ମୁକୁଳା ପଡ଼ିଛି ସୀମାନ୍ତ ଅଞ୍ଚଳ: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଧାନ ଓଡ଼ିଶାରେ

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକ୍‌ ଅଞ୍ଚଳରେ ବେଆଇନଭାବେ ଗଚ୍ଛିତ ଝାଡ଼ଖଣ୍ଡ ରାଜ୍ୟର ୧୧୦୦ ବସ୍ତା ଧାନକୁ ପ୍ରଶାସନ ଜବତ କରିଛି। ସମସ୍ତ ଧାନକୁ ଟ୍ରକ୍‌ ଯୋଗେ ଆଣି ରାଇରଙ୍ଗପୁରସ୍ଥିତ ଏକ ଧାନ ମିଲ୍‌ରେ ରଖାଯାଇଛି। ପ୍ରାୟ ୫୫୦ କୁଇଣ୍ଟାଲ ଧାନ ଜବତ ହୋଇଥିବା ବେଳେ ଏହାର ସରକାରୀ ମୂଲ୍ୟ ୧୭ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ପ୍ରଶାସନର ଏଭଳି ଚଢ଼ାଉ ପରେ ବେପାରୀମାନଙ୍କ ମଧ୍ୟରେ ଛନକା ପଶିଛି। ମାତ୍ର ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ମୁକୁଳା ପଡ଼ିଛି। ପ୍ରଶାସନ ପକ୍ଷରୁ ସିସିଟିଭି କିମ୍ବା ଚେକ୍‌ ପୋଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ରହିଛି। ଏହାକୁ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାପାଳ ହେମକାନ୍ତ ସୟ ଖୁବ୍‌ଶୀଘ୍ର ଚେକ୍‌ ପୋଷ୍ଟ ନିର୍ମାଣ କରିବା ସହ ସୀମା ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଜିଲାର ସୀମାକୁ ଲାଗି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ରହିଛି। ଏହି ୨ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ କୌଣସି ଚେକ୍‌ ପୋଷ୍ଟ ନାହିଁ କିମ୍ବା ସିସି କ୍ୟାମେରା ଲଗାଯାଇ ନାହିଁ। ସେହିପରି ସୀମାନ୍ତରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ପଟେ ଧାନ ଆଣି ଜିଲାରେ ରଖାଯାଉଛି। ଏପରିକି ଧାନର ଆମଦାନୀ ଉପରେ କୌଣସି ପ୍ରତିବନ୍ଧକ ରହୁ ନ ଥିବାରୁ ଖୁଲମଖୁଲା ପରିବହନ କରାଯାଉଛି। ଜିଲାର ରାଇରଙ୍ଗପୁର ଉପଖଣ୍ଡ ତିରିଂ-ଝାଡ଼ଖଣ୍ଡ ଜାତୀୟ ରାଜପଥ, ବହଳଦା-ଚାଇଁବସା ରାଜ୍ୟ ରାଜପଥ, ସାରସକଣା ବ୍ଲକ୍‌ ସୀମାନ୍ତ ପାକଟିଆରୁ ଝାଡ଼ଖଣ୍ଡ ରାଜ୍ୟ ମୂଷାବଣୀ ଓ ଜାମଶୋଳ-ବହଡ଼ାଗୋଡ଼ା ଏବଂ ଜାମଶୋଳାରୁ ପଶ୍ଚିମବଙ୍ଗ ରାଜ୍ୟ ଗୋପୀବଲ୍ଲଭପୁର ରାସ୍ତା,ରାସଗୋବିନ୍ଦପୁର ବ୍ଲକ୍‌ ସୁବାନଡିହଠାରୁ ପଶ୍ଚିମବଙ୍ଗର ନୟାଗ୍ରାମ ଥାନା ଅଧୀନ ପାଇଲଟଛକ, ମୋରଡ଼ା ବ୍ଲକ୍‌ ପଳାଶମୁଣ୍ଡୁଳୀରୁ ପଶ୍ଚିମବଙ୍ଗ ଧୂମସାହି, ଶୁଳିଆପଦା ବ୍ଳକ୍‌ ବାଘଡ଼ାରୁ ପଶ୍ଚିମବଙ୍ଗ ବାଲିଗଡ଼ିଆ, ଚକଶୁଳିଆପଦାରୁ ପଶ୍ଚିମବଙ୍ଗ ଗୋପୀବଲ୍ଲଭପୁର ସଂଯୋଗ ରାସ୍ତାଗୁଡ଼ିକରେ କୌଣସି ଚେକ୍‌ପୋଷ୍ଟ ନ ଥିବା ବେଳେ ସିସି କ୍ୟାମେରା ମଧ୍ୟ ଲଗାଯାଇ ନାହିଁ। ଫଳରେ ଉଭୟ ରାଜ୍ୟରେ ଧାନର ଏମ୍‌ଏସ୍‌ପି ମୂଲ୍ୟ ସହିତ ସବ୍‌ସିଡି ଇନ୍‌ପୁଟ୍‌ ହାତେଇବା ପାଇଁ ବେଧଡକ ଧାନ ପରିବହନ କରାଯାଉଛି। ଚାଷୀଙ୍କୁ ହାତବାରିସି କରି ଓଡ଼ିଶାରେ ଧାନ ବିକ୍ରିକରି ମାଲାମାଲ ହେବାକୁ ବ୍ୟବସାୟୀମାନେ ବିପୁଳ ପରିମାଣର ଧାନ ଗଚ୍ଛିତକରି ରଖିଛନ୍ତି। ଧାନର କଳାବଜାର ବଢ଼ିବା ସହ ୨ ରାଜ୍ୟର ଧାନ ଏବେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ଗଚ୍ଛିତ ରହିଛି। ଏହାକୁ ଅସାଧୁ ଉପାୟରେ ବିକ୍ରିି କରିବାର ମସୁଧା ଚାଲିଥିବା ବେଳେ ଜିଲା ପ୍ରଶାସନ ନୀରବତା ଅବଲମ୍ବନ କରିଛି। ଖୁବ୍‌ଶୀଘ୍ର ସୀମାନ୍ତ ରାସ୍ତାଗୁଡ଼ିକ ସିଲ୍‌ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ନେଇ ଜିଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାଏକ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?