ଫେବୃଆରୀ ୧୦ରେ ଘରକୁ ଆସିବାକୁ କାଟିଥିଲେ ଟିକେଟ: ଗାଁରେ ମୃତଦେହ

ଆଳି,୧୩ା୨(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ(୩୭)ଦୁବାଇରେ ପାଣି ପାଇପ ମିସ୍ତ୍ରି କାମ କରୁଥିବା ବେଳେ ଫେବୃଆରୀ ୧୦ରେ ଘରକୁ ଫେରିବା ନିମନ୍ତେ ଟିକେଟ କାଟିଥିଲେ। କିନ୍ତୁ ଫେବୃଆରୀ ୧୦ ତାରିଖ ବଦଳରେ ୧୩ ତାରିଖ ଶୁକ୍ରବାର ଘରେ ତାଙ୍କ ମୃତଦେହ ପହଞ୍ଚତ୍ଛି। ରାଜ୍ୟ ସରକାର, ଜିଲା ପ୍ରଶାସନ ଓ କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁ ଦୁବାଇରୁ ଅନନ୍ତଙ୍କ ମୃତଦେହ ୨୩ ଦିନ ପରେ ଆସି ପାରିଛି। ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସୂଚନା ଅନୁଯାୟୀ ଅନନ୍ତ ପ୍ରାୟ ୧୦ବର୍ଷ ହେବ ଦୁବାଇରେ ପାଣିପାଇପ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ତାଙ୍କର ମା’ବାପା, ସ୍ତ୍ରୀ ଓ ସାନଭାଇ ରୁହନ୍ତି। ଅନନ୍ତ ଦୁବାଇର ସୋନାପୁର ଏକ କମ୍ପାନୀରେ ପାଣି ପାଇପ ମିସ୍ତ୍ରି ଭାବେ କାମ କରୁଥିଲେ। ୨୦୨୩ ମସିହାରେ ଅନନ୍ତ ବିବାହ କରି କିଛିଦିନ ରହି ପୁଣି ସେ ଦୁବାଇ ପଳାଇ ଯାଇଥିଲେ। ପ୍ରାୟ ଅଢେଇ ବର୍ଷ ହେବ ସେ ଘରକୁ ଆସି ନ ଥିବାରୁ ଫେବୃଆରୀ ୧୦ରେ ଘରକୁ ଆସିବେ ବୋଲି ଟିକେଟ କରି ପରିବାର ଲୋକଙ୍କୁ ଜଣାଇଥିଲେ । ଅନନ୍ତ ଦୀର୍ଘଦିନ ପରେ ଫେରୁଥିବାରୁ ପରିବାର ଲୋକେ ଖୁସିରେ ଥିଲେ। କିନ୍ତୁ ଜାନୁୟାରୀ ୨୨ରେ ଅନନ୍ତ ତାଙ୍କ ମା’, ସ୍ତ୍ରୀ ଓ ସାନଭାଇଙ୍କ ସହ ଫୋନରେ କଥା ହେବା ପରଠୁ ତାଙ୍କ ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା। ଅନନ୍ତଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା। ପରିବାର ଲୋକେ କମ୍ପାନୀକୁ ଫୋନକରି ମଧ୍ୟ କିଛି ସନ୍ଧାନ ପାଇ ପାରି ନ ଥିଲେ। ଦୁବାଇରେ ରହୁଥିବା ବିଭିନ୍ନ ଲୋକଙ୍କ ଜରିଆରେ ଅନନ୍ତ ରହୁଥିବା ଅଞ୍ଚଳର ଖବର ନେଉଥିଲେ ମଧ୍ୟ ତାଙ୍କ ସନ୍ଧାନ ନ ପାଇ ତାଙ୍କ ସାନଭାଇ ପ୍ରଶାନ୍ତ ଫେବୃଆରୀ ୧ରେ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ସହ ଆଳି ଭାଜପା ନେତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଜରିଆରେ କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଏମ୍‌ପି ପଣ୍ଡାଙ୍କ ଅଫିସ ପକ୍ଷରୁ ଏମ୍ବାସିଙ୍କ ସହ ଯୋଗାଯୋଗ କରିବା ପରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। ପରେ ଏମ୍‌ପିଙ୍କ ଉଦ୍ୟମ ଯୋଗୁ ତାଙ୍କ ମୃତଦେହ ଦୁବାଇରୁ ବିମାନରେ ଆସିବା ପରେ ବାରାଣସୀରୁ ଏକ ଆମ୍ବୁଲାନ୍ସରେ କଣ୍ଟିପୁର ଗ୍ରାମରେ ଶୁକ୍ରବାର ପହଞ୍ଚତ୍ଥିଲା। ଅନନ୍ତଙ୍କ ମୃତଦେହ ପହଞ୍ଚତ୍ବା ପରେ ତାଙ୍କ ଶେଷ ଦର୍ଶନ କରିବା ନିମନ୍ତେ ଭାଜପା ନେତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟମାନେ ପହଞ୍ଚତ୍ଥିଲେ। ଅନନ୍ତଙ୍କ ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri