ଝରଣା ପାଖରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ: ପୂର୍ବତନ ଏବିଓ ସନ୍ଦେହ

ଥୁଆମୂଳ ରାମପୁର,୦୬।୧୧-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ କିଆପଦର୍‌ ଅଞ୍ଚଳ ର ଏକ ଝରଣା ନାଳ ପାଖରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନାରୁ ଜଣାଯାଏ ଯେ, ଅଜଣା ବ୍ୟକ୍ତି ଜଣକଙ୍କ ଗଳିତ ମୃତଦେହ କିଆପଦର୍‌ ପାଖ ଫରେଷ୍ଟ ୱାଚ ଟାୱାରର ପଛପଟ ପାଖାପାଖି ୫ରୁ ୬ କିଲୋମିଟର ଦୂର ଏକ ଝରଣା ନାଳରେ ବଡ଼ ବଡ଼ ପଥରରେ ଛନ୍ଦି ହୋଇ ରହିଥିବା ସେ ଅଞ୍ଚଳର କିଛି ଲୋକ ଦେଖି ସ୍ଥାନୀୟ ସରପଞ୍ଚ ଲଖିଧର ମାଝୀଙ୍କୁ ଜଣାଇବାରୁ ସରପଞ୍ଚ କର୍ଲାପାଟ ଥାନକୁ ସୂଚନା ଦେଇଥିଲେ l ତେବେ ସୂଚନା ପାଇ କର୍ଲାପାଟ ଥାନ ଅଧିକାରୀ ଶ୍ରୀକାନ୍ତ କୋଲକା ଏବଂ ତାଙ୍କ ଏକ ଟିମ ଘଟଣାସ୍ଥଳରେ ଯାଇ ପହଞ୍ଚି ଶବ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ନେଇଥିବା ଜଣାପଡିଛି l

ପ୍ରକାଶଯୋଗ୍ୟ ଯେ, ଗତ ଅକ୍ଟୋବର ୨ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା ଏବଂ ସେତିକି ବେଳେ ହାର୍ଡଖୁର୍ସି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଦାସ ଏବଂ ପୂର୍ବତନ ଏବିଓ ଦିଲୀପ କୁମାର ଦାସ ଦୁହେଁ ଏକ ମୋଟର ସାଇକେଲ ଯୋଗେ ଭବାନୀପାଟଣା ଯାଉଥିବା ସମୟରେ ସେମେଲପଦର୍‌ ପାଖ ପୋଲ ଉପରେ ପ୍ରଖର ବେଗରେ ବର୍ଷା ପାଣି ଯାଉଥିଲା ଠିକ ସେତିକି ବେଳେ ବାଇକ ଭାସି ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲୀପଙ୍କ ପତ୍ତା ମିଳି ନ ଥିଲା। ତେବେ ନିଖୋଜର ଦୀର୍ଘ ୩୦ ରୁ ୩୧ଦିନ ପରେ ଏଭଳି ଏକ ଅଜଣା ଶବ ଉଦ୍ଧାର ହୋଇଥିବାରୁ ନିଖୋଜ ଦିଲୀପ ଦାସଙ୍କ ପରିବାର ପକ୍ଷରୁ ଆମ ଲୋକଙ୍କ ମୃତଦେହ ଏହା ବୋଲି ଦାବି କରୁଥିବା ବେଳେ କିନ୍ତୁ ଶବ ବ୍ୟବଚ୍ଛେଦ ଏବଂ ଡିଏନଏ ଟେଷ୍ଟ ପରେ ହିଁ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଏନେଇ ୟୁ.ଡି କେସ ନଂ ୦୫/୨୫ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ କୋଲକା ଆମ ଧରିତ୍ରୀକୁ ସୂଚନା ଦେଇଛନ୍ତି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?