ସୋଲାର ପ୍ରକଳ୍ପରୁ ଉପକୃତ ହେଉନାହାନ୍ତି ସୀମାନ୍ତ ଗ୍ରାମବାସୀ

ପଟ୍ଟାଙ୍ଗି,୧୬ା୬(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଳକରେ ପ୍ରଶାସନର ସୋଲାର ପ୍ରକଳ୍ପ ସୀମାନ୍ତ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ଏପରି ଦେଖିବାକୁ ମିଳିଛି ବ୍ଲକର ପେଟୁରୁ ପଞ୍ଚାୟତର ବନ୍ଧାଗୁଡା ଗ୍ରାମରେ। ବନ୍ଧଗୁଡା ଗ୍ରାମରେ ପ୍ରାୟ ୩୦ ପରିବାର ବସବାସ କରନ୍ତି । ଗ୍ରାମବାସୀଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ମାତ୍ର ନଳକୂପ। ପାନୀୟ ଜଳ ପାଇଁ ୮ମାସ ତଳେ ନିର୍ମାଣ ହୋଇଥିବା ସୋଲାରଚାଳିତ ଜଳପ୍ରକଳ୍ପକୁ ଉକ୍ତ ନଳକୂପ ସହ ସଂଯୋଗ କରାଯାଇ ଗ୍ରାମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଏବଂ ନିମ୍ନମାନର ମୋଟର ଲାଗିଥିବାରୁ ଗୋଟାଏ ମାସ ପରେ ନଳକୂପରେ ଲାଗିଥିବା ମୋଟର ଖରାପ ହୋଇ ପାଣି ବନ୍ଦ ହୋଇଯାଇଥିଲା। ଏନେଇ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବସୀ ଅଭିଯୋଗ କରିଛନ୍ତି ।
ପୂର୍ବରୁ ପାନୀୟ ଜଳ ଅଭାବ ଦୂର ପାଇଁ ଏକ ନୂତନ ନଳକୂପ ଖନନ ଲାଗି ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ନୂତନ ନଳକୂପ ଖନନ ବଦଳରେ ପୁରୁଣା ନଳକୂପକୁ ମରାମତି କରି ଚୁପ୍‌ ରହିଥିଲା। ବର୍ତ୍ତମାନ ୨ମାସରୁ ଅଧିକ ହେଲାଣି ସୋଲାର ଚାଳିତ ପ୍ରକଳ୍ପ ଚାଲୁନି କି ନଳକୂପରୁ ମଧ୍ୟ ଗ୍ରାମବାସୀଙ୍କୁ ପାଣି ମିଳୁନି। ଏପରି ସ୍ଥଳେ ଗ୍ରାମବାସୀ ଗ୍ରାମଠାରୁ ଦେଢ଼ କି.ମି. ଦୂରରେ ଥିବା ଝରଣାରୁ ପାନୀୟ ଜଳ ସଂଗ୍ରହକରି ଚଳୁଛନ୍ତି। ଏହି ଝରଣା ଜଳ ଗୋଳିଆ ହୋଇଥିଲେ ମଧ୍ୟ କିଛି ବିକଳ୍ପ ନ ଥିବାରୁ ଆମେ ବ୍ୟବହର କରିବାକୁ ବାଧ୍ୟ ହେଉଛୁ। ସେହି ପାଣି ବ୍ୟବହାରକରି ଆମେ ରୋଗାକ୍ରାନ୍ତ ହୋଇପଡୁଥିବା ଗ୍ରାମର ଜାନି ରାମ, ଗୁଲେଲ ବଇ ତାମାୟା, ଜାନି ଲାଚୁ, ଜାନି ରାମାୟା ପ୍ରମୁଖ କହିଛନ୍ତି। ଏହି ଗ୍ରାମଗୁଡିକୁ ନେଇ ଗତ ପଞ୍ଚାୟତ ନିର୍ବାଚନ ବେଳେ ଲୋକଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ବନ୍ଧାଗୁଡ଼ା, ଡୁମୁରିଗୁଡା ଓ ଇପାଗୁଡ଼ା ଗ୍ରାମକୁ ନିଜ ଆଡକୁ ନେବାକୁ ଉଦ୍ୟମ କରି ଉପରୋକ୍ତ ଗ୍ରାମଗୁଡିକରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀ ମଧ୍ୟ ଆନ୍ଧ୍ରର ପେନ୍‌ସନ, ସ୍ବାସ୍ଥ୍ୟସେବା, ଆଧାର କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ସେବା, ରାସ୍ତାଘାଟ ଆଦି ଦ୍ୱାରା ପ୍ରଲୋଭିତ ହୋଇଥିଲେ। ଓଡ଼ିିଶାର ଏହି ଗ୍ରାମଗୁଡିକୁ ପ୍ରଶାସନ ଅଣଦେଖା ନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri