Danga Bhasa Purnima - Kartika Purnima - Boita Bandana 2019
ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଚଳିତ ବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ହେବ ନାହିଁ ବୋଲି ଗୁରୁବାର ବିଏମସି ପକ୍ଷରୁ କୁହାଯାଇଛି। ବିନ୍ଦୁ ସାଗର ସହ ସମସ୍ତ ନଦୀ ଘାଟରେ ମଧ୍ୟ କଟକଣା ଜାରି ହୋଇଛି। ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମନ୍ଦିର ଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି।