ବାଲିଗୁଡା,୨୦।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଶୁଭ୍ରାଞ୍ଜଳି ପ୍ରଧାନ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ଓ ଜିଲାପରିଷଦ ସଦସ୍ୟା ଅନିତା ମଲିକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ବିଜେଡି ସଦସ୍ୟ ବୃନ୍ଦ ନୂଆ ବିଡ଼ିଓଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସହ ବ୍ଲକର ପ୍ରତ୍ୟେକ କାର୍ଯ୍ୟକ୍ରମ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇ ସାମୁହିକ ବିକାଶ ହୋଇପାରିବ ସେନେଇ ସମସ୍ତ ସଦସ୍ୟ ଆଲୋଚନା କରିଛନ୍ତି।


