ଲୋକଙ୍କୁ ସାମିଲ ପାଇଁ ବିଏମ୍‌ସିର ପ୍ରୟାସ

ଭୁବନେଶ୍ୱର, ୪।୧ (ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ତତ୍ପରତା ପ୍ରକାଶ କରୁଛି ବିଏମ୍‌ସି। ଜାନୁୟାରୀ ୧୩ରେ ଏହା ଆରମ୍ଭ ହେବାକୁ ଥିବାବେଳେ ଆଉ ମାତ୍ର ୯ଦିନ ବାକି ରହିଛି। ଇତିମଧ୍ୟରେ ପୂରା ସହରର ରୂପରେଖ ବଦଳାଇବା ସହିତ ଜନସାଧାରଣଙ୍କୁ ହକିରେ ଅନ୍ତର୍ଭୁକ୍ତ କରିବା ପାଇଁ ଜୋର୍‌ଦାର ପ୍ରୟାସ କରୁଛି ବିଏମ୍‌ସି। ସହରର ଗଳିକନ୍ଦିରେ କିଭଳି ହକି ମାନିଆ ସୃଷ୍ଟି ହେବ ସେନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଏମ୍‌ସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ସମସ୍ତ ମଲ, ବଡ ବଡ ରେଷ୍ଟୁରାଣ୍ଟରେ ହକି ସମ୍ପର୍କିତ ବ୍ୟାନର ଲଗାଇବା, ସେଲ୍‌ଫି ପଏଣ୍ଟ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାବାଦ୍‌ ବିଭିନ୍ନ ଆପାର୍ଟମେଣ୍ଟ, କଲୋନୀ ଅଞ୍ଚଳକୁ ଆଲୋକୀକରଣ କରିବା, ହକି ସଂକ୍ରାନ୍ତ ସ୍ଲୋଗାନ, ବ୍ୟାନର ଲଗାଇବାକୁ ଲୋକଙ୍କୁ ସଚେତନ କରାଯିବ। କର୍ପୋରେଟରମାନେ ବୁଲି ବୁଲି ଏନେଇ ଲୋକଙ୍କୁ ବୁଝାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲୋନୀ ଏବଂ ଆପାର୍ଟମେଣ୍ଟବାସୀଙ୍କୁ ଏଥିପାଇଁ ନିଜେ ଖର୍ଚ୍ଚ କରିବାକୁ ପଡ଼ିବ। ନିଜ ନିଜ ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କରି ତାହାକୁ ଫେସ୍‌ବୁକ୍‌, ଟୁଇଟର ସାହାଯ୍ୟରେ ଅପଲୋଡ୍‌ କରିବେ। ଏହାବାଦ୍‌ ଆପାର୍ଟମେଣ୍ଟ ଏବଂ କଲୋନୀ ବାସିନ୍ଦାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବ। ମହିଳା ଓ ପିଲାଙ୍କ ମଧ୍ୟରେ ଚିିତ୍ରାଙ୍କନ, ମ୍ୟୁଜିକ୍‌ ଚେୟାର, ଷ୍ଟୋରୀ ଟେଲିଂ, ନୃତ୍ୟ, ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା କରାଯିବ। ଏହାଦ୍ୱାରା ଲୋକମାନେ ହକିରେ ଅଧିକ ଜଡ଼ିତ ହୋଇପାରିବେ। ସେହିପରି ଓ୍ବାର୍ଡ ବାସିନ୍ଦାଙ୍କୁ ନେଇ ସାଇକ୍ଲୋଥନ୍‌, ମାରାଥନ୍‌ ଆଦି କରାଯିବାକୁ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂହ ନିର୍ଦ୍ଦେଶ ଦେଇଥିଲେ। ବସ୍ତି, ଏସ୍‌ଏଚ୍‌ଜି ସଙ୍ଗଠନ ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ସହରର ମୁଖ୍ୟ ରାସ୍ତାଗୁଡିକୁ ପେଣ୍ଟିଂ ଏବଂ ସୌନ୍ଦର୍ଯ୍ୟକରଣ କରାଯାଉଛି। ଅପରପକ୍ଷେ ସହରର ସମସ୍ତ ବିଦ୍ୟାଳୟରେ ଶପଥ ଗ୍ରହଣ ଉତ୍ସବ କରାଯିବ। ଘରେ କିମ୍ବା ନିଜ ଆଖପାଖରେ ଅଳିଆ ପକାଇବେ ନାହିଁ କିମ୍ବା ପକାଇବାକୁ ଦେବେନାହିଁ ବୋଲି ଏଥିରେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ଶପଥ ନେବେ। ବିଭିନ୍ନ ଓ୍ବାର୍ଡରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ। କେବଳ ହକି ପାଇଁ ନୁହେଁ ବରଂ ଏହାପରେ ବି ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବାଦ୍‌ ବିଏମ୍‌ସି ପକ୍ଷରୁ ବିଭିନ୍ନ ଓ୍ବାର୍ଡରେ ଛୋଟ ଛୋଟ ଷ୍ଟଲ କରାଯିବ। ସେଠାରେ କିଛି ଲୋକ ନିୟୋଜିତ ରହିବେ। ଛୋଟପିଲା ବା ଅନ୍ୟ କେହି ସେଠାକୁ ଯାଇ ତ୍ରିରଙ୍ଗା, ହକିର ଷ୍ଟିକର ବା ଟାଟୁ କରି ପାରିବେ। ସେହିପରି ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଓ୍ବାର୍ଡକୁ ବେଷ୍ଟ ଓ୍ବାର୍ଡ ଭାବେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ସୂର୍ଯ୍ୟବଂଶୀ ମୟୁର ବିକାଶ ଏବଂ ସମସ୍ତ ଓ୍ବାର୍ଡର କର୍ପୋରେଟର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri