ବିଓଆଇର ମିନି ଆର୍‌ବିସି ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଏକ ମିନି-ଆର୍‌ବିସି ନିକଟରେ କଟକର କଲେଜ ସ୍କୋୟାର ଶାଖାଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏନ୍‌ବିଜି ଓଡ଼ିଶାର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଏସ୍‌.ମଳୟ ଦାସ, ଉପ ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା, ମିନି ଆର୍‌ବିସିର ବରିଷ୍ଠ ପ୍ରବନ୍ଧକ ରମେଶ ଚନ୍ଦ୍ର ମହାରଣା, ଆଞ୍ଚଳିକ କାର୍ଯ୍ୟାଳୟର ମାର୍କେଟିଂ ଅଧିକାରୀଙ୍କ ସମେତ ବିଭିନ୍ନ ଶାଖାର ଶାଖା ମୁଖ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଉକ୍ତ ମିନି ଆର୍‌ବିସି ଜରିଆରେ ରିଟେଲ ଗ୍ରାହକମାନଙ୍କୁ ସେମାନଙ୍କର ଆବଶ୍ୟକତାର ବିତ୍ତୀୟ ସମାଧାନ ଅଭିଜ୍ଞ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦାନ କରାଯିବା ସହିତ କଟକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ୨୬ଟି ଶାଖାରେ ଗୃହଋଣ, ଗାଡ଼ି ଋଣ, ଶିକ୍ଷାଋଣ, ବ୍ୟକ୍ତିଗତ ଋଣ ଓ ବନ୍ଧକ ଋଣ ଆଦି ପ୍ରଦାନ କରାଯାଇପାରିବ। ସେହିଭଳି ଏହା ଜରିଆରେ ରିଟେଲ ଋଣ ପ୍ରଦାନକରି ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବାକୁ ବିଓଆଇ ପ୍ରତିଶ୍ରୁତିବଦ୍ଧ ରହିଛି। ସେହିପରି ବିଓଆଇର ରିଟେଲ ଗ୍ରାହକ ଏବଂ ସର୍ବସାଧାରଣ ଏହି ନୂତନ ମିନି ଆର୍‌ବିସିକୁ ଆସିବା ସହିତ ରିଟେଲ ସେଗ୍‌ମେଣ୍ଟର ଅଭିବୃଦ୍ଧିରେ ଅଂଶଗ୍ରହଣ କରିବାକୁ ବ୍ୟାଙ୍କ ପକ୍ଷରୁ ଉସତ୍ାହିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ…

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri