‘ଆଲୋକରେ ଶବ୍ଦନୃତ୍ୟ’ ପୁସ୍ତକ ଲୋକାର୍ପିତ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ବରଗଡ଼ ପକ୍ଷରୁ ଗାନ୍ଧୀ ସ୍ମୃତି ପାଠାଗାରରେ ସୋମବାର ଶବ୍ଦନୃତ୍ୟର ପ୍ରଣେତା ଗୁରୁ ଭଗବାନ ସାହୁଙ୍କ ପଟ୍ଟଶିଷ୍ୟ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ)ଙ୍କ ଲିଖିତ ପୁସ୍ତକ ‘ଆଲୋକରେ ଶବ୍ଦନୃତ୍ୟ’ର ପ୍ରଥମ ଭାଗ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡଃ ରବି ନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସର୍ଦ୍ଦାର ପ୍ରିତମ ସିଂ ସ୍ବାଗତ ଭାଷଣ ଦେଇଥିବାବେଳେ ନିସାର ଅହମଦ ନିସାର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଡଃ ତପସ୍ବିନୀ ଗୁରୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଡଃ ଶିୟାପ୍ରିୟା ମିଶ୍ର ପୁସ୍ତକ ସମୀକ୍ଷକ, ଦଧିବାବନ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲା ତଥା ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ମାନୀତ କରାଯାଇଥିଲା। ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଦ୍ବିତୀୟ ଅଧିବେଶନରେ ବରିଷ୍ଠ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ସଭାପତିତ୍ୱ କରିଥିଲେ। କବି ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ କବି ଉଦ୍ଧବ ବାରିକ, ପ୍ରଦୀପ ସାହୁ, ରାମଜୀ ପ୍ରଧାନ, ବିପ୍ର ଚରଣ ସାହୁ, ରବୀନ୍ଦ୍ର ପଣ୍ଡା, ଭବାନୀଶ ଭୋଇ, ହର୍ଷ ବେହେରାଙ୍କ ସମେତ ଅନେକ ସାହିତି୍ୟକ, ନାଟ୍ୟକାର ଶବ୍ଦନୃତ୍ୟର ପ୍ରଣେତା ଗୁରୁ ଭଗବାନ ସାହୁ ଏବଂ ଶବ୍ଦନୃତ୍ୟ ଉପରେ ଆଲୋଚନା କରିଥିଲେ। ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା କରୁଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶବ୍ଦନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନାଚକ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କୃଷ୍ଣଚନ୍ଦ୍ର ପଣ୍ଡା, ଯୁଗଳ ପ୍ରାସାଦ ସିଂ, ଅଚ୍ୟୁତାନନ୍ଦ ବାରିକ, ତୁଳସୀ ଚରଣ ଦାଶ, ଯଶବୀର ସିଂ ସୈନି, ଉଦ୍ଧବ ବେହେରା, ଶିବାନନ୍ଦ ମଟାରୀ, ସାରଥି ମେହେର, ମନୋଜ ବାଗ, କମଳା ଦାଶ, ପଞ୍ଚାନନ ବାରିକ ପ୍ରମୁଖ ସହଯୋଗ କରିଥିଲେ। ମନୋରଞ୍ଜନ ସାହୁ, ଲିଟୁ ମହାନ୍ତି, ଗୋପାଳ ଦାଶ, ନେହେରୁ ସରାଫ, ଶଙ୍କର ପଟ୍ଟନାୟକ, ପ୍ରଦୀପ କୁମାର ନାଥଙ୍କ ସମେତ ବହୁ କଳାପ୍ରେମୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଡଃ ସୁବାସ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri