କୋଭାକ୍ସିନ୍‌ ନେଇଥିବା ଲୋକଙ୍କୁ ପ୍ରଥମେ ବୁଷ୍ଟର !…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଉପରେ ଚିନ୍ତା କରାଯାଉଛି। ଭାରତରେ, ଯେଉଁମାନେ କୋଭାକ୍ସିନ ଟିକା ଗ୍ରହଣ କରିଛନ୍ତି, ସେମାନଙ୍କୁ ପ୍ରଥମେ କୋଭିଡ -୧୯ ଟିକାର ବୁଷ୍ଟର ଡୋଜ ଦିଆଯାଇପାରିବ ବୋଲି କୁହାଯାଉଛି। ଟିକାକରଣ ଉପରେ ଦେଶର ବିଶେଷଜ୍ଞ ପ୍ୟାନେଲ ସୂତ୍ରରୁ ଏହି ସୂଚନା ମିଳିଛିି। ବିଶେଷଜ୍ଞମାନେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ ଯେଉଁମାନେ ସଂପୂର୍ଣ୍ଣ ନିଷ୍କ୍ରିୟ ଭାଇରସ ଭିତ୍ତିକ ଟିକା ନେଉଛନ୍ତି, ସେମାନେ ଓମିକ୍ରନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବୁଷ୍ଟର୍‌ ଡୋଜ ଗ୍ରହଣ କରିବା ଉଚିତ୍‌। ସେହିପରି କମ୍‌ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞ ପ୍ୟାନେଲ ପକ୍ଷରୁ କୁହାଯାଇଛି।

ଦେଶରେ ବୁଷ୍ଟର ଡୋଜ ପ୍ରଦାନ ନେଇ କୁହାଯାଉଥିବାବେଳେ ଭାରତର ଟିକାକରଣ ନୀତିକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସହିତ ସମାନ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ଦେଶର କୋଭିଡ ଟାସ୍କଫୋର୍ସର ମୁଖ୍ୟ ଭି.କେ ପାଲ ଗତ ସପ୍ତାହରେ ଘୋଷଣା କରିଥିଲେ। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଷ୍ଟ୍ରାଟେଜିକ ଆଡଭାଇଜରୀ ଗ୍ରୁପ ଅଫ ଇମ୍ୟୁନାଇଜେଶନ କହିଛି ଯେ ଇମ୍ୟୁନୋ-ସପ୍ରେସେଣ୍ଟ ବ୍ୟକ୍ତି ଯେପରିକି ଡାଏଲିସିସ କରୁଥିବା ବ୍ୟକ୍ତି କିମ୍ବା ନିଷ୍କ୍ରିୟ କୋଭିଡ୍‌-୧୯ ଟିକା ଗ୍ରହଣ କରିଥିବା ଲୋକଙ୍କୁ ବୁଷ୍ଟର୍‌ ଡୋଜ ଦିଆଯିବା ଆବଶ୍ୟକ। ଟିକାକରଣ ଉପରେବିଶ୍ୱସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସରଣ କରିବା ଉପଯୋଗୀ ନୀତି ପ୍ରସ୍ତୁତ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତରେ ୧୩୫ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ସେଥି ମଧ୍ୟରୁ ପ୍ରାୟ ୧୦.୭ ପ୍ରତିଶତ ଡୋଜ କୋଭାକ୍ସିନ ରହିଛି। ସେରମ ଇନଷ୍ଟିଚୂ୍ୟଟ ଅଫ ଇଣ୍ଡିଆର ଆଡେନୋଭାଇରସ ପ୍ଲାଟଫର୍ମ ଉପରେ ଆଧାରିତ କୋଭିଶିଲ୍ଡ ଟିକା ଟିକାକରଣ ଅଭିଯାନର ଶୀର୍ଷରେ ରହିଛି। ଅଧିକ ଲୋକ କୋଭିଶିଲ୍ଡ ଟିକା ନେଇଛନ୍ତି।

ଗତ ସପ୍ତାହରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସଂସଦୀୟ ସ୍ଥାୟୀ କମିଟିକୁ ସୂଚନା ଦେଇଥିଲେ ଯେ ଆବଶ୍ୟକ ହେଲେ ତୃତୀୟ ଡୋଜ୍‌ ଦିଆଯାଇପାରେ। ମାତ୍ର ଦ୍ୱିତୀୟ ଡୋଜ୍‌ ନେବାର ନଅ ମାସ ପରେ ଏହି ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବା ଆବଶ୍ୟକ।

ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଅନେକ ଦେଶର ତଥ୍ୟ ଦର୍ଶାଉଛି ଯେ ସେଲୁଲାର ଏବଂ ମ୍ୟୁକୋସଲ ଇମ୍ୟୁନିଟି ଅଧିକ ସମୟ ଶରୀରରେ ରହିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri