୧୦ରେ ବିଏମ୍‌ସି ଭାଙ୍ଗିବ ଗିରି ମାର୍କେଟ କୋଠା

ବ୍ରହ୍ମପୁର ଅଫିସ,୨।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ୫୦ ବର୍ଷ ପୁରୁଣା ଗିରି ମାର୍କେଟ କୋଠା ଆସନ୍ତା ୧୦ ତାରିଖରେ ଭଙ୍ଗା ଯିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ନିଷ୍ପତ୍ତି ହୋଇଥିବା ବିଏମ୍‌ସି ଡେପୁଟି କମିଶନର ନୀଳମାଧବ ଭୋଇ ସୂଚନା ଦେଇଛନ୍ତି। ତେବେ ମାର୍କେଟ ଭଙ୍ଗା ଯିବା ପୂର୍ବରୁ ସମସ୍ତ ଦୋକାନ ଗୃହ ଖାଲି କରିବା ପାଇଁ ମାଲିକଙ୍କୁ ନୋଟିସି ଦିଆଯାଇଛି। କିନ୍ତୁ ମାର୍କେଟ ଭଙ୍ଗାଯିବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ଦୋକାନର ଶଟର ତାଡି ନେଇଯାଉଥିବା ଦେଖିବାକୁ ମିଳିଛି। ଏପରିକି ଦୋକାନ ଘରେ ଲାଗିଥିବା ଅନେକ କାଠ ଆସାବପତ୍ର ଗୁଡିକ ମଧ୍ୟ ସ୍ଥାନୀୟ ଲୋକେ ବୋହି ନେଉଥିବା ଦେଖିବାକୁ ମିଳିଥିଲା। ବିଏମ୍‌ସି ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହେବା କ୍ଷଣି ବୋହୁ ଦୋକାନରୁ ରାତି ଅଧରେ ସ୍ଥାନୀୟ କିଛି ବାସିନ୍ଦାମାନେ ସଟର ତାଡି ନେଇଯାଇଥିବା ବହୁ ବ୍ୟବସାୟୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୧୯୭୪ ମେ ୨୪ରେ ଗିରି ମାର୍କେଟ ପ୍ରତିଷ୍ଠା ହୋଇଥିଲା। ଏହାକୁ ତତ୍କାଳୀନ ରାଷ୍ଟ୍ରପତି ଭି.ଭି. ଗିରି ଉଦ୍‌ଘାଟନ କରିଥିଲେ। ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଛି। କିନ୍ତୁ ପରବର୍ତ୍ତୀ ସମୟରେ ବିଏମ୍‌ସିର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ମାର୍କେଟ କୋଠାଟି ବିପଦ ସଙ୍କୁଳ ପାଲଟିଥିଲା। ଯାହା ଦ୍ୱାରା ଜରାଜୀର୍ଣ୍ଣ ଛାତତଳେ ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ଭୟ କରିଥିଲେ। ଏହାର ମରାମତି ପାଇଁ ବ୍ୟବସାୟୀଙ୍କ ପକ୍ଷରୁ ବିଏମ୍‌ସିକୁ ବାରମ୍ବାର ଅବଗତ କରାଯାଇଥିଲା। କିନ୍ତୁ କୌଣସି ମରାମତି କରାଗଲା ନାହିଁ। ଫଳରେ ବ୍ୟବସାୟୀମାନେ ବିପଦ ସଙ୍କୁଳ ଛାତ ତଳେ ବ୍ୟବସାୟ ଜାରି ରଖିଥିଲେ। ଏହାପରେ ଉକ୍ତ ମାର୍କେଟକୁ ଭାଙ୍ଗିବା ସହ ଉନ୍ନତିତୀକରଣ ପାଇଁ ମେ ୧୩ ରେ ବିଏମ୍‌ସି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଥିଲା। ମାର୍କେଟର ଉନ୍ନତୀକରଣ ପାଇଁ ୧୫ କୋଟି ମଞ୍ଜୁର ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୧୫ ପୂର୍ବରୁ କୋଠା ଭଙ୍ଗା ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ନିଷ୍ପତ୍ତିର ଦୀର୍ଘ ଦିନ ପରେ ବି କୋଠା ଭଙ୍ଗା ଯିବା କ୍ଷେତ୍ରରେ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଦେଖିବାକୁ ମିଳିଥିଲା। ମାର୍କେଟ କୋଠାରେ ବ୍ୟବସାୟୀମାନେ ଦୋକାନ ଘର ଖାଲି କରି ନ ଥିବା ଦର୍ଶାଇ କୋଠା ଭଙ୍ଗାଯିବାରେ ବିଳମ୍ବ ହେଉଥିବା ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଏହାପରେ ସମସ୍ତ ଦୋକାନ ଗୃହ ସ୍ଥାନାନ୍ତରଣ ହୋଇଥିଲା। ଏହାର ଦୀର୍ଘ ଦିନ ପରେ ବର୍ତ୍ତମାନ ବିଏମ୍‌ସିର କୋଠା ଭଙ୍ଗାଯିବା ଚୂଡାନ୍ତ ନିଷ୍ପତ୍ତିକୁ କିଛି ବ୍ୟବସାୟୀ ସ୍ବାଗତ ଜଣାଇଛନ୍ତି। କିନ୍ତୁ କୋଠା ଭଙ୍ଗା ଯିବା ପରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଦିଗରେ ଖୁବ୍‌ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ବହୁ ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri