ଖୋର୍ଦ୍ଧାରେ ଫୁଟିଲା ବୋମା: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଖୋର୍ଦ୍ଧା,୭ା୪: ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସେହି ଗ୍ରାମର ନିରାକାର ସିଂ। ଆହତ ହେଲେ ବଣ୍ଟି ଅରିସଲ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ବୋମା ବିସ୍ଫୋରଣ କାରଣ ଅସ୍ପଷ୍ଟ ରହିଛି। ସେ ବୋମା ଭିଡୁଥିବାବେଳେ ଏପରି ଘଟିଛି ନଚେତ୍‌ା ଅନ୍ୟ କେଉଁଠିକୁ ସ୍ଥାନାନ୍ତର ବେଳେ ଏପରି ବିସ୍ଫୋରଣ ହୋଇଛି, ତାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

Share
Tags: Bomb blast