ଲକ୍ଷଣ ଦେଖାଦେବା ପୂର୍ବରୁ ଏହି ବ୍ଲଡ ଟେଷ୍ଟ ଦ୍ୱାରା ଜାଣି ହେବ କ୍ୟାନ୍‌ସର

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନ୍‌ସର ରୋଗରେ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗର ମୁକାବିଲା ପାଇଁ ଡାକ୍ତରମାନଙ୍କ ମଧ୍ୟରେ ଏକ ନୂତନ ଆଶା ଜାଗ୍ରତ ହୋଇଛି। ଚାଇନାର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ କ୍ୟାନ୍‌ସର ରୋଗର ଲକ୍ଷଣ ଦେଖାଯିବା ପୂର୍ବରୁ ଏହା ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହୋଇପାରିବ। ଯଦି ଏହା ସମ୍ଭବ ହୁଏ, ତେବେ ଡାକ୍ତରଙ୍କ ପାଇଁ ଏହି ଭୟଙ୍କର ରୋଗରୁ ମଣିଷ ଜୀବନ ରକ୍ଷା କରିବା ଅତ୍ୟନ୍ତ ସହଜ ହେବ। ଚାଇନାର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପାନସିର(PanSeer) ନାମକ ଏହି ରକ୍ତ ପରୀକ୍ଷା ୯୫ ପ୍ରତିଶତ ଲୋକଙ୍କଠାରେ କ୍ୟାନ୍‌ସର ଚିହ୍ନଟ କରିପାରିବ। ଯେଉଁମାନେ ପୂର୍ବରୁ ଲକ୍ଷଣ ଦେଖି ନ ଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ରକ୍ତ ପରୀକ୍ଷା ଉପରେ ଆଧାରିତ ଡିଏନଏ ମିଥାଇଲେସନ ବ୍ୟବହାର କରି ଚାରି ବର୍ଷ ପୂର୍ବରୁ ପାଞ୍ଚ ପ୍ରକାରର କ୍ୟାନ୍‌ସର ଚିହ୍ନଟ ହୋଇପାରିବ ବୋଲି ଆମେ ପ୍ରମାଣ କରିଛୁ। ମିଥାଇଲ ଗ୍ରୁପ୍‌ ପାଇଁ ରକ୍ତ ପ୍ଲାଜାମାରେ ମିଳୁଥିବା ଡିଏନଏ ସ୍କ୍ରିନିଂ କରି ଏହି ପରୀକ୍ଷା କିପରି କ୍ୟାନ୍‌ସର ଚିହ୍ନଟ କରିପାରିବ। ଚାଇନାର ଅନୁସନ୍ଧାନକାରୀଙ୍କ ଏହି ଅଧ୍ୟୟନ ‘ନାଚ୍ୟୁରାଲ କମ୍ୟୁନିକେଶନ’ ପତ୍ରିକାରେ ପ୍ରକାଶିତ ହୋଇଛି।
ଏହି ପରୀକ୍ଷଣର ବିକାଶ ପାଇଁ ଚାଇନାର ଅନୁସନ୍ଧାନକାରୀମାନେ ୨୦୦୭ରୁ ୨୦୧୪ରୁ ମଧ୍ୟରେ ରକ୍ତ ପ୍ଲାଜମା ନମୁନା ସଂଗ୍ରହ କରିଥିଲେ। ଯେଉଁମାନଙ୍କ ରକ୍ତ ପ୍ଲାଜମା ନମୁନା ପରୀକ୍ଷା କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୪୧୪ ଜଣ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ୟାନ୍‌ସରମୁକ୍ତ ରହିଥିଲେ। ୧୯୧ଜଣ ଲୋକ ଚାରି ବର୍ଷ ମଧ୍ୟରେ ପେଟ, କୋଲେକ୍ଟ୍ରୋଲ, ଯକୃତ, ଫୁସଫୁସ ଏବଂ ଗ୍ରାସନଳୀ କ୍ୟାନ୍‌ସରରେ ପୀଡିତ ଥିବା ଜଣାପଡିଛି।