ଟୁଇଟରକୁ ଟକ୍କର ଦେବ ବ୍ଲୁସ୍କାଏ

ଓ୍ବାଶିଂଟନ୍‌, ୩୧।୧୦: ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ଟୁଇଟର କିଣିବା ପରେ ଏକାଧିକ ଟପ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ଚାକିରିରୁ ବାହାର କରିଦେଇସାରିଲେଣି। ଟିଇଟରକୁ ଏକ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ମସ୍କ ସଜବାଜ ହେଉଥିବାବେଳେ ତାଙ୍କ ଆଗରେ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ପ୍ରକଟ ହେବାରେ ଲାଗିଛି।

ଟୁଇଟର ପୂର୍ବତନ ସହସଂସ୍ଥାପକ ତଥା ସିଇଓ ଜ୍ୟାକ୍‌ ଡୋରସେ ବ୍ଲୁସ୍କାଏ ନାମରେ ଏକ ସୋସିଆଲ ମିଡିଆ ଆପ୍‌ର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିବା ନିକଟରେ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି। ବର୍ତ୍ତମାନ ବ୍ଲୁସ୍କାଏର ବେଟା ଟେଷ୍ଟିଂ (ଆପ୍‌ଷ୍ଟୋରରେ କୌଣସି ଆପ୍‌ ଉପଲବ୍ଧ ହେବା ପୂର୍ବରୁ କରାଯାଉଥିବା ଫାଇନାଲ ଟେଷ୍ଟିଂ) ଜାରି ଥିବା ଜ୍ୟାକ୍‌ କହିଛନ୍ତି। ଏହାପରେ ଆପ୍‌ର ପ୍ରଟୋକଲର ପରୀକ୍ଷଣ ଆରମ୍ଭ ହେବ, ଯାହା ଏକ ଜଟିଳ ପ୍ରକ୍ରିୟା ବୋଲି କମ୍ପାନୀ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଏକ ନେଟଓ୍ବର୍କ ଥରେ ଆରମ୍ଭ ହେଲେ ସେଥିରେ ଅନେକ ପକ୍ଷଙ୍କ ସମନ୍ବୟ ଆବଶ୍ୟକ ପଡ଼ିଥାଏ। ଆପ୍‌ରେ ରହିଥିବା ବ୍ୟତିକ୍ରମକୁ ଖୋଜି ବାହାର କରିବା ପାଇଁ ପ୍ରାଇଭେଟ୍‌ ବେଟା ଟେଷ୍ଟିଂ ଆରମ୍ଭ ହୋଇଛି। ଏକାଧିକ ସାଇଟ୍‌ରେ ବ୍ଲୁସ୍କାଏ ଆପ୍‌ର ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ଏଜେଣ୍ଟ ସହ ଗୌରବ, ତାଙ୍କ ସ୍ତ୍ରୀଙ୍କ ନିବିଡ଼ ସମ୍ପର୍କ: ହିମନ୍ତ

ଗୁଆହାଟୀ,୯ା୨(ପି.ଟି.): ଆସାମ କଂଗ୍ରେସ ସଭାପତି ତଥା ଏମ୍‌ପି ଗୌରବ ଗୋଗୋଇ ଏବଂ ତାଙ୍କ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନ ସହ ନିବିଡ଼ ସମ୍ପର୍କ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ…

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ପାଟନା,୯ା୨: ଭାରତର ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲିଃ ଏହାର ଏରୋସ୍ପେସ୍‌ ବିଭାଗ ଜରିଆରେ ଏକ ନୂଆ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri