ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଏହି ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ମାଣ୍ଡିଆପଦର ଗ୍ରାମ ବରପାଲିପଡ଼ାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ସର୍ବସାଧାରଣରେ ବ୍ୟବହୃତ କଂକ୍ରିଟ ରାସ୍ତାକୁ ଚିହ୍ନଟ କରାଯାଇଛି। ଏହି ରାସ୍ତା ମଝିରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ପିଲର ଗାତ ଖୋଳାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ହେବ ବରପାଲିପଡ଼ା ଅଞ୍ଚଳର ଶିଶୁଙ୍କୁ ଶିକ୍ଷା ପ୍ରଦାନ ପାଇଁ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ହେଲେ ଅଦ୍ୟାବଧି କେନ୍ଦ୍ରର ନିଜସ୍ବ କୋଠାନାହିଁ। କେନ୍ଦ୍ରର କର୍ମୀ ନିଜ ଘରେ ସ୍ଥାନୀୟ ୧୧ ଜଣ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଅର୍ଥ ମଞ୍ଜୁର ହୋଇଛି। ଗ୍ରାମରେ ନିର୍ମାଣାଧୀନ ଥିବା ପାର୍କ ନିକଟରେ କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ସେଠାରେ କେନ୍ଦ୍ର ନିର୍ମାଣ ନ କରି ବରପାଲିପଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପୁଣି ଜାଗା ଚିହ୍ନଟ କରାଯାଇଛି। ବରପାଲିପଡ଼ାର କଇଁରୁ ସାହୁଙ୍କ ଘର ନିକଟସ୍ଥ ବୁଲାଣି ରାସ୍ତାରେ ଫାଙ୍କା ଥିବା ଏକ ଜାଗା ଚିହ୍ନଟ ହୋଇଛି ା କେନ୍ଦ୍ର ନିର୍ମାଣ ପାଇଁ କଂକ୍ରିଟ୍‌ ରାସ୍ତାର ୫ କଦମ ରାସ୍ତା ଉପରକୁ ଜାଗା ଚିହ୍ନଟ ହୋଇଛି। ଜାଗା ଚିହ୍ନଟ ପରେ କାମ ପାଇଥିବା ଠିକାଦାର କେନ୍ଦ୍ର ନିର୍ମାଣ ପାଇଁ ପିଲର ଗାତ ଖୋଳିଛନ୍ତି। ୯ଟି ଗାତ ମଧ୍ୟରୁ ୩ଟି ପିଲର ଗାତ କଂକ୍ରିଟ ରାସ୍ତା ଉପରେ ଖୋଳାଯାଇଛି। ଏହାଦ୍ୱାରା ଉକ୍ତ ରାସ୍ତାରେ ଯାନାବାହନ ଚଳାଚଳ ସମ୍ଭବ ହୋଇପାରୁନାହିଁ। ୨୬ ନମ୍ବର ଜାତୀୟ ରାଜପଥରୁ ବରପାଲିପଡ଼ା କଂକ୍ରିଟ୍‌ ରାସ୍ତା ଦେଇ ସଂଯୋଗ ଥିବା ମାଣ୍ଡିଆପଦର ଆର୍‌ଡି ରାସ୍ତାରେ ଲୋକେ ଯିବାଆସିବା କରୁଥିଲେ। ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଏହି ବସ୍ତିରେ ଲୋକେ ବସବାସ କରୁଛନ୍ତି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାରେ ଲକ୍ଷାଧିକ ଟଙ୍କାବ୍ୟୟରେ ଅନେକଥର ରାସ୍ତା କଂକ୍ରିଟ୍‌ ହୋଇସାରିଛି। ଅଙ୍ଗନୱାଡି କେନ୍ଦ୍ର ହେଲେ ରାସ୍ତା ବନ୍ଦ ହେବା ସମ୍ଭାବନା ଦେଖାଦେଇଛି। ଏଣୁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉକ୍ତ ଅଞ୍ଚଳରେ ଅନେକ ସରକାରୀ ଜମି ରହିଛି। ସେହି ସ୍ଥାନରେ ଚିହ୍ନଟ ନ କରି ପ୍ରଶାସନ ପକ୍ଷରୁ ରାସ୍ତାର ବୁଲାଣିଠାରେ ଅଧା କଂକ୍ରିଟ୍‌ ରାସ୍ତାକୁ ମାଡି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ମସୁଧା କରିବା ଦୁଭାର୍ଗ୍ୟର ବିଷୟ ବୋଲି ୱାର୍ଡସଭ୍ୟ କଇଁରୁ ସାହୁ, କାନ୍ଦରୀ ସାହୁ, ସଜନୀ ବେହେରା, ଅଭାଗିନୀ ସାହୁ ଓ କିଶୋରୀ କୁଅଁର ପ୍ରମୁଖ କହିଛନ୍ତି। ଏନେଇ ବିଡିଓ ଅକ୍ଷୟ ପାଣି ଉଦ୍ଦୁ କହିଛନ୍ତି, ବରପାଲିପଡ଼ାର ଶିଶୁଙ୍କ ସୁବିଧା ପାଇଁ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତରେ ସେହି ସ୍ଥାନକୁ ଚିହ୍ନଟ କରାଯାଇଛି। ରାସ୍ତା ବନ୍ଦ ହେବ ନାହିଁ। ବିକଳ୍ପ ରାସ୍ତା ପାଇଁ ମଧ୍ୟ ଯୋଜନା ହୋଇଥିବା ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri