ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା ଥାନା ଅନ୍ତର୍ଗତ ମୁଠାଗୁଡା ଗାଁରେ ବୋଲେରୋଟି ପଙ୍କ୍‌ଚର ହୋଇଥିଲା। ତାହା ସଜାଡ଼ିବା ପାଇଁ ଡ୍ରାଇଭର ଅଡ଼ବା ଆସିବା ସମୟରେ ପଦା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡ୍ରେନ୍‌ର ଓ୍ବାଲ୍‌କୁ ଧକ୍କା ଦେଇ ଗାଡ଼ିଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର ହୋଇଥିଲେ। ବୋଲେରୋରେ ବସିଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କ ମଧ୍ୟରେ କାହାର କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଅଡ଼ବା ପୋଲିସ ପହଞ୍ଚି ତଦନ୍ତ କରୁଛି।

Dharitri – Odisha’s No.1 Odia Daily

Share