ଭୁବନେଶ୍ୱର ଷ୍ଟେଶନରେ ବୋମା ଆତଙ୍କ

ଭୁବନେଶ୍ୱର, ୨୭ ୧୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର ଷ୍ଟେଶନରେ ବୋମା ଆତଙ୍କ ଦେଖିବାକୁ ମିଳିଛି। କେହି ପାର୍ସଲରେ ବୋମା ପଠାଇଥିବା ଖବର ଗୋଇନ୍ଦା ପୋଲିସ ପାଇଥିଲା। ଏହି ଖବର ଆଧାରରେ ଏସ୍‌ଟିଏଫ୍‌ ବୁଧବାର ସକାଳୁ ଚଢାଉ କରି ଛାନ୍‌ଭିନ୍‌ କରିଥିଲା। ଷ୍ଟେଶନର ରେଲଓ୍ବେ ପାର୍ସଲକୁ ସନ୍ଧାନୀ କୁକୁର ସହିତ ପୋଲିସ ଗୋଟି ଗୋଟି କରି ଯାଞ୍ଚ କରାଯାଇଥିଲା। କେବଳ ପାର୍ସଲରେ ବୋମା ନୁହେଁ, ପୁଳା ପୁଳା ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ମଧ୍ୟ ଗୋଇନ୍ଦା ପାଇଥିଲା। ପୋଲିସ ଏକ ଘଣ୍ଟା ଧରି ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ କରିଥିଲେ ମଧ୍ୟ କିଛିବି ପାଇ ନ ଥିଲା। ପରେ ଗୋଇନ୍ଦା ବିଭାଗକୁ ଖବର ଦେଇଥିବା ବ୍ୟକ୍ତି ମିଛ ଖବର ଦେଇଥିବା ଯାଞ୍ଚରୁ ଜଣାପଡ଼ିଥିଲା।

Dharitri – The Largest & Most Trusted Odia Daily

Share
Tags: odisha