ବିଓଆଇର ଡିବିୟୁ ଉଦ୍‌ଘାଟିତ

ଭୁବନେଶ୍ୱର,୧୭ା୧୦: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ଉଦ୍‌ଘାଟିତ ହୋଇଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଦେଶର ୭୫ଟି ଜିଲାରେ ୭୫ଟି ଡିଜିଟାଲ୍‌ ଡିବିୟୁ ଉଦ୍‌ଘାଟିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ଅଧୀନରେ ଥିବା କଳିଙ୍ଗ ଷ୍ଟାଡିୟମ (ନୟାପଲ୍ଲୀ ଭୁବନେଶ୍ୱର) ନିକଟସ୍ଥ ବିଓଆଇର ଡିବିୟୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ୪ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ମଧ୍ୟରୁ ବିଓଆଇର ଡିବିୟୁ ଅନ୍ୟତମ । ଏହି ଅବସରରେ ବିଓଆଇର ଏମ୍‌ଡି ତଥା ସିଇଓ ଏ.କେ. ଦାସଙ୍କ ସମେତ ରିଜର୍ଭ ବ୍ୟାଙ୍କର ବ୍ୟାଙ୍କିଙ୍ଗ୍‌ ଲୋକପାଳ ପି.କେ.ନାୟକ, ବିଓଆଇ ମୁଖ୍ୟ କାର୍ଯ୍ୟାଳୟର ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ମହାପ୍ରବନ୍ଧକ ରାଜେଶ ରାମ, ଏନ୍‌ବିଜି-ପୂର୍ବର ମହାପ୍ରବନ୍ଧକ ଏମ୍‌. କେ. ସିଂହ ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ବ୍ୟାଙ୍କର ଗ୍ରାହକମାନେ ଏକ ଡିଜିଟାଲ ଭାରତ ପାଇଁ ଆଗେଇ ଆସିବା ଦରକାର।

ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏହି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ର ବ୍ୟବହାର କରିବା ସହ ଏହାର ଲୋକପ୍ରିୟତା ପାଇଁ ମଧ୍ୟ ଗୁରୁତ୍ୱ ଦେବା ଜରୁରୀ ବୋଲି ଏ.କେ. ଦାସ ଆହ୍ବାନ କରିଛନ୍ତି। ଏଠାରେ ଗ୍ରାହକମାନେ ସ୍ବୟଂ ସେବା ମୋଡ୍‌ ଏବଂ ଡିଜିଟାଲ ସହାୟତା ପ୍ରଦାନ ମୋଡ୍‌ ମାଧ୍ୟମରେ ବିନା କାଗଜ, ସୁରକ୍ଷିତ ଏବଂ କନେକ୍ଟ ହୋଇଥିବା ପରିବେଶ ମଧ୍ୟରେ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ଉପତ୍ାଦ ଓ ସେବା ପାଇପାରିବେ। ବିଓଆଇର ଏହି ୟୁନିଟ୍‌ଟି ଖୋର୍ଦ୍ଧା ଜିଲାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସାକ୍ଷରତା ପାଇଁ ମଧ୍ୟ କାର୍ଯ୍ୟ କରିବ। ସେହିଭଳି କ୍ୟାଶ୍‌ ଉଠାଣ ଏବଂ ଜମା, ଆକାଉଣ୍ଟ ଖୋଲିବା, ସ୍ଥାୟୀ ଜମା-ଆର୍‌ଡି, ଡିଜିଟାଲ ଲୋନ୍‌, ପାସ୍‌ବୁକ୍‌ ପ୍ରିଣ୍ଟିଙ୍ଗ୍‌, ବାଲାନ୍ସ ଅନୁସନ୍ଧାନ ଏବଂ ଫଣ୍ଡ ଟ୍ରାନ୍ସଫର ପରି ସେବା ଏଠାରେ ସ୍ବୟଂ ସେବା ମୋଡ୍‌ରେ ଗ୍ରାହକମାନେ ଯେ କୌଣସି ସମୟ (୨୪/୭)ରେ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରଙ୍କ ବିରୋଧରେ ଘରୋଇ ସହାୟକଙ୍କୁ ଆକ୍ରମଣ ଅଭିଯୋଗ, ତାଙ୍କ ବାପା-ଡ୍ରାଇଭରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ

ନୂଆଦିଲ୍ଲୀ,୩୦।୬: ଆଇପିଏଲରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଶଶାଙ୍କ ସିଂହ ଏବେ ଏକ ଭିନ୍ନ କାରଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ଭୋପାଳରେ ତାଙ୍କ ବିରୋଧରେ ଏକ…

ହୁମ୍ମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସାଇକେଲରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍, ରାସ୍ତାରେ…

ଗଞ୍ଜାମ,୩୦।୬(ଅନାଥ ତରାଇ): ହୁମ୍ମା ଓଭରବ୍ରିଜ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,…

ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ:୫ ସ୍ଥାନରେ ଖାନତଲାସି ଜାରି

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ…

‘କକ୍ରୋଚ ଜନତା ପାର୍ଟି’କୁ ନେଇ ପ୍ରଥମ ବିବୃତ୍ତି ଜାରି କଲା ଭାଜପା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୬: ‘କକ୍ରୋଚ ଜନତା ପାର୍ଟି’ (CJP) ସମ୍ପ୍ରତି ଦେଶରେ ଆଲୋଚନାର ବିଷୟ ପାଲଟିଛି। ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଜଡିତ ଥିବାରୁ ଏହି ଦଳ ଚର୍ଚ୍ଚାରେ ରହିଛି।…

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଧନୁର୍ଦ୍ଧରଙ୍କ ଘରେ ପଶିଲା ଭିଜିଲାନ୍ସ: ୪ ସ୍ଥାନରେ ଚାଲିଛି ଖୋଳତାଡ଼

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧୀକ୍ଷକ(ଅଫିସ ସୁପରିଟେଣ୍ଡେଣ୍ଟ) ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ…

‘ଭାରତ ବିଶ୍ୱର ଏକ ସମସ୍ୟାବହୁଳ ଅଂଶରେ ଅଛି…’ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ କାହିଁକି କହିଥିଲେ ଏମିତି? ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୬: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍‌ ଭାରତର ଭୌଗୋଳିକ ସ୍ଥିତି ଉପରେ ମତ ଦେଇଛନ୍ତି। ଆମେରିକାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୋର୍‌ ମନ୍ତବ୍ୟ…

ଚାଷ ଆରମ୍ଭରୁ ଚାଷୀଙ୍କୁ ସାର ସଙ୍କଟ: ମହଜୁଦ ସତ୍ତ୍ୱେ ଚାଷୀଙ୍କୁ ମିଳୁନି

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସର୍ବାଧିକ ଧାନ ଉପତ୍ାଦନ ଯୋଗୁ ରାଜ୍ୟରେ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ, ଚାଷୀଙ୍କ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri