ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ ଫେରିଛି। ମୃତା ମହିଳା ହେଲେ କୋମନା ଥାନା ଜଟଗଡ ଗାଁର ମଥୁରା ବନଛୋର (୪୦)। ସୂଚନା ଅନୁଯାୟୀ ଜଟଗଡ ଗାଁର କୀର୍ତ୍ତନ ବନଛୋର ଓ ତାଙ୍କ ସ୍ତ୍ରୀ ମଥୁରା ଦଶହରା ପରେ ଦେଓଦରା ପଞ୍ଚାୟତ କୁଞ୍ଜଳପଡା ଗାଁର ଜଣେ ଦାଦନ ସର୍ଦ୍ଦାରଙ୍କଠାରୁ ଅଗ୍ରିମ ୩୮ ହଜାର ଟଙ୍କା ଲେଖାଏ ନେଇ ହାଇଦ୍ରାବାଦର ଦେଉଳଦଣ୍ଡା ଏଫଭିଭି ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ ଇଟାଭାଟି ମାଲିକ ଅଧିକ କାମ କରାଇ ଖାଇବା ଖର୍ଚ୍ଚ କମ ଦେଉଥିବାରୁ ଖାଦ୍ୟାଭାବରୁ ମଥୁରାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା। ଗୁରୁବାର ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୂବନଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତ୍ରି ପ୍ରାୟ ୧୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ା ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ଏକ ଗାଡି ସାହାଯ୍ୟରେ ଜଟଗଡ ଅଣାଯାଇଥିଲା। ଗାଁ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି। ଏମାନେ ଅତ୍ୟନ୍ତ ଗରିବ ପରିବା


