‘ଆଲୋକରେ ଶବ୍ଦନୃତ୍ୟ’ ପୁସ୍ତକ ଲୋକାର୍ପିତ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ବରଗଡ଼ ପକ୍ଷରୁ ଗାନ୍ଧୀ ସ୍ମୃତି ପାଠାଗାରରେ ସୋମବାର ଶବ୍ଦନୃତ୍ୟର ପ୍ରଣେତା ଗୁରୁ ଭଗବାନ ସାହୁଙ୍କ ପଟ୍ଟଶିଷ୍ୟ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ)ଙ୍କ ଲିଖିତ ପୁସ୍ତକ ‘ଆଲୋକରେ ଶବ୍ଦନୃତ୍ୟ’ର ପ୍ରଥମ ଭାଗ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡଃ ରବି ନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସର୍ଦ୍ଦାର ପ୍ରିତମ ସିଂ ସ୍ବାଗତ ଭାଷଣ ଦେଇଥିବାବେଳେ ନିସାର ଅହମଦ ନିସାର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଡଃ ତପସ୍ବିନୀ ଗୁରୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଡଃ ଶିୟାପ୍ରିୟା ମିଶ୍ର ପୁସ୍ତକ ସମୀକ୍ଷକ, ଦଧିବାବନ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲା ତଥା ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ମାନୀତ କରାଯାଇଥିଲା। ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଦ୍ବିତୀୟ ଅଧିବେଶନରେ ବରିଷ୍ଠ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ସଭାପତିତ୍ୱ କରିଥିଲେ। କବି ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ କବି ଉଦ୍ଧବ ବାରିକ, ପ୍ରଦୀପ ସାହୁ, ରାମଜୀ ପ୍ରଧାନ, ବିପ୍ର ଚରଣ ସାହୁ, ରବୀନ୍ଦ୍ର ପଣ୍ଡା, ଭବାନୀଶ ଭୋଇ, ହର୍ଷ ବେହେରାଙ୍କ ସମେତ ଅନେକ ସାହିତି୍ୟକ, ନାଟ୍ୟକାର ଶବ୍ଦନୃତ୍ୟର ପ୍ରଣେତା ଗୁରୁ ଭଗବାନ ସାହୁ ଏବଂ ଶବ୍ଦନୃତ୍ୟ ଉପରେ ଆଲୋଚନା କରିଥିଲେ। ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା କରୁଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶବ୍ଦନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନାଚକ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କୃଷ୍ଣଚନ୍ଦ୍ର ପଣ୍ଡା, ଯୁଗଳ ପ୍ରାସାଦ ସିଂ, ଅଚ୍ୟୁତାନନ୍ଦ ବାରିକ, ତୁଳସୀ ଚରଣ ଦାଶ, ଯଶବୀର ସିଂ ସୈନି, ଉଦ୍ଧବ ବେହେରା, ଶିବାନନ୍ଦ ମଟାରୀ, ସାରଥି ମେହେର, ମନୋଜ ବାଗ, କମଳା ଦାଶ, ପଞ୍ଚାନନ ବାରିକ ପ୍ରମୁଖ ସହଯୋଗ କରିଥିଲେ। ମନୋରଞ୍ଜନ ସାହୁ, ଲିଟୁ ମହାନ୍ତି, ଗୋପାଳ ଦାଶ, ନେହେରୁ ସରାଫ, ଶଙ୍କର ପଟ୍ଟନାୟକ, ପ୍ରଦୀପ କୁମାର ନାଥଙ୍କ ସମେତ ବହୁ କଳାପ୍ରେମୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଡଃ ସୁବାସ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri