ମଣିପାଲ୍‌ ହସ୍ପିଟାଲରେ ବୋନ୍‌ କ୍ୟାନ୍‌ସର ଚିକିତ୍ସା

ଭୁବନେଶ୍ୱର,୧୬।୯: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ମଣିପାଲ୍‌ ହସ୍ପିଟାଲରେ ବୋନ୍‌ କ୍ୟାନ୍‌ସର (ଅସ୍ଥିଶଲ୍ୟ କର୍କଟ) ରୋଗର ଚିକିତ୍ସା ଆସନ୍ତା ୧୯ ତାରିଖରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଦେଶର ବରିଷ୍ଠ ଅର୍ଥୋପେଡିକ୍‌ ଅଙ୍କୋଲଜିଷ୍ଟ୍‌ ଡା. ଶ୍ରୀମନ୍ଥ ବି.ଏସ୍‌. ଉକ୍ତ ଦିନ ସକାଳ ୧୧ ଘଟିକାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅସ୍ଥିଶଲ୍ୟ କର୍କଟ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେବେ। ଏପରିକି ଡା. ଶ୍ରୀମନ୍ଥ ବର୍ତ୍ତମାନ ବେଙ୍ଗାଲୁରୁ ପୁରୁଣା ଏୟାରପୋର୍ଟ ରୋଡସ୍ଥିତ ମଣିପାଲ ହସ୍ପିଟାଲଠାରେ କାର୍ଯ୍ୟରତ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତ ମାସଠାରୁ ସେ ପ୍ରତି ମାସରେ ଥରେ ମଣିପାଲ୍‌ ହସ୍ପିଟାଲ ଭୁବନେଶ୍ୱର ଆସିବେ ବୋଲି ହସ୍ପିଟାଲ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ବୋନ୍‌ କ୍ୟାନସର ଚିକିତ୍ସା ପାଇଁ ଓଡ଼ିଶାର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ମଣିପାଲ୍‌ ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ଡାଇକ୍ଟେଟର ଡା. ଶକ୍ତିମୟ ମହାପାତ୍ର କହିଛନ୍ତି, ଆମେ ବର୍ତ୍ତମାନ କ୍ୟାନସରର ସଫଳ ଚିକିତ୍ସା ପାଇଁ ଅଧିକ ଯତ୍ନବାନ ହୋଇଛୁ। ଏପରିକି ଡା. ଶ୍ରୀମନ୍ଥ ବି.ଏସ୍‌.ଙ୍କ ଭଳି ଅଭିଜ୍ଞ ଅର୍ଥୋପେଡିକ୍‌ ଅଙ୍କୋଲଜିଷ୍ଟ୍‌ ପ୍ରତି ମାସରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଆସିବା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଥିଲାବେଳେ ରାଜ୍ୟର ଅନେକ ରୋଗୀ ଏହାର ସୁଫଳ ନେଇ ପାରିବେ। ଆଗାମୀ ଦିନରେ ମଧ୍ୟ ଅନ୍ୟାନ୍ୟ ବିଭାଗର ଅଭିଜ୍ଞ ଡାକ୍ତରମାନେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଆସିବାର ଯୋଜନା ରହିଛି।
ଅପରପକ୍ଷରେ ବିଭିନ୍ନ ପ୍ରକାର ବୋନ୍‌ କ୍ୟାନସରର ଲକ୍ଷଣ ଯଥା ଦୀର୍ଘଦିନ ଧରି ହାଡ଼ରେ ଯନ୍ତ୍ରଣା ହେବା, ଗଣ୍ଠି ଫୁଲିବା, ହାଡ ବଢ଼ିବା କିମ୍ବା ସମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ ଆଉ ଡେରି ନ କରି ମଣିପାଲ୍‌ ହସ୍ପିଟାଲ ଭୁବନେଶ୍ୱରଠାରେ ଡା. ଶ୍ରୀମନ୍ଥ ବି.ଏସ୍‌.ଙ୍କ ସହିତ ପରାମର୍ଶ କରିପାରିବେ। ସେହିପରି ପ୍ରାରମ୍ଭିକ ଷ୍ଟେଜ୍‌ରେ ବୋନ୍‌ ଟ୍ୟୁମର ପାଇଁ ମଣିମାଲ୍‌ ଇନ୍‌ଭେସିପ ପଦ୍ଧତିରେ ସର୍ଜରି, ହାଡ଼ କିମ୍ବା ଟିସୁରେ କ୍ୟାନସର ହୋଇଥିଲେ ଅଙ୍ଗକୁ ରକ୍ଷା କରି ତାର ସର୍ଜରି, ପିଲାଙ୍କ ଅଙ୍ଗକୁ ରକ୍ଷା ସର୍ଜରୀ, ଟିମ୍ୟୁର ମେଗାପ୍ରୋଥେସିସ୍‌ ପୁନର୍ଗଠନ ଏବଂ ଆଭ୍ୟନ୍ତରୀଣ ହେମିପେଲଭେକ୍ଟୋମି ଓ ସାକ୍ରୋକ୍ଟେମି ଇତ୍ୟାଦି ଚିକିତ୍ସା କରିବାରେ ଡା. ଶ୍ରୀମନ୍ଥ ବି.ଏସ୍‌.ଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏପରିକି ଜଣେ ଅର୍ଥୋପେଡିକ୍‌ ଅଙ୍କୋଲଜିଷ୍ଟ୍‌ ଭାବେ ଡା. ଶ୍ରୀମନ୍ଥ ବି.ଏସ୍‌. ସାରା ଭାରତରେ ବେଶ୍‌ ସୁପରିଚିତ ଥିଲାବେଳେ ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ମେଡିକାଲ ଯଥା ଶ୍ରୀ ଦେବରାଜ ମେଡିକାଲ କଲେଜ, ଏମ୍‌ ଏସ୍‌ ରାମିହା ମେଡିକାଲ କଲେଜ, ସାଉଥ୍‌ କୋରିଆର ସେଉଲ ନ୍ୟାଶଲାନ୍‌ ୟୁନିର୍ଭସିଟି, ଇଟାଲୀର ରିଜେଇ ଅର୍ଥୋପେଡିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ମୁମ୍ବାଇ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri