କଟକ,୧୬।୧୦: ଚଳିତ ବର୍ଷ କଟକ ବାଲିଯାତ୍ରାରେ ବଲିଉଡ୍ ନାଇଟ୍ ଦର୍ଶକଙ୍କ ମନୋରଞ୍ଜନରେ ଚାର୍ ଚନ୍ଦ୍ ଲଗାଇବ। ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ, ହର୍ଷଦୀପ କୌର ଏବଂ ଋଷି ସିଂଙ୍କ ସମେତ ଓଲିଉଡ୍ର ୧୪ ଜଣ ନାମୀ ଗାୟକଙ୍କ ସଙ୍ଗୀତମୟ ପ୍ରଦର୍ଶନୀରେ ଦର୍ଶକମାନେ ଝୁମିବେ। ଏହି କାର୍ଯ୍ୟକ୍ରମ ବୈଷ୍ଣବ ପାଣି ଏବଂ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ଅନୁଷ୍ଠିତ ହେବ।
ବାଲିଯାତ୍ରା ପରିଚାଳନା ପାଇଁ ଜିଲା ପ୍ରଶାସନ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦେଇଛି। ଜିଲାପାଳଙ୍କ ସୂଚନା ଅନୁସାରେ, ୪ଟି ପ୍ରବେଶ ପଥ, ୯ଟି ପ୍ରସ୍ଥାନ ପଥ ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ୬ଟି ଅତିରିକ୍ତ ଗେଟ୍ ବ୍ୟବସ୍ଥା ରହିବ। ଏହାସହ କଟକ ଇନ୍ କଟକ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଥିମ ଭାବେ ପ୍ରୋତ୍ସାହିତ କରାଯିବ, ଯାହା ଏହି ଐତିହାସିକ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବ।