ଖର୍ଚ୍ଚ ବାବଦ ମାସକୁ ୧୪ ଲକ୍ଷ ଟଙ୍କା ଗଣୁଛି ବିଏମ୍‌ସି

ଭୁବନେଶ୍ୱର,୧୦।୭(ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍‌ସି ୨୦୨୩ରେ ‘ଟିମ୍‌ ସାଇନ୍‌’ (ସାନିଟେସନ ହାଇଜିନ୍‌ ଇନ୍‌ସ୍ପେକ୍ସନ ଫର୍‌ ନିଟ୍‌ ଏନଭାୟରନ୍‌ମେଣ୍ଟ) ଗଠନ କରିଥିଲା। ସ୍ବଚ୍ଛତା ନେଇ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଆବଶ୍ୟକ ପଡ଼ିଲେ ନିୟମ ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଜରିମାନା ତଥା ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ଟିମ୍‌ ଗଠନର ଆଭିମୁଖ୍ୟ ଥିଲା। ଏହାଦ୍ୱାରା ଲୋକେ ସ୍ବଚ୍ଛତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଏନେଇ ଅଭ୍ୟସ୍ତ ହେବେ ଏବଂ ଭୁବନେଶ୍ୱର ଦେଶର ୧ନଂ. ସହର ଭାବେ ଗଢିଉଠିବ ବୋଲି ଆଶା କରାଯାଉଥିଲା। ମାତ୍ର ଇତିମଧ୍ୟରେ ୧ବର୍ଷ ବିତିବାକୁ ବସିଥିବାବେଳେ ଯେଉଁ ଲକ୍ଷ୍ୟ ନେଇ ଟିମ୍‌ ଗଠନ ହୋଇଥିଲା ତାହା ବାଟବଣା ହେବାରେ ଲାଗିଛି। ଅପରପକ୍ଷେ ସମ୍ପୃକ୍ତ ଟିମ୍‌ର ଖର୍ଚ୍ଚ ବାବଦକୁ ବିଏମ୍‌ସି ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ଟିମ୍‌ ଏବେ ନିଷ୍କ୍ରିୟ ହୋଇପଡ଼ିଥିବା ସାଧାରଣରେ ଅଭିଯୋଗ ହେଉଛି।
୩ଟି ଜୋନ୍‌ ପାଇଁ ମୋଟ୍‌ ୯ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଜୋନ୍‌କୁ ୩ଟି ଲେଖାଏ ଟିମ୍‌ ଦିଆଯିବା ସହିତ ପ୍ରତି ଟିମ୍‌ରେ ଜଣେ ଲେଖାଏ ଟିମ୍‌ ଲିଡର ଏବଂ ୫ରୁ ୬ଜଣ ସଦସ୍ୟ ରହିଛନ୍ତି। ପ୍ରତି ଟିମ୍‌କୁ ଗୋଟିଏ ଲେଖାଏ ସମୁଦାୟ ୯ଟି ଗାଡ଼ି ସହ ସମସ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ୟୁନିଫର୍ମ, କ୍ୟାପ୍‌ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି। ଗାଡ଼ିର ତେଲ ବାବଦରେ ମାସକୁ ପ୍ରାୟ ୯୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ବିଏମ୍‌ସି ପ୍ରତି ମାସରେ ୧୪ଲକ୍ଷ ଟଙ୍କା ଗଣୁଛି। କିନ୍ତୁ ଏହା ବଦଳରେ ଟିମ୍‌ ଯେଉଁଭଳି ଭାବେ କାମ କରିବା କଥା ତାହା କରୁନାହିଁ। ୨୦୨୩ ଅଗଷ୍ଟ ୧୩ରେ ବିଏମ୍‌ସି ମେୟର ସୁଲୋଚନା ଦାସ, ତତ୍କାଳୀନ କମିଶନର ବିଜୟ ଅମୃତା କୁଲାଙ୍ଗେ ଟିମ୍‌ର ଶୁଭାରମ୍ଭ କରିଥିଲେ। ସହରର ସ୍ବଚ୍ଛତା ରକ୍ଷା କରିବା ପାଇଁ ସେମାନେ ବିଏମ୍‌ସିର ସମସ୍ତ ନିୟମକୁ କାର୍ଯ୍ୟକାରୀ କରିବା ସହିତ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅପରିଷ୍କାର ନ କରିବା, ଏକକ ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାରରୁ ବିରତ ରହିବା ଏବଂ ବର୍ଜ୍ୟ ଇତ୍ୟାଦି ନ ଜଳାଇବା ପାଇଁ ନାଗରିକଙ୍କୁ ବୁଝାଇବା ସହ ନିୟମ ଲାଗୁ କରିଥିଲେ। ବାଧ୍ୟବାଧକତା, ଧମକ କିମ୍ବା ଖରାପ ବ୍ୟବହାର ପ୍ରଦର୍ଶନ ନ କରିବାକୁ କର୍ମଚାରୀ ଶପଥ ନେଇଥିଲେ। ଟିମ୍‌ ଗଠନ ହେବାର କିଛିଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଟିମ୍‌ ବେଶ୍‌ ସକ୍ରିୟ ଥିଲା। ପରିମଳ ତଦାରଖ ସହିତ ପଲିଥିନ୍‌ ଓ କୋଇଲା ଆଞ୍ଚ ଯାଞ୍ଚ ଭଳି ବିଭିନ୍ନ କାର୍ଯ୍ୟର ତଦାରଖ କରାଯାଉଥିଲା। ତେବେ ଏହି ସମୟରେ ଟିମ୍‌କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେଉଁଠି କର୍ପୋରେଟର ଟିମ୍‌ର କର୍ମଚାରୀଙ୍କୁ ନାଲିଆଖି ଦେଖାଇଥିଲେ ତ ଆଉ କେଉଁଠି ଜରିମାନା କରିବା ନେଇ ଲୋକେ ସେମାନଙ୍କୁ ଘେରିଥିଲେ। ପୁଣି କେଉଁଠି ଜବରଦଖଲକୁ ନେଇ ବଚସା ହେବାକୁ ଟିମ୍‌ ଉପରକୁ ଗରମ ପାଣି ଫିଙ୍ଗାଯାଇଥିଲା। ଅପରପକ୍ଷେ ଟିମ୍‌ କର୍ମଚାରୀଙ୍କ ବ୍ୟବହାର ତଥା କାର୍ଯ୍ୟକଳାପକୁ ନେଇ ସାଧାରଣଲୋକ ମଧ୍ୟ ଅଭିଯୋଗ କରିଥିଲେ। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି କଡ଼ା ପଦକ୍ଷେପ ନିଆଯାଉ ନ ଥିଲା। ଲଗାତାର ଭାବେ ବିରୋଧ ବଢୁଥିବାରୁ ସମ୍ପୃକ୍ତ ଟିମ୍‌କୁ ଏବେ କାର୍ଯ୍ୟରୁ ବିରତ ରଖାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଏନେଇ ବିଏମ୍‌ସି ଡେପୁଟି କମିଶନର ମନୋରଞ୍ଜନ ସାହୁ କହିଛନ୍ତି, ଟିମ୍‌ ସାଇନ୍‌ ଏବେ ଲୋକଙ୍କୁ ଡବଲ୍‌ ଡଷ୍ଟବିନ୍‌ ଉପରେ ସଚେତନ କରୁଛି। ସହରରେ ୧୬୪ ବ୍ୟବସାୟିକ ଅଞ୍ଚଳ ଚିହ୍ନଟ କରାଯାଇଥିବାବେଳେ ପ୍ରାୟ ୩୩ ହଜାର କମର୍ସିଆଲ ହାଉସ୍‌ହୋଲ୍ଡର ଅଛନ୍ତି। ବାରମ୍ବାର ସଚେତନ ଏବଂ ଅନୁରୋଧ କରିବା ପରେ ବି କାଁ ଭଁା ବ୍ୟବସାୟୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଦୁଇଟି ଡଷ୍ଟବିନ୍‌ ରଖୁନାହାନ୍ତି। ଫଳରେ ଅନେକ ସମୟରେ ରାସ୍ତାକଡ଼ରେ ଆବର୍ଜନା ଜମା ହେଉଛି। ସାଇନ୍‌ ଟିମ୍‌ ଏ ନେଇ ତଦାରଖ କରିବା ସହ ସମସ୍ତଙ୍କୁ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri