ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ ଗ୍ରାମରୁ ଚୋରି ହୋଇଥିବା ବୋଲେରୋ ଗାଡ଼ିକୁ ପଟାଙ୍ଗି ବ୍ଲକ୍ ସମ୍ବାଇ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରୁ ପୋଲିସ ଜବତ କରିଛି। ଦୁବୃର୍ତ୍ତମାନେ ଗାଡ଼ିର ନମ୍ବର ପ୍ଲେଟ୍, ଷ୍ଟେପିନ ଟାୟାର, ଲଗେଜ କ୍ୟାରିଅର ଆଦି କାଢି ନେଇଯାଇଥିବା ବେଳେ ତଦନ୍ତ ଚାଲିଛି ।

ଅତିଶୀଘ୍ର ଗାଡ଼ି ଚୋରଙ୍କୁ ପୋଲିସ ଧରିବ ବୋଲି ନନ୍ଦପୁର ଥାନାଧିକାରୀ ତ୍ରିନାଥ ତୋଟାପାଡିଆ ସୂଚନା ଦେଇଛନ୍ତି। ସୂଚନା ଥାଉକି ଉକ୍ତ ରାତ୍ରିରେ ନନ୍ଦପୁର ଥାନା ଅଧୀନ ଗୁଣ୍ଟାପୁଟ ଗ୍ରାମରୁ ବୋଲେରୋ, ପିତାଗୁଡା ଗ୍ରାମରୁ ଗୋଟିଏ ବାଇକ୍, ସୁବାଇ ଗ୍ରାମରୁ ଦୁଇ ମୋବାଇଲ୍ ଓ ରସ ସାମଗ୍ରୀ ଆଦି ଚୋରୀ ମାମଲା ରୁଜୁ ହୋଇଥିଲା। ସପ୍ତାହକ ପରେ ରବିବାର ପାଡୁଆ ଥାନା କ୍ଷେତ୍ରରେ ଫୁଣି ଗୋଟିଏ ବୋଲେରୋ ଗାଡ଼ି ଓ ୨ ଟି ବାଇକ ଚୋରି ଘଟଣା ସାମନାକୁ ଆସିବା ପରେ ନନ୍ଦପୁର ଉପଖଣ୍ଡ ପୋଲିସ ଚର୍ଚ୍ଚାକୁ ଆସିଥିଲା।

ଦୁଇ ଥାନାରେ ଦୁଇଟି ବୋଲେରୋ ଗାଡ଼ି ଓ ତିନୋଟି ବାଇକ୍ ଚୋରି ମାମଲା ମାମଲା ମଧ୍ୟରୁ ଗୋଟିଏ ବୋଲେରୋ ଗାଡ଼ି ଜବତ ହେବା ପରେ ଗାଡ଼ି ମାଲିକଙ୍କ ମଧ୍ୟରେ ନିଜ ନିଜ ଚୋରି ଗାଡ଼ି ମିଳିବା ଆଶା ଜାଗୃତ ହୋଇଛି। ନନ୍ଦପୁର ପୋଲିସ ଆଜି ଅପରାହ୍ନରେ ବୋଲେରୋ ଗାଡ଼ିକୁ ମାଲିକଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ଦିଆଯାଇଛି ।

 

Dharitri – Odisha’s No.1 Odia Daily

Share