ବ୍ଲକ କଲୋନୀରୁ ମୂଲ୍ୟବାନ ଶିଶୁକାଠ ଗାଏବ

ପଟ୍ଟାମୁଣ୍ଡାଇ, ୪ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ଶିଶୁଉଦ୍ୟାନ ମଧ୍ୟରୁ ୧୬ ଦିନ ତଳେ ବେଆଇନ ଭାବେ ୫ଟି ମୂଲ୍ୟବାନ ବଡ ଶିଶୁ ଗଛ କଟାଯାଇଥିଲା। ଗଛ କାଠଗଡ ସବୁ ଉଦ୍ୟାନ ମଧ୍ୟରେ ପଡି ରହିଥିଲା। ବୁଧବାରଠାରୁ ଏହି ଗଛ କାଠଗଡ ସବୁ ଗାଏବ୍‌ ହୋଇଯାଇଛି। ଗଛ କିଏ କାଟିଲା ଓ କଟା ଗଛ କିଏ ନେଲା, ତା’ର ହିସାବ କାହା ପାଖରେ ନାହିଁ। ଏ ବାବଦରେ ବନ ବିଭାଗ କିଛି ଜାଣିନି କି ରାଜସ୍ବ ବିଭାଗ ପାଖରେ କଟା ଗଛ ସବୁର ହିସାବ ନାହିଁ। ଦିନ ଦ୍ୱିପହରେ ଏତେ ଗଛ କାଟି କିଏ କୁଆଡ଼େ ନେଲା, ତାହା ବଡ଼ ପ୍ରଶ୍ନବାଚୀହୋଇ ଉଭା ହୋଇଛି।
ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ବିଶ୍ୱ ତାପାୟନ ବୃଦ୍ଧି ପାଉଥିବାବେଳେ ବୃକ୍ଷରୋପଣ ଉପରେ ଏବେ ସବୁଠି ଗୁରୁତ୍ୱ ଦିଆଯାଉଛି। ସାମାଜିକ ବନୀକରଣଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଜରିଆରେ ଅର୍ଥ ବ୍ୟୟ କରାଯାଇ ବୃକ୍ଷରୋପଣ କରାଯାଉଛି। ବିଶ୍ୱ ପରିବେଶ ଦିବସ ମଧ୍ୟ ସ୍ବତନ୍ତ୍ର ଭାବେ ପାଳିତ ହୋଇ ବ୍ୟାପକ ବୃକ୍ଷରୋପଣ ହେଉଛି। ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। କିନ୍ତୁ ଏ ସମସ୍ତ ବ୍ୟବସ୍ଥା ମଧ୍ୟରେ ପୌର ପରିଷଦ ଶିଶୁ ଉଦ୍ୟାନ ଭିତରେ ଥିବା ମୂଲ୍ୟବାନ ୫ଟି ବଡ ଶିଶୁ ଗଛ ଗାଏବ ହବା ଘଟଣା ନେଇ ବିଭାଗୀୟ ଅଧିକାରୀ ଆଖି ବୁଜି ଦେବା ସହ ନୀରବତା ଅବଲମ୍ବନ କରୁଛନ୍ତି। ଯାହାକି ପରୋକ୍ଷରେ ବିଭାଗୀୟ ଉଦାସୀନତା କିମ୍ବା ଅଭିଯୁକ୍ତଙ୍କ ପ୍ରତି ଅନୁକମ୍ପା ଦେଖାଉଥିବା ସ୍ପଷ୍ଟ ବାରି ହୋଇପଡୁଛି। ପରିବେଶବିତ ତପନ ନନ୍ଦୀ କହିଛନ୍ତି, ବିଡ଼ମ୍ବନାର ବିଷୟ ଯେ ବନ ବିଭାଗ ହେଉ କି ରାଜସ୍ବ ବିଭାଗ ୫ଟି ମୂଲ୍ୟବାନ ଶିଶୁ ଗଛ କାଟି କିଏ କୁଆଡ଼େ ନେଇଗଲା, କେହି ଜାଣିପାରିଲେ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ନ ଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ଏବେ ଏହା ପରିବେଶବିତ୍‌ମାନଙ୍କୁ ବ୍ୟଥିତ କରିଛି। ଗଛ ଗାଏବ ହେବା ପଛରେ ଅସାଧୁ ସରକାରୀ କର୍ମଚାରୀମାନଙ୍କ ହାତ ରହିଛି। ଏ ବାବଦରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି। ପ୍ରକାଶଥାଉକି, ଅକ୍ଟୋବାର ୨୨ ତାରିଖରେ କେତେଜଣ ଦୁର୍ବୃତ୍ତ ୫ଟି ବଡ ଶିଶୁ ଗଛକୁ କାଟି ଦେଇଥିଲେ। ଏ ସମ୍ପର୍କରେ କେତେଜଣ ସାମାଜିକ କର୍ମୀ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ମହାକାଳପଡ଼ା ଫରେଷ୍ଟର ମହନ୍ତ କୁମାର ମଲିକ ଘଟଣାସ୍ଥଳରେ ପହଞ୍ଚତ୍ ବେଆଇନ ଭାବେ କଟାଯାଇଥିବା ଗଛକଟା ସ୍ଥାନରୁ ଫଟୋ ନେଇଥିଲେ। ଗଛ କାଟୁଥିବା ଲୋକଙ୍କୁ ଗୋଡାଇବା ସହ କରତ ଛଡାଇ ରଖିଥିଲେ। କଟା ଯାଇଥିବା ଶିଶୁ ଗଛକୁ ଜବତ କରି ଉଦ୍ୟାନ ଭିତରେ ରଖିଥିଲେ। ତେବେ ଇତିମଧ୍ୟରେ ୧୬ଦିନ ବିତିଯାଇଥିବା ବେଳେ ଗଛ କାଠଗଡ ସବୁ ଗାଏବ ହୋଇଯାଇଛି। କିନ୍ତୁ ବନ ବିଭାଗ ପକ୍ଷରୁ ଏଯାବତ୍‌ ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି। ଏ ସମ୍ପର୍କରେ ବିଭାଗୀୟ ଅଫିସର ଚିତ୍ତରଞ୍ଜନ ବେଉରାଙ୍କୁ ପଚାରିବାରେ ଅବଗତ ଥିବା କହିଛନ୍ତି। ମାତ୍ର ଏହା ରାଜସ୍ବ ବିଭାଗ ଅଧୀନରେ ଆସୁଛି ବୋଲି କହିଥିଲେ। ତଥାପି ଏହାକୁ କାଟିବା ଓ ଚାଲାଣ ପୂର୍ବରୁ ବିଭାଗୀୟ ଅନୁମତି ଆବଶ୍ୟକତା ରହିଛି। ମାତ୍ର ତାହା ସେମାନେ କାଟିବା ପରେ ନେଇଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri