ସିଭିଲ କୋର୍ଟକୁ ପୁଣି ବୋମା ଧମକ, ଇ-ମେଲ୍‌ରେ ଲେଖାଅଛି…

ବରଗଡ଼,୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିଭିଲ କୋର୍ଟକୁ ସୋମବାର ପୁଣି ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ଏହା ଜଣାପଡ଼ିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲମାନେ କୋର୍ଟ ବାହାରକୁ ଆସିଥିବାବେଳେ ସୂଚନା ପାଇ ପୋଲିସ ପହଞ୍ଚି ତନାଘନା ଚଲାଇଛି। ବୋମା ନିଷ୍କ୍ରିୟ ଦଳ କୋର୍ଟ ପରିସରରେ ଯାଞ୍ଚ ଚଲାଇଛି । ଏହା ପୂର୍ବରୁ ଏହି କୋର୍ଟକୁ ଏଭଳି ୨ଥର ବୋମା ଧମକ ଆସିଥିଲା।

Dharitri – Odisha’s No.1 Odia Daily

Share