ବିଓବିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୨।୨: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ କାରବାର ସହିତ ନୂତନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ହୋଇଥିବା ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ବିଓବିର ତୃତୀୟ ତ୍ରୈମାସିକ ଏବଂ ଆର୍ଥିକ ବର୍ଷର ୯ମ ମାସରେ ୩୮.୨% ର ଉଲ୍ଲେଖନୀୟ ବୃଦ୍ଧି ସହ ନେଟ୍‌ ଲାଭ ମୋଟ ୧୨,୯୦୨ କୋଟି ହୋଇଛି ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯାଇଛି।

ଏପରିକି ୨୦୨୩ ଡିସେମ୍ବର ୩୧ ସୁଦ୍ଧା ବିଓବିର ଗ୍ଲୋବାଲ୍‌ ବ୍ୟବସାୟ ୧୦.୭% ବୃଦ୍ଧି ହୋଇ ମୋଟ ୨୨,୯୪,୬୨୭ କୋଟି ହୋଇଛି। ସେହିଭଳି ବ୍ୟାଙ୍କର ନେଟ୍‌ ଲାଭ ତୃତୀୟ ତ୍ରୈମାସିକ (କ୍ୟୁ୩ଏଫୱାଇ-୨୪)ରେ ମୋଟ ୪,୫୭୯ କୋଟି ରହିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୮.୮%ର ଅଭିବୃଦ୍ଧି ହୋଇଛି। ବିଶେଷକରି ତୃତୀୟ ତ୍ରୈମାସିକ ପାଇଁ ରିଟର୍ନ ଅନ୍‌ ଆସେଟ୍‌ (ଆରଓଏ) ୧.୨୦% ଓ ୯ଏମ୍‌ ଏଫୱାଇ୨୪ ପାଇଁ ୧.୧୫% ରହିଛି। ରିଟର୍ନ ଅନ୍‌ ଇକ୍ୟୁଟି (ଆରଓଇ) ପୂର୍ବ ବର୍ଷ ତୁନଳାରେ ୧୬୮ ବିପିଏସ୍‌ ଅଧିକ ରହିଛି, ଯାହା ୯ଏମଏଫୱାଇ୨୪ରେ ୧୮.୭୦% ଥିଲା।

ସେହିପରି ବ୍ୟାଙ୍କ ଲାଭରେ ଏହି ଉଲ୍ଲେଖନୀୟ ବିକାଶ ୯ଏମଏଫୱାଇ୨୪ ରେ ପୂର୍ବ ବର୍ଷ ତୁଳନାେରେ ସୁସ୍ଥ ଅପରେଟିଂ ଆୟରେ ୧୮.୮% ବୃଦ୍ଧି କାରଣରୁ ହୋଇପାରିଛି। ଅପରପକ୍ଷରେ ବ୍ୟାଙ୍କର ଅପରେଟିଂ ଆୟ ବୃଦ୍ଧି କ୍ଷେତ୍ରରେ ୯ଏମଏଫୱାଇ୨୪ରେ ଅଣ ସୁଧ ଆୟରେ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧.୫ଗୁଣା ବୃଦ୍ଧି ପାଇଛି, ଯାହାକି ୧୦,୩୦୪ କୋଟିରେ ପହଞ୍ଚତ୍ଛି। ଆୟରେ ଦୃଢ଼ ବୃଦ୍ଧି ସହିତ ଓପେକ୍ସରେ ନିୟମିତ ବୃଦ୍ଧି ହେତୁ ପୂର୍ବ ବର୍ଷ ତୁଳନାରେ ୯ଏମଏଫୱାଇ୨୪ ରେ ଉଲ୍ଲେଖନୀୟ ଭାବରେ ଅପରେଟିଂ ଲାଭରେ ୨୧.୭% ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?