ସନ୍ଧ୍ୟା ସୁଦ୍ଧା ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର: ବିଏମ୍‌ସି କମିଶନର

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌। ଏଥିପାଇଁ ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ତେବେ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନିଜେ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
କମିଶନର ଚୌଧୁରୀ କହିଛନ୍ତି ଯେ, ରେଳ ଷ୍ଟେଶନ ପାଇଁ କିଛି ନିଷ୍ପତ୍ତି ନେଇନାହୁଁ। କିନ୍ତୁ ଏୟାରପୋର୍ଟରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ। ଏ ନେଇ ମଙ୍ଗଳବାର ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସେମାନଙ୍କର ଟେଷ୍ଟିଂ କରାଯିବ । ଗତ ୧ ମାସ ମଧ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ବଢିନାହିଁ । ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ଆମେ ସମସ୍ତ ଘଟଣା ଉପରେ ନଜର ରଖିଛୁ । ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ରହିଛି ବୋଲି କମିଶନର କହିଛନ୍ତି।