ପ୍ରଥମ ଥର ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ଭଳି ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ପରଦାରେ ଏକାଠି ସ୍କ୍ରିନ୍‌ ଶେୟାର କରିସାରିଛନ୍ତି। ଏହି ଯୋଡ଼ିଙ୍କୁ ମଧ୍ୟ ଦର୍ଶକ ପସନ୍ଦ କରୁଥିବା ବେଳେ ବାରମ୍ବାର ସେମାନଙ୍କୁ ଏକାଠି ଦେଖି ବୋର ହୋଇଯାଇଥାନ୍ତି। ଆଉ କିଛି ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏକାଠି ଅଭିନୟ କରିନାହାନ୍ତି। ତେବେ ଚଳିତ ବର୍ଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କାରଣ ଚଳିତ ବର୍ଷ ଦର୍ଶକମାନେ ପରଦାରେ ପ୍ରଥମ ଥର ପାଇଁ ନୂଆ ନୂଆ ଯୋଡ଼ିଙ୍କୁ ଏକାଠି ଦେଖିବାକୁ ପାଇବେ। ସୂଚନା ମୂତାବକ, ଖିଲାଡି ବୟ ଅକ୍ଷୟ କୁମାର ଓ ପୂର୍ବତନ ମିସ୍‌ ଓ୍ବାଲର୍‌ଡ ମାନୁଷୀ ଛିଲରଙ୍କୁ ପ୍ରଥମ ଥର ଏକାଠି ଦେଖିପାରିବେ ଦର୍ଶକ। ଖୁବ୍‌ଶୀଘ୍ର ଫିଲ୍ମ ‘ପୃଥ୍ବୀରାଜ’ରେ ଦୁହେଁ ଏକାଠି ନଜର ଆସିବେ। ଗୋଟିଏ ପଟେ ଗ୍ରୀକ୍‌ ଭଗବାନ କୁହାଯାଉଥିବା ହ୍ରିତିକ ରୋଶନ ଓ ଅନ୍ୟପଟେ ବଲିଉଡ୍‌ର ମୋଷ୍ଟ ବିୟୁଟିଫୁଲ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରି ମଧ୍ୟ ପରଦାରେ ମନରୋଞ୍ଜନର ଖୋରାକ୍‌ ଯୋଗାଇବ। ଦୁହେଁ ଫିଲ୍ମ ‘ଫାଇଟର’ରେ ଏକାଠି ନଜର ଆସିବେ ବୋଲି ଜଣାପଡ଼ିଛି। ସେହପିରି ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ଭୁଲ ଭୁଲେଆ-୨’ରେ କାର୍ତ୍ତିକ ଆର୍ୟନ ଓ କିଆରା ଆଡଭାନୀଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ଏହି ୨ଷ୍ଟାର ପ୍ରଥମ ଥର ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ସେହିଭଳି ବି ଟାଉନର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦୁହିଁଙ୍କ ଅଭିନୟ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଏହି ଯୋଡି ସିଲଭର ସ୍କ୍ରିନ୍‌ ଏକାଠି ଶେୟାର କରିବାକୁ ଯାଉଛନ୍ତି। ଅନ୍ୟପଟେ ରଣବୀର ସିଂ ଓ ଜାକଲିନ ଫର୍ନାଣ୍ଡିଜ୍‌ ମଧ୍ୟ ପ୍ରଥମ ଥର ପାଇଁ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସର୍କସରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri