ନୂଆଦିଲ୍ଲୀ,୧୨ ।୩ ଟୟୋଟା କିଲୋସ୍କର ମୋଟରର ବହୁ ପ୍ରତୀକ୍ଷିତ ଷ୍ଟାଇଲିଶ ଏବଂ ସ୍ପୋର୍ଟି କୁଲ୍ ନ୍ୟୁ ଟୟୋଟା ଗ୍ଲାନ୍ଜା ପାଇଁ ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ନିକଟରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି। ଟୟୋଟାର ନିଜସ୍ବ କାର୍ ଟେକ୍ନୋଲୋଜି ଦ୍ୱାରା ଏହା ନିର୍ମିତ। ଶକ୍ତିଶାଳୀ ଏବଂ ଇନ୍ଧନ ଦକ୍ଷତାଯୁକ୍ତ ଇଞ୍ଜିନ ଦ୍ୱାରା କୁଲ୍ ନ୍ୟୁ ଗ୍ଲାନ୍ଜା ଲିଟର ପିଛା ୨୨କି.ମି.ରୁ ଅଧିକ ମାଇଲେଜ୍ ଉପଲବ୍ଧ କରାଇବ। ଏଥିରେ ଟୟୋଟା ସିଗ୍ନେଚର ଷ୍ଟାଇଲିଶ ଫ୍ରଣ୍ଟ ଗ୍ରିଲ୍ ଏବଂ ବମ୍ପର ରହିଛି। ଏହାର ସୁରକ୍ଷା ବ୍ୟବସ୍ଥାରେ ୬ଟି ଏୟାରବ୍ୟାଗ୍ ,ହେ ଟୟୋଟା ଭଏସ୍ ଆସିଷ୍ଟାଣ୍ଟ, ହେଡ୍ ଅପ୍ ଡିସ୍ପ୍ଲେ ଏବଂ ୩୬୦ ଡିଗ୍ରୀ କ୍ୟାମେରା ଭଳି ବୈଶିଷ୍ଟ୍ୟ ରହିଛି। ଏହାର ବୁକିଂ ରାଶି ୧୧,୦୦୦ ଟଙ୍କା ରହିଛି। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବୁକିଂ ଉଭୟ ଅନ୍ଲାଇନ ଏବଂ ନିକଟବର୍ତ୍ତୀ ଟୟୋଟା ଡିଲରଶିପ୍ରେ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ଏ ସମ୍ପର୍କରେ ଟୟୋଟା କିଲୋସ୍କର ମୋଟରର ବିକ୍ରୟ ଏବଂ ଷ୍ଟ୍ରାଟେଜିକ ମାର୍କେଟିଂ ଆସୋସିଏଟ ଉପାଧ୍ୟକ୍ଷ ଅତୁଲ ସୁଦ୍ କହିଛନ୍ତି, କୁଲ୍ ନ୍ୟୁ ଗ୍ଲାନ୍ଜାର ବଜାର ପ୍ରବେଶ କରାଇଥିବାରୁ ଆମେ ବେଶ୍ ଆନନ୍ଦିତ। ଗ୍ରାହକ ସେମାନଙ୍କର ବିଶ୍ୱାସ ଆମ ଉପରେ ରଖିଥିବାରୁ ଆମେ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ।

ରିଲିଫ ପାଣ୍ଠିକୁ ସିଟିଟିସିର ସହାୟତା
ଭୁବନେଶ୍ୱର,୨୮-୫ : ଭାରତ ସରକାରଙ୍କ ଅଧିନ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି) ଫନୀ ପ୍ରଭାବିତଙ୍କ ସହାୟତା ଲାଗି ଆଗେଇ ଆସିଛି। ଅନୁଷ୍ଠାନର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଓବିର ଦାନ
ଭୁବନେଶ୍ୱର,୩। ୫: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ଓଡ଼ିଶାର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮.୦୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।...

୧୪ ପଇସା କମିଲା ଡିଜେଲ
ଭୁବନେଶ୍ୱର,୬।୯: ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୪ ପଇସା ହ୍ରାସ ହୋଇଥିବା ଜଣାପଡ଼ିଛି। ଏଠାରେ ଡିଜେଲ ଲିଟର ପିଛା ୧୪ ପଇସା ନିମ୍ନରେ ରହି ୭୯.୭୨...

ଜେଟ୍ ବନ୍ଦ ହେବା ଲାଗି ସରକାର ଦାୟୀ : ସ୍ପାଇସ୍ଜେଟ ଅଧ୍ୟକ୍ଷ
ନୂଆଦିଲ୍ଲୀ,୫-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ଜେଟ୍ ଏୟାରଓ୍ବେଜ୍ ଅଚାନକ ବନ୍ଦ ହୋଇଯିବାକୁ ନେଇ ସ୍ପାଇସ୍ଜେଟ୍ ଅଧ୍ୟକ୍ଷ ଅଜୟ ସିଂ ମୁହଁ ଖୋଲିଛନ୍ତି। ଜେଟ୍ ବନ୍ଦ ହୋଇଯିବା...

ଏହି ଏଟିଏମ୍ କାର୍ଡରୁ ମିଳିବ ଆକର୍ଷଣୀୟ ଲାଭ, ସଙ୍କଟ ସମୟରେ ମିଳିବ ୧୦ ଲକ୍ଷ ଟଙ୍କା
ସାଧାରଣତଃ କେବଳ ନଗଦ ଟଙ୍କା ଉଠାଇବା କିମ୍ବା ସପିଂ କରିବା ପାଇଁ ଏଟିଏମ କାର୍ଡ ବ୍ୟବହାର କରିଯାଏ। ଯଦି ରୁପେ(RuPay)ର ଏଟିଏମ୍ କାର୍ଡ ଅଛି, ତେବେ...

ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ
ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ ଆରମ୍ଭ ହେବ। ୩.୯୨ ଲକ୍ଷ କୋଟି ଟଙ୍କାର ରେଡିଓ ଓ୍ବେଭକୁ ଏଥର ନିଲାମ କରାଯିବ ବୋଲି ଜଣାପଡିଛି। ଟେଲିକମ...

ଚଳିତ ଆର୍ଥିକ ଜିଡିପି ୧୦.୩% ଖସିବ: ଗୋଲ୍ଡମ୍ୟାନ ସ୍ୟାଚ୍
ମୁମ୍ବାଇ: ବିଦେଶୀ ବ୍ରୋକ୍ରେଜ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାଚ୍ ଭାରତ ଲାଗି ପୂର୍ବରୁ କରିଥିବା ଅଭିବୃଦ୍ଧ ଆକଳନକୁ ବଦଳାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୧୦.୩%...

ପୁଣି ଜେଫ୍ ବେଜୋସ ହେଲେ ବିଶ୍ୱର ୧ ନମ୍ବର ଧନୀ
ଓ୍ବାଶିଂଟନ,୧୭।୨: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲା ସିଇଓ ଏଲୋନ ମସ୍କଙ୍କୁ ପଛରେ ପକାଇ ବେଜୋସ...