Odisha Elections 2024

ବିଓବିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୨।୨: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ କାରବାର ସହିତ ନୂତନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ହୋଇଥିବା ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ବିଓବିର ତୃତୀୟ ତ୍ରୈମାସିକ ଏବଂ ଆର୍ଥିକ ବର୍ଷର ୯ମ ମାସରେ ୩୮.୨% ର ଉଲ୍ଲେଖନୀୟ ବୃଦ୍ଧି ସହ ନେଟ୍‌ ଲାଭ ମୋଟ ୧୨,୯୦୨ କୋଟି ହୋଇଛି ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯାଇଛି।

ଏପରିକି ୨୦୨୩ ଡିସେମ୍ବର ୩୧ ସୁଦ୍ଧା ବିଓବିର ଗ୍ଲୋବାଲ୍‌ ବ୍ୟବସାୟ ୧୦.୭% ବୃଦ୍ଧି ହୋଇ ମୋଟ ୨୨,୯୪,୬୨୭ କୋଟି ହୋଇଛି। ସେହିଭଳି ବ୍ୟାଙ୍କର ନେଟ୍‌ ଲାଭ ତୃତୀୟ ତ୍ରୈମାସିକ (କ୍ୟୁ୩ଏଫୱାଇ-୨୪)ରେ ମୋଟ ୪,୫୭୯ କୋଟି ରହିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୮.୮%ର ଅଭିବୃଦ୍ଧି ହୋଇଛି। ବିଶେଷକରି ତୃତୀୟ ତ୍ରୈମାସିକ ପାଇଁ ରିଟର୍ନ ଅନ୍‌ ଆସେଟ୍‌ (ଆରଓଏ) ୧.୨୦% ଓ ୯ଏମ୍‌ ଏଫୱାଇ୨୪ ପାଇଁ ୧.୧୫% ରହିଛି। ରିଟର୍ନ ଅନ୍‌ ଇକ୍ୟୁଟି (ଆରଓଇ) ପୂର୍ବ ବର୍ଷ ତୁନଳାରେ ୧୬୮ ବିପିଏସ୍‌ ଅଧିକ ରହିଛି, ଯାହା ୯ଏମଏଫୱାଇ୨୪ରେ ୧୮.୭୦% ଥିଲା।

ସେହିପରି ବ୍ୟାଙ୍କ ଲାଭରେ ଏହି ଉଲ୍ଲେଖନୀୟ ବିକାଶ ୯ଏମଏଫୱାଇ୨୪ ରେ ପୂର୍ବ ବର୍ଷ ତୁଳନାେରେ ସୁସ୍ଥ ଅପରେଟିଂ ଆୟରେ ୧୮.୮% ବୃଦ୍ଧି କାରଣରୁ ହୋଇପାରିଛି। ଅପରପକ୍ଷରେ ବ୍ୟାଙ୍କର ଅପରେଟିଂ ଆୟ ବୃଦ୍ଧି କ୍ଷେତ୍ରରେ ୯ଏମଏଫୱାଇ୨୪ରେ ଅଣ ସୁଧ ଆୟରେ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧.୫ଗୁଣା ବୃଦ୍ଧି ପାଇଛି, ଯାହାକି ୧୦,୩୦୪ କୋଟିରେ ପହଞ୍ଚତ୍ଛି। ଆୟରେ ଦୃଢ଼ ବୃଦ୍ଧି ସହିତ ଓପେକ୍ସରେ ନିୟମିତ ବୃଦ୍ଧି ହେତୁ ପୂର୍ବ ବର୍ଷ ତୁଳନାରେ ୯ଏମଏଫୱାଇ୨୪ ରେ ଉଲ୍ଲେଖନୀୟ ଭାବରେ ଅପରେଟିଂ ଲାଭରେ ୨୧.୭% ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri