ବୋଦାପଳାସା ନର୍ସରି ଜରାଜୀର୍ଣ୍ଣ

କେନ୍ଦୁଝର,୩ା୧୧(ସ୍ବ.ପ୍ର.): ଉଦ୍ୟାନ କୃଷିର ବିକାଶ ପାଇଁ କେନ୍ଦୁଝର ସଦର ବ୍ଲକ୍‌ର ବୋଦାପଳସା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ନର୍ସରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଆରମ୍ଭ ହେବାର ୧୦ ବର୍ଷ ପର୍ଯ୍ୟନ୍ତ ଫଳ, ଫୁଲ ଏବଂ ପନିପରିବା ଚାରା ଚାଷୀଙ୍କୁ ଯୋଗାଯାଉଥିଲା। ମାତ୍ର କର୍ମଚାରୀ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଚାରା ନଷ୍ଟ ହୋଇପଡ଼ିଛି। ପାଚେରି ନ ଥିବାରୁ ପରିସରରୁ ଚୋରି ହେଉଥିବା ଅଭିଯୋଗ ହେଉଛି। ଏବେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି, କିନ୍ତୁ ନର୍ସରିରେ ଚାରା ସୃଷ୍ଟି କରାଯାଉନାହିଁ। ଫଳରେ ଚାଷୀଙ୍କୁ ବିଭିନ୍ନ ଫଳ, ଫୁଲଚାରା ମିଳିପାରୁନି। ଏହାକୁ ନେଇ ଉଦ୍ୟାନ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପୁନରୁଦ୍ଧାର ନିମନ୍ତେ ଦାବି କରାଯାଉଛି।

ପ୍ରକାଶ ଯେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆର୍ଥିକ ସହଯୋଗରେ ଉଦ୍ୟାନ ବିଭାଗ ପକ୍ଷରୁ ୨୦୦୦ ମସିହାରେ ୪ ଲକ୍ଷ ୬୦ ହଜାର ଟଙ୍କା ବିନିଯୋଗରେ ଉକ୍ତ ବ୍ଲକ୍‌ସ୍ତରୀୟ ଫଳ ଓ ପନିପରିବା ଚାରା ଉପତ୍ାଦନ କେନ୍ଦ୍ର କରାଯାଇଥିଲା। ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ୫ ଏକର ଜମି ଉଦ୍ୟାନ କୃଷି ବିଭାଗକୁ ଦିଆଯାଇଥିଲା। ନର୍ସରିରୁ ଉନ୍ନତମାନର ଫଳ, ପନିପରିବା ଏବଂ ଫୁଲ ଚାରା ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଥିଲା। ଆଖପାଖ ଶ୍ରମିକମାନଙ୍କୁ ମଧ୍ୟ ନର୍ସରିରେ କାମ ମିଳୁଥିଲା। ଉନ୍ନତମାନର ନଡ଼ିଆ, ଖମ୍ବଆଳୁ, ଲେମ୍ବୁ, ଅମୃତଭଣ୍ଡା, ଆମ୍ବ, ସଜନା, ଗେଣ୍ଡୁଫୁଲ ପ୍ରଭୃତି ଚାରା ପ୍ରସ୍ତୁତ ହୋଇ ଚାଷୀଙ୍କୁ ବଣ୍ଟନ ହେଉଥିଲା। ଗତ କିଛି ବର୍ଷ ହେବ ନର୍ସରି ଲଟାବୁଦାରେ ପରିପୂର୍ଣ୍ଣ ହୋଇ ରହିଛି। ଶହ ଶହ ଚାରା ନଷ୍ଟ ହୋଇ ଏଣେତେଣେ ପଡ଼ିରହିଛି। ପାଚେରି ନ ଥିବାରୁ ଅସାମାଜିକ ତତ୍ତ୍ୱ ଚାରା, ଫଳ ଆଦି ନେଇ ଯାଉଛନ୍ତି। ପରିସରରେ ଏକ ଆମ୍ବ ବଗିଚା ରହିଛି। ନିଲାମ ଦିଆଯାଉ ନ ଥିବାରୁ ବ୍ୟାପକ ରାଜସ୍ବ କ୍ଷତିହେଉଛି। ଦୁଇଟି ବୋର୍‌ ଓ୍ବେଲ୍‌ ମଧ୍ୟରୁ ଗୋଟିଏ ଅଚଳ। ପୂର୍ବରୁ ନିର୍ମାଣ ହୋଇଥିବା ଗ୍ରୀନ୍‌ ହାଉସ ଧ୍ୱସ୍ତ ହୋଇଯାଇଛି। ସେସବୁ ମରାମତି ନ କରି ଅଯଥା ବ୍ୟାପକ ଅର୍ଥ ଖର୍ଚ୍ଚ କରି ଗ୍ରୀନ୍‌ ହାଉସ ନିର୍ମାଣ କରାଯାଉଛି।

ପ୍ରାୟ ୧୦ ବର୍ଷ ହେବ ଏହି ନର୍ସରି ଦାୟିତ୍ୱରେ ଜଣେ ମାତ୍ର ଆଟେଣ୍ଡାଣ୍ଟ ଇନ୍ଦ୍ରମଣି ମହାନ୍ତ ଅଛନ୍ତି। ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ(ଏଚ୍‌ଇଡବ୍ଲୁ) ପଦବୀ ଖାଲି ପଡ଼ିଥିବାରୁ ସଦର ବ୍ଲକ୍‌ ଦାୟିତ୍ୱରେ ଥିବା ଉଦ୍ୟାନ ଅଧିଦର୍ଶକ (ହର୍ଟିକଲଚର ଓଭରସିୟର) ପୃଥ୍ବୀରାଜ ମହାନ୍ତ ଏହି ନର୍ସରିର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ନର୍ସରିରେ ୩ ଶହ ଉନ୍ନତମାନର ଆମ୍ବଗଛରେ ପ୍ରତିବର୍ଷ ତୋଟାପଲ୍ଲୀ, କେଶରୀ, ଆମ୍ରପଲ୍ଲୀ, ହେମସାଗର, ମଲ୍ଲିକା ବଳଦେବ ପ୍ରଭୃତି ଆମ୍ବ ଫଳୁଥିବା ସମୟରେ ଚୋରମାନେ ରାତିରେ ପାଚିଲା ଆମ୍ବକୁ ଚୋରି କରି ନେଉଥିବା ସମୟରେ ସରକାର ଟଙ୍କାଟିଏ ମଧ୍ୟ ପାଉନାହାନ୍ତି ବୋଲି ମହାନ୍ତ କହିଛନ୍ତି।

ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଡ. ଜୟନ୍ତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ବୋଦାପଳସାରେ ଥିବା ଆଦର୍ଶ ନର୍ସରିର ପୁନରୁଦ୍ଧାର କରାଯିବ। ବିଭିନ୍ନ କିସମର ଚାରା ଉପତ୍ାଦନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷ ୨ଟି ସ୍କିମ୍‌ରେ ଚାରାରୋପଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ନର୍ସରିରେ ପାଚେରି ନ ଥିବାରୁ ୯୫୧ ମିଟର ପାଚେରି ନିର୍ମାଣ ପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ମଞ୍ଜୁର ହେଲେ ନିର୍ମାଣ କରାଯିବ ବୋଲି ଉପନିର୍ଦ୍ଦେଶକ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri