ସାଲେପୁର,୧୭ା୧୦(ଅରବିନ୍ଦ ଭୂୟାଁ): ସାଲେପୁର ବଜାର ପାଖରେ ଥିବା ମା’ ସାହେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିସରରେ ଥିବା କୂଅରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଖବରରୁ ପ୍ରକାଶ ଯେ, ଏହି ଯୁବକ ଜଣଙ୍କ କୂଅରେ ଢାଙ୍କୁଣି ଥିବାବେଳେ କିପରି କୂଅରେ ପଡ଼ି ମୃତ୍ୟୁବରଣ କଲେ ସେନେଇ ସନ୍ଦେହ ସୃଷ୍ଟି କରୁଛି। ଅଗ୍ନିଶମ ବିଭାଗ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ସାଲେପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ଯୁବକଙ୍କ ଡାହାଣ ହାତରେ ରମେଶ ଲେଖା ହୋଇଥିବା ଜଣାପଡିଛି। ଯୁବକଙ୍କ ପରିଚୟ ମିଳିପାରିନି। ମୃତ୍ୟୁର କାରଣ ଅସ୍ପଷ୍ଟ। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।