ଦୁଗ୍ଧ ଚାଷୀ ହେବେ ମାଲାମାଲ୍‌: ମିଳିଲା ଗୁରୁମନ୍ତ୍ର

କେସିଙ୍ଗା, ୧୮/୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ଆବାହକ ତଥା କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ମଙ୍ଗଳବାର ସ୍ଥାନୀୟ ମିନି ଷ୍ଟାଡିୟମରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସର୍ବ ପ୍ରଥମେ ଅତିଥିମାନେ ମା’ ମାଣିକେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରିଥିଲେ। ପରେ ଏହି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବରେ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ନୀରଦ ଚନ୍ଦ୍ର କହର ଚାଷୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଉକୃଷ୍ଠ ଚାଷୀ କିମ୍ବା ମହିଳା ଚାଷୀଙ୍କ ସମେତ ମହିଳା ଗ୍ରୁପ, ମିଶନ ଶକ୍ତି ମହିଳାଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ କାମଧେନୁ ଯୋଜନାକୁ ପ୍ରାଧାନ୍ୟ ଦେଇଥିଲେ। ଗାଈ, ମଇଁଷି,ଘାସ ଚାଷ, ଛେଳି ପାଳନରେ ୭୦ ଭାଗ ସବ୍‌ସିଡି ରହିଛି। ତାହା ଚାଷୀମାନେ କିପରି ଆବେଦନ କରି ସବସିଡି ପାଇବେ ସେ ବିଷୟର ବିସୃତ ଭାବେ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୮୦ ଭାଗ ପ୍ରିମିୟମ ରହିଛି। ତାକୁ ଉଦ୍ୟୋଗୀମାନେ କିପରି ଉପକୃତ ହେବେ ଏବଂ ଫାର୍ମ ପ୍ରସ୍ତୁତି କରି ଅପପୃଷ୍ଟି ଦୂର କରିବା ପାଇଁ କ୍ଷୀର,ଅଣ୍ଡା, ଛେଳି, ମାଛ ଉତ୍ପାଦନ କରି ଖାଉଟିମାନଙ୍କୁ ଯୋଗାଇବ ସେ ବିଷୟରେ ଚାଷୀଙ୍କୁ ବୁଝାଇଥିଲେ। ଏହି ବ୍ଲକ ସ୍ତରୀୟ ମେଳାରେ ମତ୍ସ୍ୟ ଚାଷ, ଗାଈ ଚାଷ, ଛେଳି, ମେଣ୍ଢା, କୁକୁଡ଼ା, ବତକ ଚାଷ, ଇତ୍ୟାଦି ଚାଷ ଉପରେ ଅତିଥିମାନେ ନିଜସ୍ବ ମତ ଦେଇ କିପରି ଚାଷୀ ଉପକୃତ ହେବେ ସେ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପୁଷ୍ପେନ୍ଦ୍ର ସିଂଦେଓ ଜିଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି, ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସମ୍ମାନିତ ଅତିଥି ଭାବେ ଡା.ପ୍ରଭାତ କୁମାର ପରିଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଡା.ଦେବାଶିଷ ପଟେଲ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ କେସିଙ୍ଗା, ମିଳିତ କୁମାର ମଲ୍ଲିକ ସହକାରୀ ମତ୍ସ୍ୟ ଅଧିକାରୀ, ପ୍ରଶାନ୍ତି ନାୟକ ସହକାରୀ ମତ୍ସ୍ୟ ଅଧିକାରୀ କଳାହାଣ୍ଡି ପ୍ରମୁଖ ବିଭିନ୍ନ ଚାଷ ବିଷୟରେ ଚାଷୀଙ୍କୁ ପ୍ରେରଣା ଦେଇଥିଲ।

ଏହି ଉପଲକ୍ଷେ ୧୦ଟି ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା। ଅତିଥି ଓ ଚାଷୀମାନେ ଷ୍ଟଲ ପ୍ରଦର୍ଶନ କରିଥିଲେ। ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉତ୍କୃଷ୍ଠ ୪ ଚାଷୀ ଏବଂ ମତ୍ସ୍ୟ ବିଭାଗରୁ ୪ ଜଣ ଚାଷୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ପରିଷେଶ ରେ ବିଭିନ୍ନ ସଂସ୍କୃତି କର୍ଯ୍ୟାକ୍ରାମ ଅନୁଷ୍ଠିତ ହୋଇଥିଲା। ଏହି ମେଳାରେ ଡା ସୌମ୍ୟ ରଞ୍ଜନ ଦାଶ,ଡା. ପ୍ରିୟଙ୍କା ଜୈନ, ପ୍ରବୀଣ କୁମାର ପାଢୀ, ପ୍ରିୟମ୍ବଦା ହୋତା, ଶରତ କୁମାର ପ୍ରହରାଜ ପ୍ରମୁଖ ଏହି ମେଳାରେ ସହ ଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri