବାକୁ ଯାଉଥିବାରୁ ଉତ୍ସାହିତ। ତେବେ ନାଗରିକ ହେବାର ମହତ୍ତ୍ୱ କ’ଣ ସେ ଜାଣି ନ ଥିଲେ। ସେହିପରି ଶ୍ୟାମଲାଲ ଓ ମନୀଷ ମଧ୍ୟ ଗଣତାନ୍ତ୍ରିକ ସରକାର ଗଠନରେ ନାଗରିକଙ୍କ ଭୂମିକା ଉପରେ ଅଜ୍ଞ। ପ୍ରକାଶ ଯେ, ଚଳିତବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଛତିଶଗଡ଼ରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଏବଂ ୪୦% ଭିନ୍ନକ୍ଷମ ଥିବା ନାଗରିକମାନଙ୍କୁ ପ୍ରଥମ ଥର ନିଜ ଘରୁ ପୋଷ୍ଟାଲ ବାଲଟ ଜରିଆରେ ମତଦାନ ଅଧିକାର ମିଳିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri