ଲଭ୍‌ ପାର୍ଟନରଙ୍କୁ ଦେଇଛନ୍ତି ଧୋକା

ବମ୍ବେ: ପ୍ରେମିକାଙ୍କୁ ଧୋକା ଦେବାରେ ଆଗରେ ଅଛନ୍ତି ବଲିଉଡ୍‌ର ଅନେକ ଅଭିନେତା। ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରଣବିର କପୁର ପର୍ଯ୍ୟନ୍ତ, ସମସ୍ତେ ନିଜର ଲଭ୍‌ଷ୍ଟୋରୀକୁ ନେଇ ରହିଥିଲେ ଚର୍ଚ୍ଚାରେ। ତାଲିକାରେ ଏପରି ଜଣେ ଅଭିନେତା ମଧ୍ୟ ଅଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ଚକିତ ମଧ୍ୟ ହୋଇପାରନ୍ତି। ଆସନ୍ତୁ ଜାଣିବା:

ରଣବିର କପୁର: ପ୍ରେମରେ ପଡ଼ିବା ମାମଲାରେ ଏହି ଅଭିନେତା ଶୀର୍ଷରେ। ପ୍ରଥମେ ତାଙ୍କ ନାମ ସୋନମ କପୁରଙ୍କ ସହ ଯୋଡ଼ା ଯାଇଥିଲା। ଡେବ୍ୟୁ ଫିଲ୍ମରୁ ହିଁ ପରସ୍ପରର ନିକଟତର ହୋଇଥିଲେ ଉଭୟେ। ହେଲେ ପରେ ଦୀପିକା ପାଦ୍ୟୁକୋନ୍‌ଙ୍କ ସହ ରଣବିରଙ୍କ ଯୋଡ଼ି ଚର୍ଚ୍ଚାରେ ରହିଥିଲା। ଉଭୟଙ୍କ ପ୍ରେମକାହାଣୀ ମଧ୍ୟରେ କଟ୍ରିନା କୈଫଙ୍କ ଏଣ୍ଟ୍ରି ସବୁ ବିଗାଡ଼ି ଦେଇଥିଲା। ରଣବୀର ତାଙ୍କୁ ଧୋକା ଦେଉଥିବା ଦୀପିକା ଜାଣିପାରିଥିଲେ। ପରବର୍ତ୍ତୀ ସମୟରେ କଟ୍ରିନାଙ୍କ ସହ ମଧ୍ୟ ବେଶିଦିନ ଚାଲିପାରି ନ ଥିଲା ପ୍ରେମଗାଡ଼ି। ଏବେ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିଛନ୍ତି ସେ। ଉଭୟ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି କୁହାଯାଉଛି।

ଅକ୍ଷୟ କୁମାର:
ବଲିଉଡ୍‌ର ଖିଲାଡ଼ି କିଙ୍ଗ ଅକ୍ଷୟଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ଅକ୍ଷୟ ଏବଂ ରବିନା ଟଣ୍ଡନଙ୍କ ଆଫେୟାରର ହୋଇଥିଲା। ଉଭୟଙ୍କ ମଧ୍ୟରେ ଶିଳ୍ପା ସେଟ୍ଟୀ ଆସିଯାଇଥିଲେ। ରବିନାଙ୍କୁ ନିର୍ବନ୍ଧ କରିଥିଲେ ହେଁ ଶିଳ୍ପାଙ୍କ ପାଇଁ ଉଭୟ ଅଲଗା ହୋଇଯାଇଥିଲେ। ଶିଳ୍ପାଙ୍କ ସହ ତାଙ୍କର ପ୍ରେମକାହାଣୀ ମଧ୍ୟ ବେଶିଦିନ ତିଷ୍ଠି ପାରି ନ ଥିଲା। ଟ୍ବିଙ୍କଲ ଖନ୍ନାଙ୍କୁ ଲୁଚିଲୁଚି ପ୍ରେମ କରିବା ଆରମ୍ଭ କରିଥିଲେ ଅକ୍ଷୟ। ଶିଳ୍ପା ତାହା ଜାଣିପାରି ଦୂରେଇ ଯାଇଥିଲେ। ଏବେ ଅକ୍ଷୟ ଏବଂ ଟ୍ବିଙ୍କଲ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

ଗୋବିନ୍ଦା: ବଲିଉଡ୍‌ର ହିରୋ ନମ୍ବର ଓ୍ବାନ୍‌ ଗୋବିନ୍ଦାଙ୍କ ନାଁ ରାଣୀ ମୁଖାର୍ଜୀଙ୍କ ସହ ଯୋଡ଼ି ହୋଇଥିଲା। ଅନ୍‌ସ୍କ୍ରିନରେ ରୋମାନ୍ସ କରୁ କରୁ ଉଭୟେ ପ୍ରେମରେ ପଡ଼ିଥିଲେ। ହେଲେ ସେତେବେଳେ ଗୋବିନ୍ଦା ବିବାହିତ ଥିଲେ। ଏଣୁ ପ୍ରେମରେ ପଡ଼ିବାର କିଛି ଦିନ ପରେ ନିଜ ଭୂଲ ଜାଣିପାରି ଗୋବିନ୍ଦା ରାଣୀଙ୍କଠାରୁ ଦୂରେଇ ଯାଇଥିଲେ। ସ୍ତ୍ରୀ ସୁନୀତା ମଧ୍ୟ ତାଙ୍କ ଦ୍ୱିତୀୟ ସୁଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri