ମୋତିସନ୍ସ ଜୁଏଲର୍ସ ଶେୟାର ତାଲିକାଭୁକ୍ତ ହେବା ମାତ୍ରେ ମାଲାମାଲ ହେଲେ ନିବେଶକ

ମୁମ୍ବାଇ,୨୬।୧୨: ଶେୟାର ମାର୍କେଟରେ ଧମାକାଦାର ଏଣ୍ଟ୍ରି କରିଛି ମୋତିସନ୍ସ ଜୁଏଲର୍ସ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ କମ୍ପାନୀର ଶେୟାର ୯୮.୧୮% ପ୍ରିମିୟମ ସହିତ ୧୦୯ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ରେ ୧୦୩.୯୦ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରିଥଲେ କି ଏହି ଶେୟାର ପ୍ରାୟ ୧୧୫ ରୁ ୧୨୫ ଟଙ୍କାରେ ତାଲିକାଭୁକ୍ତ ହୋଇପାରେ।

ଆଶାଠାରୁ କମ୍ ଥିଲା ମଧ୍ୟ ନିବେଶକମାନେ ତଥାପି ବିପୁଳ ଲାଭ ପାଇଛନ୍ତି। ଏହି ଆଇପିଓ ସମସ୍ତ ବର୍ଗରେ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ସବସ୍କ୍ରିପସନର ତୃତୀୟ ଦିନରେ, ମୋତିସନ୍ସ ଜୁଏଲର୍ସ ଆଇପିଓ ସମସ୍ତ ବର୍ଗରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଶେଷ ଦିନରେ ମୋଟ ସବସ୍କ୍ରିପସନ ସଂଖ୍ୟା ୧୫୯.୬୧ ଗୁଣା ଥିଲା। ଦ୍ୱିତୀୟ ଦିନ ଶେଷରେ ମୋତିସନ୍ସ ଆଇପିଓ ସବସ୍କ୍ରିପସନ୍ ସ୍ଥିତି ୫୧.୫୦ ଥର ଥିଲା। ପ୍ରଥମ ଦିନ ଶେଷରେ ମୋଟିସନ୍ ଆଇପିଓ ୧୫.୦୨ ଥର ସବସ୍କ୍ରିପସନ୍ ହୋଇଥିଲା।

ଡିସେମ୍ବର ୧୮ ତାରିଖ ସୋମବାର ମୋତିସନ୍ସ ଜୁଏଲର୍ସ ଆଇପିଓ ଖୋଲିଥିବା ବେଳେ ୨୦ ତାରିଖ ବୁଧବାର ବନ୍ଦ ହୋଇଥିଲା। ମୋତିସନ୍ସ ଜୁଏଲର୍ସ ଶୁକ୍ରବାର, ଡିସେମ୍ବର ୧୫ ରେ ଆଙ୍କର୍ ନିବେଶକମାନଙ୍କଠାରୁ ୩୬.୩ କୋଟି ଟଙ୍କା ହାସଲ କରିଥିଲା। ମୋଟିସନ୍ ଜୁଏଲର୍ସ ଆଇପିଓ ପ୍ରାଇସ୍ ଇକ୍ୱିଟି ସେୟାର ପ୍ରତି ୫୨ ରୁ ୫୫ ଟଙ୍କା ମଧ୍ୟରେ ଥିଲା।

ମୋତିସନ୍ସ ଜୁଏଲର୍ସ ଆଇପିଓର ଆକାର ୧୫୧ କୋଟି ଟଙ୍କା ଥିଲା। ଏହି ଆଇପିଓରେ ଯୋଗ୍ୟ ଅନୁଷ୍ଠାନ କ୍ରେତାମାନଙ୍କ ପାଇଁ ୫୦ ପ୍ରତିଶତ ଅଂଶ, ଅଣ-ଅନୁଷ୍ଠାନିକ କ୍ରେତାମାନଙ୍କ ପାଇଁ ୧୫ ପ୍ରତିଶତ ଏବଂ ଖୁଚୁରା ନିବେଶକାରୀଙ୍କ ପାଇଁ ୩୫ ପ୍ରତିଶତ ଅଂଶ ସଂରକ୍ଷିତ କରାଯାଇଥିଲା।

ମୋତିସନ୍ସ ଜୁଏଲର୍ସ ଜୟପୁରର ଏକ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ, ଯାହା ସୁନା, ହୀରା ଏବଂ କୁନ୍ଦନ ଅଳଙ୍କାରରେ କାରବାର କରେ। ୧୯୯୭ ରେ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଆଇପିଓ ମାଧ୍ୟମରେ ପାଇଥିବା ଟଙ୍କା କମ୍ପାନୀ ପୁଞ୍ଜି ଏବଂ ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟ ପୂରଣ ପାଇଁ ବ୍ୟବହାର କରିବ। ଏହା ସହିତ କିଛି ପାଣ୍ଠି ଋଣ ପରିଶୋଧ କରିବାକୁ ବ୍ୟବହୃତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri