BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ମହିଳା , ମୋତେ ଚାକିରିରୁ ବାହାର କରି ଦେବାକୁ..

ଭୁବନେଶ୍ୱର,୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ବଚ୍ଛ ସାଥୀ। ମୋତେ ଚାକିରିରୁ ବାହାର କରି ଦେବାକୁ ଧମକ ଚମକ ଦେଉଥିଲେ।ମୋଦିଙ୍କ ରାଲିକୁ କାହିଁକି ଲୋକ ନେଉଛ ଚାକିରି ଚାଲିଯିବ କହୁଥିଲେ। ୩୪ ନଂ କର୍ପୋରେଟର ଓ ତାଙ୍କ ସ୍ବାମୀଙ୍କ ଜରିଆରେ ଧମକାଉଥିଲେ।ମୁଁ ବିଜେପି ରାଲିକୁ ୬୦/୭୦ ଲୋକ ନେଇ ଯିବାରୁ ରାଗୁଥିଲେ।ମୁଁ ଏବାବଦରେ ଜଗା ଭାଇଙ୍କୁ ଦେଖା କରି ଜେଣାଇଥିଲି। ଜଗା ଭାଇ ଫୋନ କରିବାରୁ ରତ୍ନାକର ସାର୍‌ ତାଙ୍କୁ ବ୍ୟବହାର ଖରାପ କଲେ। ଆମକୁ ନ୍ୟାୟ ନମିଳିଲେ ଧାରଣା ଦେବକହିଲେ ଜଣେ ସ୍ବଚ୍ଛ ସାଥୀ।