କୃଷ୍ଣପ୍ରସାଦ,୧୩।୬: ପୁରୀ ଜିଲା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ୩୦ ଯାତ୍ରୀ ଓ ୧୫ଟି ଗାଡ଼ିକୁ ନେଇ ଉକ୍ତ ଡଙ୍ଗାଟି ଯାଉଥିଲା। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ସୂଚନା ମିଳିଛି।