ରାଜନଗର,୫ା୧(ଭାସ୍କର ରାଉତରାୟ): ୪ ତଳେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ନେତା ଲଳିତ ବେହେରା ରାଜନଗର ବ୍ଲକ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ କମ୍ପ୍ୟୁଟର ମନିଟର ଦ୍ୱାରା ଆକ୍ରମଣ କରିବା ଘଟଣା ଏବେ ରାଜ୍ୟ ତଥା ଜାତୀୟସ୍ତରରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଲଳିତଙ୍କ ଗିରଫ ଦାବିରେ ସୋମବାର ପୂର୍ବାହ୍ନ ୧୧ଟାରେ ରାଜନଗର ସରପଞ୍ଚ ସଂଘର ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ସରପଞ୍ଚ ସମିତି ସଭ୍ୟ ବ୍ଲକ ମୁଖ୍ୟ ଦ୍ୱାରରେ ତାଲା ପକାଇ ଗଣଧାରଣାରେ ସାମିଲ ହୋଇଛନ୍ତି। ଅପରପକ୍ଷରେ ରାଜନଗର ବିଡିଓ ଛୁଟିରେ ଚାଲିଯିବା ପରେ ଅଫିସ କାମ୍ ଠପ୍ ହୋଇଯାଇଛି।