ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ ବ୍ଲୁପ୍ରିଣ୍ଟ୍‌

ଭୁବନେଶ୍ୱର,୨୬।୨(ସତ୍ୟଜିତ୍‌ ରାଉତ):ରାଜଧାନୀର ଆପାର୍ଟମେଣ୍ଟଗୁଡିକରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛି। ଏଥିପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଚାଲିଥିବା ଦୁଇଦିନିଆ ବୈଠକ ରବିବାର ଶେଷ ହୋଇଛି। ବୈଠକର ଦ୍ୱିତୀୟ ଦିନରେ ୨୮୫ଜଣ ଆପାର୍ଟମେଣ୍ଟ ମାଲିକ, ସୋସାଇଟି ସଭାପତି, ସମ୍ପାଦକଙ୍କ ସହ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଆଲୋଚନା କରିବା ସହ ବିଭିନ୍ନ ଦିଗକୁ ନେଇ ପରାମର୍ଶ ଦେଇଥିଲେ। ଆପାର୍ଟମେଣ୍ଟର ପାଚେରି ଉଚ୍ଚ କରିବା ସହ ଲୁହା ଫେନ୍‌ସିଂ ଲଗାଇବାକୁ କୁହାଯାଇଛି। ଆପାର୍ଟମେଣ୍ଟଗୁଡିକରେ ନିୟୋଜିତ ସିକ୍ୟୁରିଟି ଗାର୍ଡଙ୍କ କାର୍ଯ୍ୟଧାରାରେ ବାସିନ୍ଦାମାନେ ସନ୍ତୁଷ୍ଟ ନାହାନ୍ତି। ସିକ୍ୟୁରିଟି ଗାର୍ଡ ଯୋଗାଉଥିବା ଏଜେନ୍ସଗୁଡିକ ସ୍ବୀକୃତିପ୍ରାପ୍ତ କି ନୁହେଁ ସେନେଇ ଆପାର୍ଟମେଣ୍ଟ ମାଲିକମାନେ ଜାଣିପାରୁନାହାନ୍ତି। ତେଣୁ ଲାଇସେନ୍ସପ୍ରାପ୍ତ ସିକ୍ୟୁରିଟି ଏଜେନ୍ସିର ତାଲିକା କମିଶନରେଟ୍‌ ପୋଲିସର ୱେବ୍‌ସାଇଟ୍‌ରେ ରହିବ। ଆପାର୍ଟମେଣ୍ଟ ମାଲିକମାନେ ଉକ୍ତ ତାଲିକା ଦେଖି ଏଜେନ୍ସି ସହ ଯୋଗାଯୋଗ କରି ଉତ୍ତମ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରିବେ। ଏଥିସହ ଚୋରି ରୋକିବାକୁ ଟେକ୍ନୋଲୋଜିର ବଡ଼ ଭୂମିକା ଥିବାରୁ ଏହାକୁ ଗୁରୁତ୍ୱର ସହ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ଆପାର୍ଟମେଣ୍ଟରେ ସିସିଟିଭି ଲାଗିଥିଲେ ମଧ୍ୟ ଉକ୍ତ କ୍ୟାମେରା ଦ୍ୱାରା ଲୋକମାନଙ୍କୁ ଚିହ୍ନିବାରେ ସମସ୍ୟା ରହୁଛି। ତେଣୁ ଉତ୍ତମମାନର ସିସିଟିଭି ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସିସିଟିଭିରେ ମୋଶନ୍‌ ସେନ୍ସର ଟେକ୍ନୋଲୋଜି ଲଗାଇବାକୁ ପଡ଼ିବ। ଏହାଦ୍ୱାରା ଆଲାରାମ୍‌ ବାଜିବ, ଫଳରେ ସୁରକ୍ଷାକର୍ମୀ ତତ୍ପର ହୋଇପାରିବେ। ଏ ସମସ୍ତ ଦିଗକୁ ନେଇ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ଗାଇଡଲାଇନ୍‌ ମଧ୍ୟ ଦିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ମଧ୍ୟ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ବଜାରକୁ ଆସିଥିବା ନୂଆ ଡିଭାଇସ୍‌ ବାହାଦୂର ସେନ୍ସର ଲଗାଇବାକୁ ପରାମର୍ଶ ଦିଆଯାଇଛି। ଘରକୁ କୌଣସି ଲୋକ ପ୍ରବେଶ କରିବା ପରେ ଡିଭାଇସ୍‌ ପକ୍ଷରୁ ୫ଟି ମୋବାଇଲ ନମ୍ବରକୁ କଲ୍‌ ଯିବ। ଫଳରେ ଘର ମାଲିକ ତୁରନ୍ତ ପଦକ୍ଷେପ ନେଇ ଚୋରି ରୋକିପାରିବେ। ସମସ୍ତ ପାଟ୍ରୋଲିଂ ଗାଡିରେ ଜିପିଏସ୍‌ ଲଗାଯିବ। ଫଳରେ ପାଟ୍ରୋଲିଂ ଗାଡିଗୁଡିକ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଯାଉଛନ୍ତି କି ନାହିଁ ଆମେ ଜାଣିପାରିବୁ ବୋଲି ପୋଲିସ କମିଶନର ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଥାନା ଅଧିକାରୀ, ଜୋନ୍‌ ଏସିପିଙ୍କ ପୋଲିସ କମିଶନର ଆଲୋଚନା କରିଥିଲେ। ମାମଲାର ତଦନ୍ତ, ଅପରାଧ ନିୟନ୍ତ୍ରଣ ଆଦି ଦିଗକୁ ନେଇ ଅଧିକାରୀମାନଙ୍କୁ ସିପି ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri