କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା କିଛି ଲୋକ ଦେଖିବା ପରେ ଗଞ୍ଜାମ ଥାନାକୁ ଖବର ଦେଇଥିଲେ ।  ଖବର ପାଇଁ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ ।
ସୋମବାର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ  ଉଦ୍ଧାର କରିଥିଲେ ।  ଅନ୍ୟପଟେ ସାଇଣ୍ଟିଫିକ୍‌ ଟିମ ମଧ୍ୟ କୁକୁର ଧରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୃତ ବ୍ୟକ୍ତି ବୁଟ୍‌ ଜିନ୍ସ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ବ୍ରହ୍ମପୁର ଅଞ୍ଚଳର ବୋଲି ଆଲୋଚନା ହେଉଛି।  ମୃତଦେହ ବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି ।  ମୃତ ବ୍ୟକ୍ତି ଜଣକଙ୍କ ଘର ବ୍ରହ୍ମପୁର ବୋଲି ଚର୍ଚ୍ଚା ହେଉଛି। ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ପହଞ୍ଚିଛନ୍ତି।
Dharitri – Odisha’s No.1 Odia Daily

Share