୧୦ରେ ବିଏମ୍‌ସି ଭାଙ୍ଗିବ ଗିରି ମାର୍କେଟ କୋଠା

ବ୍ରହ୍ମପୁର ଅଫିସ,୨।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ୫୦ ବର୍ଷ ପୁରୁଣା ଗିରି ମାର୍କେଟ କୋଠା ଆସନ୍ତା ୧୦ ତାରିଖରେ ଭଙ୍ଗା ଯିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ନିଷ୍ପତ୍ତି ହୋଇଥିବା ବିଏମ୍‌ସି ଡେପୁଟି କମିଶନର ନୀଳମାଧବ ଭୋଇ ସୂଚନା ଦେଇଛନ୍ତି। ତେବେ ମାର୍କେଟ ଭଙ୍ଗା ଯିବା ପୂର୍ବରୁ ସମସ୍ତ ଦୋକାନ ଗୃହ ଖାଲି କରିବା ପାଇଁ ମାଲିକଙ୍କୁ ନୋଟିସି ଦିଆଯାଇଛି। କିନ୍ତୁ ମାର୍କେଟ ଭଙ୍ଗାଯିବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ଦୋକାନର ଶଟର ତାଡି ନେଇଯାଉଥିବା ଦେଖିବାକୁ ମିଳିଛି। ଏପରିକି ଦୋକାନ ଘରେ ଲାଗିଥିବା ଅନେକ କାଠ ଆସାବପତ୍ର ଗୁଡିକ ମଧ୍ୟ ସ୍ଥାନୀୟ ଲୋକେ ବୋହି ନେଉଥିବା ଦେଖିବାକୁ ମିଳିଥିଲା। ବିଏମ୍‌ସି ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହେବା କ୍ଷଣି ବୋହୁ ଦୋକାନରୁ ରାତି ଅଧରେ ସ୍ଥାନୀୟ କିଛି ବାସିନ୍ଦାମାନେ ସଟର ତାଡି ନେଇଯାଇଥିବା ବହୁ ବ୍ୟବସାୟୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୧୯୭୪ ମେ ୨୪ରେ ଗିରି ମାର୍କେଟ ପ୍ରତିଷ୍ଠା ହୋଇଥିଲା। ଏହାକୁ ତତ୍କାଳୀନ ରାଷ୍ଟ୍ରପତି ଭି.ଭି. ଗିରି ଉଦ୍‌ଘାଟନ କରିଥିଲେ। ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଛି। କିନ୍ତୁ ପରବର୍ତ୍ତୀ ସମୟରେ ବିଏମ୍‌ସିର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ମାର୍କେଟ କୋଠାଟି ବିପଦ ସଙ୍କୁଳ ପାଲଟିଥିଲା। ଯାହା ଦ୍ୱାରା ଜରାଜୀର୍ଣ୍ଣ ଛାତତଳେ ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ଭୟ କରିଥିଲେ। ଏହାର ମରାମତି ପାଇଁ ବ୍ୟବସାୟୀଙ୍କ ପକ୍ଷରୁ ବିଏମ୍‌ସିକୁ ବାରମ୍ବାର ଅବଗତ କରାଯାଇଥିଲା। କିନ୍ତୁ କୌଣସି ମରାମତି କରାଗଲା ନାହିଁ। ଫଳରେ ବ୍ୟବସାୟୀମାନେ ବିପଦ ସଙ୍କୁଳ ଛାତ ତଳେ ବ୍ୟବସାୟ ଜାରି ରଖିଥିଲେ। ଏହାପରେ ଉକ୍ତ ମାର୍କେଟକୁ ଭାଙ୍ଗିବା ସହ ଉନ୍ନତିତୀକରଣ ପାଇଁ ମେ ୧୩ ରେ ବିଏମ୍‌ସି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଥିଲା। ମାର୍କେଟର ଉନ୍ନତୀକରଣ ପାଇଁ ୧୫ କୋଟି ମଞ୍ଜୁର ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୧୫ ପୂର୍ବରୁ କୋଠା ଭଙ୍ଗା ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ନିଷ୍ପତ୍ତିର ଦୀର୍ଘ ଦିନ ପରେ ବି କୋଠା ଭଙ୍ଗା ଯିବା କ୍ଷେତ୍ରରେ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଦେଖିବାକୁ ମିଳିଥିଲା। ମାର୍କେଟ କୋଠାରେ ବ୍ୟବସାୟୀମାନେ ଦୋକାନ ଘର ଖାଲି କରି ନ ଥିବା ଦର୍ଶାଇ କୋଠା ଭଙ୍ଗାଯିବାରେ ବିଳମ୍ବ ହେଉଥିବା ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଏହାପରେ ସମସ୍ତ ଦୋକାନ ଗୃହ ସ୍ଥାନାନ୍ତରଣ ହୋଇଥିଲା। ଏହାର ଦୀର୍ଘ ଦିନ ପରେ ବର୍ତ୍ତମାନ ବିଏମ୍‌ସିର କୋଠା ଭଙ୍ଗାଯିବା ଚୂଡାନ୍ତ ନିଷ୍ପତ୍ତିକୁ କିଛି ବ୍ୟବସାୟୀ ସ୍ବାଗତ ଜଣାଇଛନ୍ତି। କିନ୍ତୁ କୋଠା ଭଙ୍ଗା ଯିବା ପରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଦିଗରେ ଖୁବ୍‌ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ବହୁ ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri