ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ ନିକଟରେ ଥିବା ଏକ ମଲ ଖୋଲାଥିବା ଦେଖିବାକୁ ମିଳିଥିଲା। ଫଳରେ ଆନ୍ଦୋଳନକରୀମାନେ ମଲ ଭିତରକୁ ପଶି କର୍ମଚାରୀମାନଙ୍କୁ ବୁଝାଶୁଜା କରିଥିଲେ। କିନ୍ତୁ ସେମାନେ ମାନି ନ ଥିଲେ। ଫଳରେ ଆନ୍ଦୋଳନକାରୀ ରାଗି ଯାଇ ସାମଗ୍ରୀ ଏଣେତେଣେ ଫୋପାଡ଼ିଥିଲେ ପରେ ମଲକୁ ବନ୍ଦ କରିଥିଲେ କର୍ମଚାରୀ।

Dharitri – Odisha’s No.1 Odia Daily