ଭିତରେ ଲୋକ ଖାଉଥିବାବେଳେ ରେଷ୍ଟରାଣ୍ଟ ଉପରକୁ ବୋମାମାଡ: ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଲେ…

ବ୍ରହ୍ମପୁର, ୬।୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଏବେ ଦିନକୁ ଦିନ ଅପରାଧୀମାନେ ସକ୍ରିୟ ହେବାରେ ଲାଗିଛନ୍ତି। ସୋମବାର ସନ୍ଧ୍ୟାରେ ବଡବଜାର ଥାନା ଅନ୍ତର୍ଗତ ଗ୍ରାମଦେବତୀ ସାହିରେ ଥିବା ଏକ ମଦ ଦୋକାନ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ହୋଇଥିବା ବେଳେ ରାତ୍ର ପ୍ରାୟ ୧୧ଟାସମୟରେ ଏକ ରେଷ୍ଟରାଣ୍ଟ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ କରିଛନ୍ତି। ଯାହାକୁ ନେଇ ସେଠାରେ ଖାଉଥିବା ଲୋକ ଓ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କିତ ହୋଇଥିଲେ। ପୋଲିସ ଖବରପାଇ ସେଠାରେ ପହଞ୍ଚି ତଦନ୍ତ କରିଥିଲା। ବୋମାର ଫୁଟା ଅଂଶ ସଂଗ୍ରହ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜେନେନା ହସ୍ପିଟାଲା ନିକଟରେ ଏକ ଜଣାଶୁଣା ରେଷ୍ଟରାଣ୍ଟ ରହିଛି। ଗତରାତ୍ର ଉକ୍ତ ରେଷ୍ଟରାଣ୍ଟ ଭିତରେ ଲୋକମାନେ ଖାଉଥିବା ବେଳେ ବାହାରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଶୁଣିବାକୁ ମିଳିଥିଲା। ରେଷ୍ଟରାଣ୍ଟ ମ୍ୟାନେଜର ଓ କର୍ମଚାରୀ ବାହାରକୁ ଆସି ଦେଖିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଥିବା ଜାଣିବାକୁ ପାଇଥିଲେ। ରେଷ୍ଟରାଣ୍ଟ ମାଲିକଙ୍କ ସହ କୌଣସି ଶତ୍ରୁତା ନା’ଅନ୍ୟ କୌଣସି କାରଣରୁ ଦୁର୍ବୃତ୍ତମାନେ ସେଠାରେ ବୋମାମାଡ କରିଥିଲେ ସେ ନେଇ ପୋଲିସ ଏବେ ଛାନବିନ୍‌ କରୁଛି ।

Dharitri – The Largest & Most Trusted Odia Daily

Share
Tags: odisha