ବିଓବିର ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୧୨।୩: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ପକ୍ଷରୁ ଏକ ସ୍ବଳ୍ପ ଅବଧି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ ରହିବ। ବିଶେଷ କରି ବ୍ୟାଙ୍କ ତା’ର ଗୃହଋଣ ସୁଧ ହାରକୁ ୪୦ବେସିସ୍‌ ପଏଣ୍ଟସ୍‌ (ବିପିଏସ୍‌) ହ୍ରାସକରି ବାର୍ଷିକ ୮.୫୦% କରିଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ଋଣ ସୁଧ ହାରକୁ ମଧ୍ୟ ହ୍ରାସକରି ବାର୍ଷିକ ୮.୪୦% କରିଥିବା ଜଣାପଡ଼ିଛି। ସେହିଭଳି ବ୍ୟାଙ୍କ ମଧ୍ୟ ପ୍ରକ୍ରିୟାକରଣ ଚାର୍ଜେସ୍‌ ଉପରେ ୧୦୦% ରିହାତିର ଘୋଷଣା କରିଛି। ଏହା ସହ ଏମ୍‌ଏସ୍‌ଏମ୍‌ଇ ଲୋନ୍‌ ଉପରେ ୫୦% ପ୍ରକ୍ରିୟାକରଣ ଚାର୍ଜେସ୍‌କୁ ଛାଡ଼ କରାଯାଇଛି। ଯେଉଁ ଋଣଗ୍ରହୀତାମାନେ ନୂତନ ଗୃହଋଣ, ବାଲାନ୍ସ ଟ୍ରାନ୍ସଫର ତଥା ଗୃହ ଉନ୍ନତୀକରଣ ଲୋନ୍‌ ପାଇଁ ଆବେଦନ କରୁଛନ୍ତି। ସେମାନଙ୍କ ପାଇଁ ନୂତନ ହୋମ୍‌ ଲୋନ୍‌ ବାର୍ଷିକ ୮.୫୦% ରେ ଉପଲବ୍ଧ ରହିଛି। ଏହି ହାର ଋଣଗ୍ରହୀତାଙ୍କ କ୍ରେଡିଟ୍‌ ସ୍କୋର ସହିତ ଲିଙ୍କ୍‌ ହୋଇଥାଏ। ଏହି ଉଭୟ ଅଫର ଚଳିତ ବର୍ଷ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବୈଧ ରହିବ। ଏ ସମ୍ପର୍କରେ ବିଓବିର ଇଡି ଅଜୟ କୁମାର ଖୁରାନା କହିଛନ୍ତି, ଗୃହ ଋଣ ସୁଧ ହାରକୁ ହ୍ରାସକରି ଆମେ ଅତ୍ୟନ୍ତ ଆନନ୍ଦିତ। ଏହା ଏକ ସ୍ବତନ୍ତ୍ର ଲିମିଟେଡ୍‌ ଅବଧି ଅଫର ୮.୫୦%ର ଘୋଷଣା କରିଛି। ଏହି ଅଫର ସହାୟତାରେ ବର୍ତ୍ତମାନ ପରିସ୍ଥିତିରେ ଗୃହ କ୍ରେତାଙ୍କ ପାଇଁ ଗୃହ କ୍ରୟ ଆହୁରି ସୁଲଭ ହୋଇପାରିବ। ସେହିଭଳି ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସୁଧ ହାରରେ ହ୍ରାସ ପୁନଶ୍ଚ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଅଭିଳାଷକୁ ପୂରଣ କରିବାରେ ସହାୟକ ହେବ। ଅପରପକ୍ଷରେ ଗୃହଋଣ ଆବେଦନ ପ୍ରଣାଳୀକୁ ବ୍ୟାଙ୍କ ସରଳ କରିଛି। ଏହାର ଗ୍ରାହକମାନେ ଡିଜିଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏପରିକି ମାତ୍ର ୩୦ମିନିଟ୍‌ ମଧ୍ୟରେ ଗ୍ରାହକ ଋଣ ମଞ୍ଜୁରୀ ପତ୍ର ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri