Posted inଖେଳ

୯ ଫେବୃୟାରୀରୁ ବର୍ଡର-ଗାଭାସ୍କର ଟ୍ରଫି: ୨୬ ବର୍ଷ ତଳେ ହୋଇଥିଲା ଆରମ୍ଭ, ଅଧିକ ବିଜୟ ଭାରତ ଖାତାରେ…

କୋଲକାତା,୪।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ ସିରିଜ ୨୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜକୁ ବର୍ଡର-ଗାଭାସ୍କର ଟ୍ରଫି ଭାବେ ନାମିତ କରାଯାଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ ଏହି ଟ୍ରଫି ଅଧୀନରେ ଅନୁଷ୍ଠିତ ହେଉଛି।

ଯେତେବେଳେ ଅକ୍ଟୋବର ୧୯୯୬ ରେ ପ୍ରଥମ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଇଥିଲା, ସେତେବେଳେ କେବଳ ଗୋଟିଏ ଟେଷ୍ଟ ଖେଳାଯାଇଥିଲା। ଅଷ୍ଟ୍ରେଲିଆର ଦଳ ଭାରତ ଗସ୍ତରେ ଆସିଥିଲା ଏବଂ ଦଳକୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ସିରିଜ ଆରମ୍ଭ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରଫିରେ କେବଳ ଭାରତ ପ୍ରାଧାନ୍ୟ ବିସ୍ତାର କରିଆସୁଛି।

ଗତ ୨୬ ବର୍ଷ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୧୫ ଥର ଅନୁଷ୍ଠିତ ହୋଇଛି ଯେଉଁଥିରେ ଭାରତ ୯ ଥର ଜିତିଥିବାବେଳେ ଅଷ୍ଟ୍ରେଲିଆ ଦଳ ମାତ୍ର ୫ ଥର ଜିତିଛି। ଥରେ ଏହି ଟ୍ରଫି ମଧ୍ୟ ଡ୍ର ହୋଇଛି। ଏହି ଅବଧିରେ ମୋଟ ୫୨ ଟି ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଭାରତ ୨୨ ଟି ମ୍ୟାଚ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୯ ଟି ମ୍ୟାଚ ଜିତିଥିଲା । ଦୁଇ ଦଳ ମଧ୍ୟରେ ୧୧ ଟି ଡ୍ର ମଧ୍ୟ ହୋଇଛି।

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ନଭେମ୍ବର ୧୯୪୭ ରୁ ଜାନୁୟାରୀ ୧୯୯୨ ମଧ୍ୟରେ ପ୍ରାୟ ୪୫ ବର୍ଷରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୨ ଟି ଟେଷ୍ଟ ସିରିଜ ଖେଳାଯାଇଥିଲା। ସେଥିମଧ୍ୟରୁ ୭ ସିରିଜ ଅଷ୍ଟ୍ରେଲିଆ ଜିତିଥିବାବେଳେ ଭାରତୀୟ ଦଳ କେବଳ ଥରେ ସିରିଜ ଜିତିଥିଲା।
୪ ସିରିଜ ଡ୍ର ରହିଥିଲା। ଅର୍ଥାତ ଅଷ୍ଟ୍ରେଲିଆର ଏକପାଖିଆ ପ୍ରାଧାନ୍ୟ ରହିଥିଲା। ଏହି ଅବଧିରେ ଅନୁଷ୍ଠିତ ମୋଟ ୫୦ ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୨୪ ଟି ମ୍ୟାଚ ଜିତିଥିଲା ଏବଂ ଭାରତ ମାତ୍ର ୮ ଟି ଜିତିଥିଲା। ୧୭ ଟି ମ୍ୟାଚ ଡ୍ର ରହିଥିଲା ଏବଂ ଗୋଟିଏ ମ୍ୟାଚ ଟାଇ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri