କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ବିଇଏମ୍‌ସିର ୯ ନଂ ଓ୍ବାର୍ଡର କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ସେ ଓ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ର ଶବ୍ଦ ଶୁଣି ଘରେ ଥିବା ତାଙ୍କ ପରିବାର ଭୟଭୀତ ହୋଇ ରାତି ସାରା ରହିଥିଲେ। ଅଞ୍ଚଳର ଜଣେ ଜନପ୍ରତିନିଧିଙ୍କ ଘର ଉପରକୁ ହୋଇଥିବା ବୋମାମାଡ଼ ଘଟଣା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫୋଟା ବୋମାର ଟୁକୁଡ଼ା ଓ ଘର ସମ୍ମୁଖ ଭାଗ କାନ୍ଥ ଏବଂ ଝରକା ଭାଙ୍ଗି ଯାଇଥିବା ଜବତ କରିଛି।

କର୍ପୋରେଟରଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ କରୁଛି। ତିନି ଜଣ ଯୁବକ ବୋମାମାଡ଼ କରିଥିବା ବେଳେ ଜଣଙ୍କୁ ପୋଲିସ ରାତିରେ କାବୁ କରିଛି। ତଦନ୍ତରେ ବାଧାପ୍ରାପ୍ତ ଦୃଷ୍ଟିରୁ ଅଟକ ଯୁବକଙ୍କ ପରିଚୟ ଦେବାକୁ ମନା କରିଛି। ପ୍ରାଥମିକ ତଦନ୍ତରୁ ପୂର୍ବଶତ୍ରୁତାରୁ ଏହି ବୋମାମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅପରାଧୀମାନେ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଘଟଣାରୁ ପ୍ରକାଶ ଯେ, ଗୁରୁବାର ରାତିରୁ ଉକ୍ତ କର୍ପୋରେଟରଙ୍କ ଘରେ ସମସ୍ତେ କୌଣସି ବିଷୟରେ ଆଲୋଚନା କରିଥିଲେ। ସେହି ସମୟରେ ହଠାତ୍‌ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ୩ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଘରକୁ ବୋମାମାଡ଼ କରିଥିବା ଦୃଶ୍ୟ ସେ ଘରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ପାଇଥିଲେ। ସେ ଏନେଇ ଥାନାଧିକାରୀଙ୍କୁ ଫୋନ୍‌ କରି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri