ରାଜସ୍ବ ଆଦାୟ ଚିନ୍ତାରେ ବିଏମ୍‌ସି

ଭୁବନେଶ୍ୱର, ୮।୨ (ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ ପ୍ରସ୍ତୁତ କରିଛି ବିଏମ୍‌ସି। ଗତ କର୍ପୋରେଶନ ବୈଠକରେ ୬୯୦ କୋଟିର ଚିଠା ବଜେଟ ପ୍ରସ୍ତାବ ଆଗତ କରିବା ପରେ ମଙ୍ଗଳବାର ଏନେଇ ବିସ୍ତୃତ ଆଲୋଚନା କରାଯାଇଛି। ବିଏମ୍‌ସି କାର୍ଯ୍ୟାଳୟରେ ସମସ୍ତ ଷ୍ଟାଣ୍ଡିଂ କମିଟି ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏହି ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେଉଁ ବିଭାଗରେ କେତେ ଟଙ୍କା ଖର୍ଚ୍ଚ ହେବ, ସେ ନେଇ ପ୍ରସ୍ତାବ ଦିଆଯିବା ସହ ଆସନ୍ତା କର୍ପୋରେଶନ ବୈଠକରେ ବଜେଟ ପାସ୍‌ କରାଯିବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଚିଠା ବଜେଟ ସହିତ ରାଜସ୍ବ ଆଦାୟ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ୨୦୨୨-୨୩ ଆର୍ଥତ୍କ ବର୍ଷରେ ମୋଟ୍‌ ୨୭୭.୭୪କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରହିଥିବା ବେଳେ ଏହାର ଅଧା ମଧ୍ୟ ଆଦାୟ କରିବାରେ ସଫଳ ହୋଇପାରିନାହିଁ। ଜାନୁୟାରୀ ଶେଷ ସୁଦ୍ଧା ମାତ୍ର ୭୮.୬୧ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଫଳରେ ଲକ୍ଷ୍ୟ ହାସଲର ବହୁ ଦୂରରେ ରହିଛି ବିଏମ୍‌ସି। ତେବେ ଗତ ଆର୍ଥିକ ବର୍ଷ ଅପେକ୍ଷା ଏଥର ଅଧିକ ରାଜସ୍ବ ଆଦାୟ ହୋଇଥିବାରୁ ଏତିକିରେ ବିଏମ୍‌ସିକୁ ସନ୍ତୁଷ୍ଟ ହେବାକୁ ପଡିଛି। ଅପରପକ୍ଷେ ବିଏମ୍‌ସି ଅଧୀନରେ ମୋଟ୍‌ ୬୭ଟି ଓ୍ବାର୍ଡ ଥିବାବେଳେ ମାତ୍ର ୪୧ଜଣ ଓ୍ବାର୍ଡ ଅଫିସର ଅଛନ୍ତି। ଫଳରେ ସମସ୍ତ ଓ୍ବାର୍ଡରେ ଓ୍ବାର୍ଡ ଅଫିସର ନଥିବାରୁ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ତେଣୁ ସବୁ ଓ୍ବାର୍ଡରେ ଓ୍ବାର୍ଡ ଅଫିସର ନିୟୋଜିତ କରିବା କିମ୍ବା ରାଜସ୍ବ ଆଦାୟ ପାଇଁ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ବିଏମ୍‌ସି ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସେହିପରି ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ଟାର୍ଗେଟ ଦିଆଯିବା ସହ ଟିକସ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖିଲାପକାରୀଙ୍କୁ ରେଡ୍‌ ନୋଟିସ ଜାରି କରିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ରାଜସ୍ବ ସଂଗ୍ରହ ଏବଂ ବୃଦ୍ଧିରେ ସହାୟକ ହେବା ଭଳି ନୂତନ ପ୍ରକଳ୍ପ ନିର୍ମାଣ ନେଇ ବିଏମ୍‌ସି ଯୋଜନା ରଖିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ଏଥିସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ ହାତରେ ଆଉ ମାତ୍ର ୧ମାସ ସମୟ ଥିବାବେଳେ ଏହା ଭିତରେ କିପରି ଅଧିକରୁ ଅଧିକ ରାଜସ୍ବ ଆଦାୟ କରାଯାଇପାରିବ ସେ ନେଇ ବିଏମ୍‌ସି ଅଧିକାରୀ ତତ୍ପରତା ଦେଖାଉଛନ୍ତି। ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ ବୁଧବାର ରାଜସ୍ବ ଆଦାୟ ସମ୍ପର୍କିତ ରିଭ୍ୟୁ ମିଟିଂ ଡାକିଛନ୍ତି। ବିଏମ୍‌ସିର ନୂତନ ବିଲ୍ଡିଂରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଠାକୁ ସମସ୍ତ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ, ଓ୍ବ୍‌ାର୍ଡ ଅଫିସରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri