ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ ଥିବା ଜଣେ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ସାଇସୁରୁଣି ଗ୍ରାମର ବିଭୀଷଣ ଗୌଡ଼ (୪୩)। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ବିଭୀଷଣ ଗୁଣୁପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାମ କରୁଥିବାବେଳେ ଗତ ୧୭ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ପୋଲ ତଳ ପାଣିରେ ଏକ ମୃତଦେହ ଭାସୁଥିବା ଦେଖି କର୍ଲାପାଟ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକା ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ ମୃତକଙ୍କ ଭାଇ ଭାଗୀରଥି ଗୌଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୩୬/୨୫) ରୁଜୁ କରିଛି। ତେବେ ଗତ ୯ଦିନ ଧରି ବିଭୀଷଣ କେଉଁଠି ଥିଲେ ଓ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ କୋଳକା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ବାଂଲାଦେଶ ନିର୍ବାଚନ ପରେ ହାସିନାଙ୍କ କଡ଼ା ଆକ୍ରମଣ, କହିଲେ ଫଳାଫଳ ‘ହାସ୍ୟାସ୍ପଦ’

ଢାକା,୧୨।୨: ବୁଧବାର, ଫେବୃଆରୀ ୧୨ ରେ ବାଂଲାଦେଶରେ ୨୯୯ ସଂସଦୀୟ ଆସନ ପାଇଁ ସାଧାରଣ ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନକୁ ବିଶେଷ ଭାବରେ ବିବେଚନା କରାଯାଇଥିଲା…

ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ: କଠିନ ପରିଶ୍ରମ କରି…

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଶିକ୍ଷକ ଜଗଦୀଶ ସାହୁ ବେଦମନ୍ତ୍ର ପାଠ କରିବା ପରେ…

ନୂଆ ରୂପ ନେଉଛି ବରଗଡ଼, ବିସ୍ଥାପିତଙ୍କ ପାଇଁ ନୂତନ ସୁପର ମାର୍କେଟ୍‌ କମ୍ପ୍ଲେକ୍ସ, ବିଧାୟକ କଲେ …

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ)- ନୂଆ ସରକାର ଆସିବା ପରେ ବରଗଡ଼ ସହରର ନବକଳେବର ହେଉଛି। ଧନୁଯାତ୍ରା ମହୋତ୍ସବରେ ନୂତନତ୍ତ୍ୱ ଆସିଥିବାବେଳେ ସହରର ପ୍ରମୁଖ ସମସ୍ୟା ଯାତାୟାତ, ନର୍ଦ୍ଦମା ଜଳ…

ପୁଣି ଥରେ ଅଜିତ ହେଲେ କଳାହାଣ୍ଡି ଜିଲା ଛାତ୍ର ବିଜେଡି ସଭାପତି, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା, ୧୨ା୨(ପ୍ରଦୀପ କୁମାର ସାହୁ): ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

୩ ଜଣଙ୍କୁ ବଞ୍ଚାଇ ଜୀବନ ଯୁଦ୍ଧରେ ହାରିଗଲେ ଆଶିଷ, ପୁରୀ ସ୍ବର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ୍‌ ଅନର୍‌

ଭଞ୍ଜନଗର,୧୨ା୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡାର ଆଶିଷ ସାହୁ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିଏମ୍‌ଏଲ୍‌ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଶ୍ରମିକ କାମ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

‘ମୁଁ ମୋଦିଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁ ନ ଥିଲି’, ଟ୍ରମ୍ପଙ୍କ ଭାଇରାଲ ଭିଡ଼ିଓକୁ ନେଇ MEA ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲ,୧୨।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପ୍ରତିକ୍ରିୟା ପ୍ରକାଶ କରିଛି। MEA ମୁଖପାତ୍ର ରଣଧୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri