Posted inଜାତୀୟ

ବୋମା ତିଆରିରେ ସିଦ୍ଧହସ୍ତ ଗୁଡ୍ଡୁ ମୁସ୍‌ଲିମ

ଲକ୍ଷ୍ନୌ,୨୧ା୪: ୨୦୨୩ ଫେବୃୟାରୀ ୨୪। ପ୍ରୟାଗରାଜର ଧୂମାନଗରରେ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ଟାର୍ଗେଟ କରାଯାଇଥିଲା। ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦଙ୍କ ପୁଅ ଅସଦ ଅହମ୍ମଦ ଓ ଶାର୍ପ ଶୁଟର ଗୁଲାମ ମହମ୍ମଦ (ଏନ୍‌କାଉଣ୍ଟରରେ ଉଭୟେ ମୃତ) ଗୁଳି ଚଳାଉଥିବାବେଳେ ଉମେଶଙ୍କ ଉପରକୁ ତୁହାକୁ ତୁହା ବୋମା ଫିଙ୍ଗୁଥିଲେ ଧଳା ଶାର୍ଟ, କଳା ପ୍ୟାଣ୍ଟ ଓ ସ୍ପୋଟର୍‌ସ ସୁଜ୍‌ ପିନ୍ଧି ବାଇକ୍‌ରେ ଆସିଥିବା ଜଣେ ମଧ୍ୟବୟସ୍କ। ଏହି ଆକ୍ରମଣରେ ଯୁବ ଆଇନଜୀବୀ ଉମେଶ ଏବଂ ତାଙ୍କ ୨ ପୋଲିସ ସୁରକ୍ଷା ଗାର୍ଡ ସନ୍ଦୀପ ନିଷାଦ ଓ ରାଘବେନ୍ଦ୍ର ସିଂ ମଧ୍ୟ ପ୍ରାଣ ହରାଇଥିଲେ। ଉମେଶଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିଲା। ଫୁଟେଜ୍‌ ଅଣ୍ଡାଳିବା ପରେ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚିହ୍ନିପାରିଥିଲା ଗୁଡ୍ଡୁ ମୁସ୍‌ଲିମ୍‌ଙ୍କୁ। ମୋଷ୍ଟ ଓ୍ବାଣ୍ଟେଡ୍‌ ଗୁଡ୍ଡୁ ସେହିଦିନ ମିରଟରେ ଅତିକ୍‌ଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ନେଇ ଦିଲ୍ଲୀ ଫେରାର ହୋଇଯାଇଥିଲେ। ତାଙ୍କୁ ଧରାଇଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ୟୁପି ପୋଲିସ ଘୋଷଣା କରିଥିଲା।
୫୦ ବର୍ଷୀୟ ଗୁଡ୍ଡୁ ମୁସ୍‌ଲିମ ୟୁପିରେ ଆତଙ୍କର ଅନ୍ୟନାମ। କୁହାଯାଏ ଅତିକ୍‌ ଓ ତାଙ୍କ ଭାଇ ଅଶ୍ରଫ୍‌ ଅହମ୍ମଦ ଯାହା ଯୋଜନା କରୁଥିଲେ ସେସବୁକୁ ଗୁଡ୍ଡୁ ହିଁ କାର୍ଯ୍ୟକାରୀ କରୁଥିଲେ। ଦୁଇଭାଇ ଜେଲ ଯିବା ପରେ ଅତିକ୍‌ଙ୍କ ସ୍ତ୍ରୀ ଶାଇସ୍ତା ସମ୍ଭାଳୁଥିଲେ ଅତିକ୍‌ ଅହମ୍ମଦଙ୍କ କ୍ରାଇମ୍‌ ସିଣ୍ଡିକେଟ୍‌। କେଉଁଠୁ କେତେ ଟଙ୍କା ଆସିବ। କାହାଠାରୁ କେତେ ଅସୁଲ କରାଯିବ ସବୁ ଶାଇସ୍ତାଙ୍କ ଇଶାରାରେ ସ୍ଥିର ହେଉଥିଲା। ସେପଟେ ଫେରାର ଥିବା ଗୁଡ୍ଡୁ ମଧ୍ୟ ଏକ ସମାନ୍ତରାଳ ଗ୍ୟାଙ୍ଗ୍‌ ଗଢ଼ି ବ୍ୟବସାୟୀ, ଠିକାଦାର ଓ ନେତାଙ୍କଠାରୁ ବେଆଇନ ବଟି ଅସୁଲି କରୁଥିଲେ। ସମ୍ଭବତଃ ଏହି କାରଣରୁ ଶାଇସ୍ତା ଓ ଗୁଡ୍ଡୁଙ୍କ ମଧ୍ୟରେ ଶତ୍ରୁତା ବଢ଼ିଥିଲା। ଦିନେ ଅତିକ୍‌ଙ୍କ ଅତି ଘନିଷ୍ଠ ଥିବା ଗୁଡ୍ଡୁ ମୁସ୍‌ଲିମ ଶେଷରେ ତାଙ୍କୁ ହତ୍ୟା କରାଇଥିବା କୁହାଯାଉଛି, ଯାହାର କାରଣ ଖୋଜୁଛି ୟୁପି ଏସ୍‌ଟିଏଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri