Posted inଜାତୀୟ

ବୋମା ତିଆରିରେ ସିଦ୍ଧହସ୍ତ ଗୁଡ୍ଡୁ ମୁସ୍‌ଲିମ

ଲକ୍ଷ୍ନୌ,୨୧ା୪: ୨୦୨୩ ଫେବୃୟାରୀ ୨୪। ପ୍ରୟାଗରାଜର ଧୂମାନଗରରେ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ଟାର୍ଗେଟ କରାଯାଇଥିଲା। ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦଙ୍କ ପୁଅ ଅସଦ ଅହମ୍ମଦ ଓ ଶାର୍ପ ଶୁଟର ଗୁଲାମ ମହମ୍ମଦ (ଏନ୍‌କାଉଣ୍ଟରରେ ଉଭୟେ ମୃତ) ଗୁଳି ଚଳାଉଥିବାବେଳେ ଉମେଶଙ୍କ ଉପରକୁ ତୁହାକୁ ତୁହା ବୋମା ଫିଙ୍ଗୁଥିଲେ ଧଳା ଶାର୍ଟ, କଳା ପ୍ୟାଣ୍ଟ ଓ ସ୍ପୋଟର୍‌ସ ସୁଜ୍‌ ପିନ୍ଧି ବାଇକ୍‌ରେ ଆସିଥିବା ଜଣେ ମଧ୍ୟବୟସ୍କ। ଏହି ଆକ୍ରମଣରେ ଯୁବ ଆଇନଜୀବୀ ଉମେଶ ଏବଂ ତାଙ୍କ ୨ ପୋଲିସ ସୁରକ୍ଷା ଗାର୍ଡ ସନ୍ଦୀପ ନିଷାଦ ଓ ରାଘବେନ୍ଦ୍ର ସିଂ ମଧ୍ୟ ପ୍ରାଣ ହରାଇଥିଲେ। ଉମେଶଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିଲା। ଫୁଟେଜ୍‌ ଅଣ୍ଡାଳିବା ପରେ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚିହ୍ନିପାରିଥିଲା ଗୁଡ୍ଡୁ ମୁସ୍‌ଲିମ୍‌ଙ୍କୁ। ମୋଷ୍ଟ ଓ୍ବାଣ୍ଟେଡ୍‌ ଗୁଡ୍ଡୁ ସେହିଦିନ ମିରଟରେ ଅତିକ୍‌ଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ନେଇ ଦିଲ୍ଲୀ ଫେରାର ହୋଇଯାଇଥିଲେ। ତାଙ୍କୁ ଧରାଇଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ୟୁପି ପୋଲିସ ଘୋଷଣା କରିଥିଲା।
୫୦ ବର୍ଷୀୟ ଗୁଡ୍ଡୁ ମୁସ୍‌ଲିମ ୟୁପିରେ ଆତଙ୍କର ଅନ୍ୟନାମ। କୁହାଯାଏ ଅତିକ୍‌ ଓ ତାଙ୍କ ଭାଇ ଅଶ୍ରଫ୍‌ ଅହମ୍ମଦ ଯାହା ଯୋଜନା କରୁଥିଲେ ସେସବୁକୁ ଗୁଡ୍ଡୁ ହିଁ କାର୍ଯ୍ୟକାରୀ କରୁଥିଲେ। ଦୁଇଭାଇ ଜେଲ ଯିବା ପରେ ଅତିକ୍‌ଙ୍କ ସ୍ତ୍ରୀ ଶାଇସ୍ତା ସମ୍ଭାଳୁଥିଲେ ଅତିକ୍‌ ଅହମ୍ମଦଙ୍କ କ୍ରାଇମ୍‌ ସିଣ୍ଡିକେଟ୍‌। କେଉଁଠୁ କେତେ ଟଙ୍କା ଆସିବ। କାହାଠାରୁ କେତେ ଅସୁଲ କରାଯିବ ସବୁ ଶାଇସ୍ତାଙ୍କ ଇଶାରାରେ ସ୍ଥିର ହେଉଥିଲା। ସେପଟେ ଫେରାର ଥିବା ଗୁଡ୍ଡୁ ମଧ୍ୟ ଏକ ସମାନ୍ତରାଳ ଗ୍ୟାଙ୍ଗ୍‌ ଗଢ଼ି ବ୍ୟବସାୟୀ, ଠିକାଦାର ଓ ନେତାଙ୍କଠାରୁ ବେଆଇନ ବଟି ଅସୁଲି କରୁଥିଲେ। ସମ୍ଭବତଃ ଏହି କାରଣରୁ ଶାଇସ୍ତା ଓ ଗୁଡ୍ଡୁଙ୍କ ମଧ୍ୟରେ ଶତ୍ରୁତା ବଢ଼ିଥିଲା। ଦିନେ ଅତିକ୍‌ଙ୍କ ଅତି ଘନିଷ୍ଠ ଥିବା ଗୁଡ୍ଡୁ ମୁସ୍‌ଲିମ ଶେଷରେ ତାଙ୍କୁ ହତ୍ୟା କରାଇଥିବା କୁହାଯାଉଛି, ଯାହାର କାରଣ ଖୋଜୁଛି ୟୁପି ଏସ୍‌ଟିଏଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri