ବୋଦାପଳାସା ନର୍ସରି ଜରାଜୀର୍ଣ୍ଣ

କେନ୍ଦୁଝର,୩ା୧୧(ସ୍ବ.ପ୍ର.): ଉଦ୍ୟାନ କୃଷିର ବିକାଶ ପାଇଁ କେନ୍ଦୁଝର ସଦର ବ୍ଲକ୍‌ର ବୋଦାପଳସା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ନର୍ସରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଆରମ୍ଭ ହେବାର ୧୦ ବର୍ଷ ପର୍ଯ୍ୟନ୍ତ ଫଳ, ଫୁଲ ଏବଂ ପନିପରିବା ଚାରା ଚାଷୀଙ୍କୁ ଯୋଗାଯାଉଥିଲା। ମାତ୍ର କର୍ମଚାରୀ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଚାରା ନଷ୍ଟ ହୋଇପଡ଼ିଛି। ପାଚେରି ନ ଥିବାରୁ ପରିସରରୁ ଚୋରି ହେଉଥିବା ଅଭିଯୋଗ ହେଉଛି। ଏବେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି, କିନ୍ତୁ ନର୍ସରିରେ ଚାରା ସୃଷ୍ଟି କରାଯାଉନାହିଁ। ଫଳରେ ଚାଷୀଙ୍କୁ ବିଭିନ୍ନ ଫଳ, ଫୁଲଚାରା ମିଳିପାରୁନି। ଏହାକୁ ନେଇ ଉଦ୍ୟାନ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପୁନରୁଦ୍ଧାର ନିମନ୍ତେ ଦାବି କରାଯାଉଛି।

ପ୍ରକାଶ ଯେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆର୍ଥିକ ସହଯୋଗରେ ଉଦ୍ୟାନ ବିଭାଗ ପକ୍ଷରୁ ୨୦୦୦ ମସିହାରେ ୪ ଲକ୍ଷ ୬୦ ହଜାର ଟଙ୍କା ବିନିଯୋଗରେ ଉକ୍ତ ବ୍ଲକ୍‌ସ୍ତରୀୟ ଫଳ ଓ ପନିପରିବା ଚାରା ଉପତ୍ାଦନ କେନ୍ଦ୍ର କରାଯାଇଥିଲା। ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ୫ ଏକର ଜମି ଉଦ୍ୟାନ କୃଷି ବିଭାଗକୁ ଦିଆଯାଇଥିଲା। ନର୍ସରିରୁ ଉନ୍ନତମାନର ଫଳ, ପନିପରିବା ଏବଂ ଫୁଲ ଚାରା ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଥିଲା। ଆଖପାଖ ଶ୍ରମିକମାନଙ୍କୁ ମଧ୍ୟ ନର୍ସରିରେ କାମ ମିଳୁଥିଲା। ଉନ୍ନତମାନର ନଡ଼ିଆ, ଖମ୍ବଆଳୁ, ଲେମ୍ବୁ, ଅମୃତଭଣ୍ଡା, ଆମ୍ବ, ସଜନା, ଗେଣ୍ଡୁଫୁଲ ପ୍ରଭୃତି ଚାରା ପ୍ରସ୍ତୁତ ହୋଇ ଚାଷୀଙ୍କୁ ବଣ୍ଟନ ହେଉଥିଲା। ଗତ କିଛି ବର୍ଷ ହେବ ନର୍ସରି ଲଟାବୁଦାରେ ପରିପୂର୍ଣ୍ଣ ହୋଇ ରହିଛି। ଶହ ଶହ ଚାରା ନଷ୍ଟ ହୋଇ ଏଣେତେଣେ ପଡ଼ିରହିଛି। ପାଚେରି ନ ଥିବାରୁ ଅସାମାଜିକ ତତ୍ତ୍ୱ ଚାରା, ଫଳ ଆଦି ନେଇ ଯାଉଛନ୍ତି। ପରିସରରେ ଏକ ଆମ୍ବ ବଗିଚା ରହିଛି। ନିଲାମ ଦିଆଯାଉ ନ ଥିବାରୁ ବ୍ୟାପକ ରାଜସ୍ବ କ୍ଷତିହେଉଛି। ଦୁଇଟି ବୋର୍‌ ଓ୍ବେଲ୍‌ ମଧ୍ୟରୁ ଗୋଟିଏ ଅଚଳ। ପୂର୍ବରୁ ନିର୍ମାଣ ହୋଇଥିବା ଗ୍ରୀନ୍‌ ହାଉସ ଧ୍ୱସ୍ତ ହୋଇଯାଇଛି। ସେସବୁ ମରାମତି ନ କରି ଅଯଥା ବ୍ୟାପକ ଅର୍ଥ ଖର୍ଚ୍ଚ କରି ଗ୍ରୀନ୍‌ ହାଉସ ନିର୍ମାଣ କରାଯାଉଛି।

ପ୍ରାୟ ୧୦ ବର୍ଷ ହେବ ଏହି ନର୍ସରି ଦାୟିତ୍ୱରେ ଜଣେ ମାତ୍ର ଆଟେଣ୍ଡାଣ୍ଟ ଇନ୍ଦ୍ରମଣି ମହାନ୍ତ ଅଛନ୍ତି। ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ(ଏଚ୍‌ଇଡବ୍ଲୁ) ପଦବୀ ଖାଲି ପଡ଼ିଥିବାରୁ ସଦର ବ୍ଲକ୍‌ ଦାୟିତ୍ୱରେ ଥିବା ଉଦ୍ୟାନ ଅଧିଦର୍ଶକ (ହର୍ଟିକଲଚର ଓଭରସିୟର) ପୃଥ୍ବୀରାଜ ମହାନ୍ତ ଏହି ନର୍ସରିର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ନର୍ସରିରେ ୩ ଶହ ଉନ୍ନତମାନର ଆମ୍ବଗଛରେ ପ୍ରତିବର୍ଷ ତୋଟାପଲ୍ଲୀ, କେଶରୀ, ଆମ୍ରପଲ୍ଲୀ, ହେମସାଗର, ମଲ୍ଲିକା ବଳଦେବ ପ୍ରଭୃତି ଆମ୍ବ ଫଳୁଥିବା ସମୟରେ ଚୋରମାନେ ରାତିରେ ପାଚିଲା ଆମ୍ବକୁ ଚୋରି କରି ନେଉଥିବା ସମୟରେ ସରକାର ଟଙ୍କାଟିଏ ମଧ୍ୟ ପାଉନାହାନ୍ତି ବୋଲି ମହାନ୍ତ କହିଛନ୍ତି।

ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଡ. ଜୟନ୍ତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ବୋଦାପଳସାରେ ଥିବା ଆଦର୍ଶ ନର୍ସରିର ପୁନରୁଦ୍ଧାର କରାଯିବ। ବିଭିନ୍ନ କିସମର ଚାରା ଉପତ୍ାଦନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷ ୨ଟି ସ୍କିମ୍‌ରେ ଚାରାରୋପଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ନର୍ସରିରେ ପାଚେରି ନ ଥିବାରୁ ୯୫୧ ମିଟର ପାଚେରି ନିର୍ମାଣ ପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ମଞ୍ଜୁର ହେଲେ ନିର୍ମାଣ କରାଯିବ ବୋଲି ଉପନିର୍ଦ୍ଦେଶକ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri