ଖର୍ଚ୍ଚ ବାବଦ ମାସକୁ ୧୪ ଲକ୍ଷ ଟଙ୍କା ଗଣୁଛି ବିଏମ୍‌ସି

ଭୁବନେଶ୍ୱର,୧୦।୭(ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍‌ସି ୨୦୨୩ରେ ‘ଟିମ୍‌ ସାଇନ୍‌’ (ସାନିଟେସନ ହାଇଜିନ୍‌ ଇନ୍‌ସ୍ପେକ୍ସନ ଫର୍‌ ନିଟ୍‌ ଏନଭାୟରନ୍‌ମେଣ୍ଟ) ଗଠନ କରିଥିଲା। ସ୍ବଚ୍ଛତା ନେଇ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଆବଶ୍ୟକ ପଡ଼ିଲେ ନିୟମ ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜରିମାନା ତଥା ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ଟିମ୍‌ ଗଠନର ଆଭିମୁଖ୍ୟ ଥିଲା। ଏହାଦ୍ୱାରା ଲୋକେ ସ୍ବଚ୍ଛତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଏନେଇ ଅଭ୍ୟସ୍ତ ହେବେ ଏବଂ ଭୁବନେଶ୍ୱର ଦେଶର ୧ନଂ. ସହର ଭାବେ ଗଢିଉଠିବ ବୋଲି ଆଶା କରାଯାଉଥିଲା। ମାତ୍ର ଇତିମଧ୍ୟରେ ୧ବର୍ଷ ବିତିବାକୁ ବସିଥିବାବେଳେ ଯେଉଁ ଲକ୍ଷ୍ୟ ନେଇ ଟିମ୍‌ ଗଠନ ହୋଇଥିଲା ତାହା ବାଟବଣା ହେବାରେ ଲାଗିଛି। ଅପରପକ୍ଷେ ସମ୍ପୃକ୍ତ ଟିମ୍‌ର ଖର୍ଚ୍ଚ ବାବଦକୁ ବିଏମ୍‌ସି ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ଟିମ୍‌ ଏବେ ନିଷ୍କ୍ରିୟ ହୋଇପଡ଼ିଥିବା ସାଧାରଣରେ ଅଭିଯୋଗ ହେଉଛି।
୩ଟି ଜୋନ୍‌ ପାଇଁ ମୋଟ୍‌ ୯ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଜୋନ୍‌କୁ ୩ଟି ଲେଖାଏ ଟିମ୍‌ ଦିଆଯିବା ସହିତ ପ୍ରତି ଟିମ୍‌ରେ ଜଣେ ଲେଖାଏ ଟିମ୍‌ ଲିଡର ଏବଂ ୫ରୁ ୬ଜଣ ସଦସ୍ୟ ରହିଛନ୍ତି। ପ୍ରତି ଟିମ୍‌କୁ ଗୋଟିଏ ଲେଖାଏ ସମୁଦାୟ ୯ଟି ଗାଡ଼ି ସହ ସମସ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ୟୁନିଫର୍ମ, କ୍ୟାପ୍‌ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି। ଗାଡ଼ିର ତେଲ ବାବଦରେ ମାସକୁ ପ୍ରାୟ ୯୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ବିଏମ୍‌ସି ପ୍ରତି ମାସରେ ୧୪ଲକ୍ଷ ଟଙ୍କା ଗଣୁଛି। କିନ୍ତୁ ଏହା ବଦଳରେ ଟିମ୍‌ ଯେଉଁଭଳି ଭାବେ କାମ କରିବା କଥା ତାହା କରୁନାହିଁ। ୨୦୨୩ ଅଗଷ୍ଟ ୧୩ରେ ବିଏମ୍‌ସି ମେୟର ସୁଲୋଚନା ଦାସ, ତତ୍କାଳୀନ କମିଶନର ବିଜୟ ଅମୃତା କୁଲାଙ୍ଗେ ଟିମ୍‌ର ଶୁଭାରମ୍ଭ କରିଥିଲେ। ସହରର ସ୍ବଚ୍ଛତା ରକ୍ଷା କରିବା ପାଇଁ ସେମାନେ ବିଏମ୍‌ସିର ସମସ୍ତ ନିୟମକୁ କାର୍ଯ୍ୟକାରୀ କରିବା ସହିତ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅପରିଷ୍କାର ନ କରିବା, ଏକକ ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାରରୁ ବିରତ ରହିବା ଏବଂ ବର୍ଜ୍ୟ ଇତ୍ୟାଦି ନ ଜଳାଇବା ପାଇଁ ନାଗରିକଙ୍କୁ ବୁଝାଇବା ସହ ନିୟମ ଲାଗୁ କରିଥିଲେ। ବାଧ୍ୟବାଧକତା, ଧମକ କିମ୍ବା ଖରାପ ବ୍ୟବହାର ପ୍ରଦର୍ଶନ ନ କରିବାକୁ କର୍ମଚାରୀ ଶପଥ ନେଇଥିଲେ। ଟିମ୍‌ ଗଠନ ହେବାର କିଛିଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଟିମ୍‌ ବେଶ୍‌ ସକ୍ରିୟ ଥିଲା। ପରିମଳ ତଦାରଖ ସହିତ ପଲିଥିନ୍‌ ଓ କୋଇଲା ଆଞ୍ଚ ଯାଞ୍ଚ ଭଳି ବିଭିନ୍ନ କାର୍ଯ୍ୟର ତଦାରଖ କରାଯାଉଥିଲା। ତେବେ ଏହି ସମୟରେ ଟିମ୍‌କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେଉଁଠି କର୍ପୋରେଟର ଟିମ୍‌ର କର୍ମଚାରୀଙ୍କୁ ନାଲିଆଖି ଦେଖାଇଥିଲେ ତ ଆଉ କେଉଁଠି ଜରିମାନା କରିବା ନେଇ ଲୋକେ ସେମାନଙ୍କୁ ଘେରିଥିଲେ। ପୁଣି କେଉଁଠି ଜବରଦଖଲକୁ ନେଇ ବଚସା ହେବାକୁ ଟିମ୍‌ ଉପରକୁ ଗରମ ପାଣି ଫିଙ୍ଗାଯାଇଥିଲା। ଅପରପକ୍ଷେ ଟିମ୍‌ କର୍ମଚାରୀଙ୍କ ବ୍ୟବହାର ତଥା କାର୍ଯ୍ୟକଳାପକୁ ନେଇ ସାଧାରଣଲୋକ ମଧ୍ୟ ଅଭିଯୋଗ କରିଥିଲେ। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି କଡ଼ା ପଦକ୍ଷେପ ନିଆଯାଉ ନ ଥିଲା। ଲଗାତାର ଭାବେ ବିରୋଧ ବଢୁଥିବାରୁ ସମ୍ପୃକ୍ତ ଟିମ୍‌କୁ ଏବେ କାର୍ଯ୍ୟରୁ ବିରତ ରଖାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଏନେଇ ବିଏମ୍‌ସି ଡେପୁଟି କମିଶନର ମନୋରଞ୍ଜନ ସାହୁ କହିଛନ୍ତି, ଟିମ୍‌ ସାଇନ୍‌ ଏବେ ଲୋକଙ୍କୁ ଡବଲ୍‌ ଡଷ୍ଟବିନ୍‌ ଉପରେ ସଚେତନ କରୁଛି। ସହରରେ ୧୬୪ ବ୍ୟବସାୟିକ ଅଞ୍ଚଳ ଚିହ୍ନଟ କରାଯାଇଥିବାବେଳେ ପ୍ରାୟ ୩୩ ହଜାର କମର୍ସିଆଲ ହାଉସ୍‌ହୋଲ୍ଡର ଅଛନ୍ତି। ବାରମ୍ବାର ସଚେତନ ଏବଂ ଅନୁରୋଧ କରିବା ପରେ ବି କାଁ ଭଁା ବ୍ୟବସାୟୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଦୁଇଟି ଡଷ୍ଟବିନ୍‌ ରଖୁନାହାନ୍ତି। ଫଳରେ ଅନେକ ସମୟରେ ରାସ୍ତାକଡ଼ରେ ଆବର୍ଜନା ଜମା ହେଉଛି। ସାଇନ୍‌ ଟିମ୍‌ ଏ ନେଇ ତଦାରଖ କରିବା ସହ ସମସ୍ତଙ୍କୁ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri