ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼: ଗାଁ ଧୂଆଁମୟ

ବାଙ୍କୀ,୭ା୬: ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କଟକ ଜିଲା ବାଙ୍କୀ ମହଙ୍ଗା ଗୋପାଳପୁର ଗାଁରେ। ଏହି ଗାଁରେ ୩ଟି ବୋମାମାଡ଼ ହୋଇଛି। ଫଳରେ ଗାଁ ଧୂଆଁମୟ ହୋଇଯାଇଥିଲା। ବୋମାମାଡ଼ରେ ଭାଙ୍ଗିଲା ଘରର କବାଟ ଝରକା ଭାଙ୍ଗିପଡ଼ିଛି। ରାତିଅଧରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ତେବେ ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

Share
Tags: Bomb blast