ଲାଇଫ୍‌ ଜାକେଟ୍‌ ବିନା ୬୩ ଘାଟରେ ନୌଚଳାଚଳ

କେନ୍ଦ୍ରାପଡ଼ା,୨୧ା୪ (ଜଗନ୍ନାଥ ଧଳ)ହୀରାକୁଦ ଡ୍ୟାମ୍‌ ଉପର ମହାନଦୀରେ ଶୁକ୍ରବାର ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ନିଖୋଜ ଥିବା ବେଳେ ସୌଭାଗ୍ୟବଶତଃ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି ଘଟଣା କେନ୍ଦ୍ରାପଡ଼ା ଜିଲାର ଡଙ୍ଗା ଚଳଚଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୩ରେ ଏକମାଣିଆ କେରଡ଼ାଗଡ଼ ଫେରିଘାଟରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଇଥିବା ଭୁଟୁଭୁଟ ବୁଡ଼ି ଯାଇଥିଲା ା ଏଥିରେ ନାଉରିଆଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ ଜୁନ୍‌ ୧୬ରେ ରାଜନଗର ବ୍ଲକ ତାଳଚୁଆ ଥାନା ଅଧୀନ ଏକ ମାଛଧରା ଟ୍ରଲର ବୁଡ଼ି ଯାଇଥିଲା। ୨୦୨୦ ଜୁନ୍‌ ୧୯ରେ ମହାକାଳପଡ଼ା ବ୍ଲକ ପୀତାପାଟ ନିକଟରେ ଡଙ୍ଗା ଓଲଟି ପଡିଥିଲା। ଏଥିରେ ଥିବା ୫ ଶ୍ରମିକ ବହୁ କଷ୍ଟରେ ନିଜ ନିଜର ଜୀବନ ବଞ୍ଚାଇଥିଲେ ା ଏହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡ଼ିରେ ଜଗତସିଂହପୁର ଜିଲାର ୧୩ କିଶୋର କ୍ରିକେଟ୍‌ ଖେଳାଳୀଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନୀ ଘଟିଥିଲା। ଏତେସବୁ ଡଙ୍ଗାବୁଡ଼ି ଘଟଣାରେ ଜିଲା ପ୍ରଶାସନକୁ କୌଣସି ଶିକ୍ଷା ମିଳିବା ପରି ଜଣା ପଡୁନାହିଁ ା ଜିଲାର ୬୩ ଘାଟରେ ଅନବରତ ଡଙ୍ଗା ଚାଲିଥିବା ବେଳେ ଶତାଧିକ ଡଙ୍ଗା ଘାଟ ଅଛି। ନିରାପଦ ଯାତ୍ରା ପାଇଁ ବୋଟ୍‌ ରୁଲସ୍‌ ହୋଇଥିଲେ ମଧ୍ୟ ମାଛଧରା ବୋଟ୍‌ରେ ଯାତ୍ରୀ ପରିବହନ ଜିଲାବାସୀଙ୍କ ଜୀବନମରଣ ସମସ୍ୟା ହୋଇଛି।

ଏସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, ପଦନୀପାଳ, ଏକମାଣିଆ, ସିଂହଗଁା, ବତୀଘର ଆଦି ୧୭ ପଞ୍ଚାୟତ ଅଦ୍ୟାବଧି ନଦୀ ଘେରାବନ୍ଦୀରେ ଅଛି। ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ହୁକିଟୋଲା, ହାବେଳିଖଟି, ବତୀଘର, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳକୁ ବିପଦଜନକ ଭାବେ ପର୍ଯ୍ୟଟକ ଡଙ୍ଗା, ଭୁଟୁଭୁଟି, ମାଛଧରା ବୋଟ୍‌ ଆଦିରେ ଯାଉଛନ୍ତି। ନୌକା ଅଥବା ଦେଶୀ ଡଙ୍ଗା ସ୍ଥାନୀୟ ଅଞ୍ଚଳରେ ଯାତାୟତ ମାଧ୍ୟମ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ୨୦୦୪ର ବୋଟ୍‌ ରୁଲସ୍‌ କାର୍ଯ୍ୟକାରୀ ହେଉନାହିଁ। ଲାଇଫ୍‌ ଜ୍ୟାକେଟ୍‌ ନ ଥାଇ ପର୍ଯ୍ୟଟକ ଓ ଯାତ୍ରୀ ଡଙ୍ଗାରେ ଯାଉଛନ୍ତି। ଫଳରେ ନୌପରିବହନ ଏବେ ବିପଦଜ୍ଜନକ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ବୋଟ୍‌ ରୁଲସ ଅନୁଯାୟୀ ଜିଲାରେ ଥିବା ଅଧିକାଂଶ ବୋଟ୍‌, ଡଙ୍ଗା ଓ ଏହାର ଚାଳକ ବୀମାଭୂକ୍ତ ହୋଇନାହାନ୍ତି। ଏପରିକି ଫିଟ୍‌ନେସ ନ ଥିବା ବୋଟ୍‌ରେ ଯାତ୍ରୀ ଯାତାୟତ କରୁଛନ୍ତି। କୌଣସି କାରଣରୁ ଡଙ୍ଗାବୁଡ଼ି ହେଲେ ମୃତ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବା ସମ୍ଭବ ନୁହେଁ। ଏବେ ୬୦ରୁ ଊର୍ଦ୍ଧ୍ୱ ବୋଟ୍‌ ଫିଟ୍‌ନେସ ନ ଥାଇ ଜାତୀୟ ଉଦ୍ୟାନ ମଧ୍ୟରେ ଚାଲୁଥିବା ସେ ପ୍ରକାଶ କରିଛନ୍ତି। ରାଜନଗର ବ୍ଲକ ଗୁପ୍ତିର ନରେନ୍ଦ୍ର କୁମାର ଦାସ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ଅଛନ୍ତି।ଏହି ଅଞ୍ଚଳକୁ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଅଞ୍ଚଳରୁ ବୋଟ୍‌ ଆତଯାତ ହେଉଛି। ଏଥିରେ କେତେକ ନାବାଳକ ଚାଳକ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅର୍ଥ ଲୋଭରେ ଅଧିକ ଯାତ୍ରୀ ଡଙ୍ଗା ଅଥବା ବୋଟ୍‌ରେ ପରିବହନ ହେଉଥିଲେ ମଧ୍ୟ କୌଣସି ସରକାରୀ କଟକଣା ନାହିଁ। ମହାକାଳପଡ଼ାର ବିଭୁତି ଭୂଷଣ ରାଉତ କହିଛନ୍ତି, ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଡଙ୍ଗା ବୁଡ଼ିର କାରଣ ହୋଇଛି ା ବାହାକୁଦ ଓ ଖରିନାସୀ ସେତୁ ଅଦ୍ୟାବଧି ନିର୍ମାଣ ଶେଷ ହୋଇନାହିଁ। ସେହିପରି ବର୍ଷାଋତୁରେ ଜିଲାର ଅଧିକାଂଶ ସ୍ଥାନରେ ଡଙ୍ଗା ହିଁ ଯାତାୟତର ମାଧ୍ୟମ ହୋଇଛି। ପ୍ରତିଦିନ ଡଙ୍ଗାରେ ଅଞ୍ଚଳବାସୀ ଯାତାୟତ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତଦାରଖ ହେଉ ନ ଥିବା ସେ ଦର୍ଶାଇଛନ୍ତି।ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଦେଶୀ ଡଙ୍ଗା ଓ ବୋଟ୍‌ ଚାଳକଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ହେଉଛି। ନିୟମ ବର୍ହିଭୂତ କୌଣସି ଡଙ୍ଗା ଅଥବା ବୋଟ୍‌ ନଦୀରେ ଯାତାୟତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri